Categories: ଗଞ୍ଜାମ

ଦ୍ରୁତ ଗାଡ଼ିଚାଳକଙ୍କ ପ୍ରତି ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଗଞ୍ଜାମ,୧୮ା୯(ବିଦ୍ୟାଧର ସାହୁ): ଗଞ୍ଜାମ ସହରରେ ଦିନକୁ ଦିନ ଟ୍ରଫିକ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ସହରରେ ଦେଖାଦେଇଥିବା ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଗଞ୍ଜାମ ପ୍ରେସ୍‌କ୍ଲବ ଓ ଥାନା ପୋଲିସ ମଧ୍ୟରେ ସୋମବାର ଆଲୋଚନା ହୋଇଥିଲା। ଏଥିପାଇଁ ଥାନା ପକ୍ଷରୁ ପଦକ୍ଷେପ ନିଆଯିବା ପାଇଁ ବ୍ୟବସ୍ଥା କରାଯିବା ନେଇ ନୂତନ ଥାନା ଅଧିକାରୀ ସୁମିତ୍ରା ପାତ୍ର ସୂଚନା ଦେଇଛନ୍ତି। ପ୍ରାଥମିକତା ଭାବେ ଏନେଇ ଲୋକଙ୍କୁ ସଚେତନତା କରାଯିବ। ପରବର୍ତ୍ତୀ ସମୟରେ ଯଦି ଲୋକମାନେ ନିୟମ ନମାନି ରାସ୍ତା ଉପରେ ବାଇକ୍‌ ରଖନ୍ତି
ତେବେ ବାଇକ୍‌ ଚାଳକଙ୍କଠାରୁ ଜରିମାନା ଆଦାୟ କରାଯିବl ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ପକ୍ଷରୁ ସୂଚନା ମିଳିଛି। ଏଥିସହ ଦ୍ରୁତ ଗାଡ଼ିଚାଳକଙ୍କ ପାଇଁ ମଧ୍ୟ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯିବ। ବିଶୃଙ୍ଖଳାକାରୀଙ୍କୁ ବରଦାସ୍ତ କରାଯିବନି ବୋଲି କହିଛନ୍ତି ଆଇଆଇସି।