ଅନୁଗୋଳ,୨୩ା୬: ଅନୁଗୋଳ ଜିଲା କାର୍ଯ୍ୟାଳୟ ଠାରେ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜିଲାସ୍ତରୀୟ ଶିଶୁ ଏବଂ କିଶୋର ଶ୍ରମିକ ଆଇନ ୧୯୯୮ ଅଧୀନରେ ଏକ ସମନ୍ବୟ ବୈଠକ ହୋଇଥିଲା। ଶିଶୁ୍ମାନଙ୍କୁ ଶ୍ରମିକ ଭାବରେ କାର୍ଯ୍ୟରେ ଲଗାଇଥିବା ମାଲିକମାନଙ୍କ ବିରୋଧରେ କିପରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ଶିଶୁଙ୍କୁ ଉଦ୍ଧାର କରି ଉପଯୁକ୍ତ ଥଇଥାନର ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା। ଯେଉଁ ମାଲିକମାନେ ପୁନର୍ବାର ଆଇନର ଉଲ୍ଲଂଘନ କରୁଥିବା ନଜରରେ ଆସିବ, ତାଙ୍କ ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ସିଲ୍ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଶିକ୍ଷା ଅଧିକାରୀ ଆଇନକୁ କଡାକଡ଼ି ଭାବରେ ପାଳନ କରିବା ପାଇଁ ଜିଲା ଶିକ୍ଷା ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ବୈଠକକୁ ଜିଲା ଶ୍ରମ ଅଧିକାରୀ ପ୍ରିୟମ୍ବଦା ସ୍ବାଇଁ ପରିଚାଳନା କରିଥିଲେ।