ଭିଟାମିନ୍ ‘ଡି’ର ଅନେକ ସ୍ବାସ୍ଥ୍ୟ ଉପକାରୀ ଗୁଣ ରହିଛି। ଏହାଦ୍ୱାରା ଆମ ଶରୀରରେ ଥିବା ରୋଗ ପ୍ରତିରୋଧକ ଶକ୍ତି ଆହୁରି ଦୃଢ଼ ହୋଇଥାଏ। ଶରୀରରେ ଏହି ଭିଟାମିନ୍ ପରିମାଣ ସନ୍ତୁଳିତ ରହିଲେ ତାହା ମସ୍ତିଷ୍କକୁ ଆହୁରି ସକ୍ରିୟ କରାଇଥାଏ। କେବଳ ସେତିକି ନୁହେଁ ସ୍ନାୟୁଜନିତ ସମସ୍ୟାକୁ ମଧ୍ୟ କେତେକାଂଶରେ ଦୂର କରେ ଭିଟାମିନ୍ ‘ଡି’। ସବୁଠାରୁ ଖାସ୍ କଥା ହେଲା, ହୃଦ୍ଜନିତ ରୋଗୀଙ୍କ ପାଇଁ ଏହିଜାତୀୟ ଖାଦ୍ୟ ବେଶ୍ ଉପକାରୀ ସାବ୍ୟସ୍ତ ହୋଇଥାଏ। ଡାଇବେଟିସ୍ ରୋଗୀଙ୍କ ଶରୀରରେ ଏହି ଭିଟାମିନ୍ ଇନ୍ସୁଲିନ୍ ସ୍ତରକୁ ସନ୍ତୁଳିତ ରଖିଥାଏ। ଶରୀରରେ କ୍ୟାଲ୍ସିୟମ ପରିମାଣକୁ ଠିକ୍ ରଖିବାର ପ୍ରମୁଖ ଉତ୍ସ ହେଲା ଭିଟାମିନ୍ ‘ଡି’। ଏହା ଶରୀରରେ ଫସଫରସ ସ୍ତରକୁ ସନ୍ତୁଳିତ ରଖିଥାଏ। ସୂର୍ଯ୍ୟକିରଣରେ ଏହି ଭିଟାମିନ ପରିମାଣ ଭରି ରହିଛି। ତେଣୁ ଜଣେ ବ୍ୟକ୍ତି ସକାଳୁ କିଛି ସମୟ ସୂର୍ଯ୍ୟକିରଣରେ ଠିଆ ହେଲେ ତାହା ସ୍ବାସ୍ଥ୍ୟ ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ।