Categories: ଜାତୀୟ

ଆତଙ୍କବାଦୀ ଆକ୍ରମଣର ଧମକ ପରେ ସୁରକ୍ଷା ବ୍ୟବସ୍ଥା କଡାକଡି

ଶିମଲା,୨୩ ।୧୧: ହିମାଚଳ ପ୍ରଦେଶ ଶିମଲା ରେଲୱେ ଷ୍ଟେଶନର ଅଥରିଟି କାଲକା-ଶିମଲା ରେଲୱେରେ ସୁରକ୍ଷା କଡାକଡି କରିଛନ୍ତି । ଚଳିତ ମାସ ଆରମ୍ଭରେ କିଛି ଆତଙ୍କବାଦୀ ସଙ୍ଗଠନ ଦ୍ୱାରା ମନ୍ଦିର ଓ ରେଲୱେ ଷ୍ଟେଶନରେ ଆକ୍ରମଣ କରିବାର ଧମକ ଦେବା ପରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ବିଶେଷ ସୂତରୁ ମିଳିଥିବା ସୂଚନାରୁ ଜଣାପଡିଛି । ଯେକୌଣସି ମୁହୂର୍ତ୍ତରେ ହେବାକୁ ଯାଉଥିବା ଆତଙ୍କବାଦୀ ଆକ୍ରମଣକୁ ଏଡାଇବା ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି ।
ଶିମଲା ରେଲୱେ ଷ୍ଟେଶନର ଷ୍ଟେଶନ ସୁପରିଟେଣ୍ଡେଣ୍ଟ ଯୋଗୀନ୍ଦର ସିଂ କହିଛନ୍ତି ନିକଟରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଏକ ବୈଠକ ଆୟୋଜନ କରାଯାଇଥିଲା । ଏହାପରେ ଷ୍ଟେଶନରେ ସୁରକ୍ଷା କଡାକଡି କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ତେବେ ଟ୍ରେନ୍ ଭିତରେ ଓ ବାହାରେ ଚେକିଂ ସମୟରେ ଯାତ୍ରୀମାନେ ବି ସେହଯୋଗ କରୁଥିବା ଜଣାପଡିଛି ।

Share