Categories: ଜାତୀୟ

ଆଧାର ତଥ୍ୟ ଲିକ୍‌ କଲେ କଡ଼ା କାର୍ଯ୍ୟାନୁଷ୍ଠାନ:ଇସି

ନୂଆଦିଲ୍ଲୀ,୬ା୭: ଭୋଟର ତାଲିକାରେ ଜାଲିଆତି ରୋକିବା ପାଇଁ ଏହାକୁ ଆଧାର ସହ ସଂଯୋଗ କରିବା ଲାଗି ଭାରତର ନିର୍ବାଚନ କମିଶନ (ଇସିଆଇ) ନିୟମ ପ୍ରଣୟନ କରିବା ପରେ ଏବେ ଏହି କ୍ଷେତ୍ରରେ କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି। କୌଣସି ଇଲେକ୍ଟୋରାଲ ରେଜିଷ୍ଟ୍ରେଶନ୍‌ ଅଧିକାରୀ ମତଦାତାଙ୍କ ଦ୍ୱାରା ପ୍ରଦତ୍ତ ଆଧାର ତଥ୍ୟ ପ୍ରଘଟ କଲେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ବାଚନ ଆୟୋଗ ଚେତାବନୀ ଦେଇଛନ୍ତି। ଏଥିସହ ଫର୍ମ-୬ବି’ରେ ଆଧାର ତଥ୍ୟ ଦାଖଲ କରିବା ମତଦାତାଙ୍କ ଇଚ୍ଛାଧୀନ ବୋଲି ମଧ୍ୟ ଇସିଆଇ ସ୍ପଷ୍ଟ କରିଛନ୍ତି। ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କୁ ଇସି ଲେଖିଥିବା ପତ୍ରରେ ଏହା ଉଲ୍ଲେଖ କରିଛନ୍ତି।

Share