Posted inଫୁରସତ

ଆଇନର କଡ଼ାକଡ଼ି ପ୍ରୟୋଗ ହେବା ଦରକାର

‘ନିଷିଦ୍ଧ ଡ୍ରଗ’ ବିଷୟରେ ଆମେ ପ୍ରାୟ ସମସ୍ତେ ଅଳ୍ପ ବହୁତେ ଅବଗତ ଅଛନ୍ତି। କେତେଗୁଡ଼ିଏ ନିଶା କରାଉଥିବା, ଯନ୍ତ୍ରଣା ଲାଘବ କରାଉଥିବା, ମସ୍ତିଷ୍କକୁ ଉତ୍ତେଜିତ କରାଉଥିବା, ଅତ୍ୟଧିକ ଆନନ୍ଦ ସୃଷ୍ଟି କରୁଥିବା ସହିତ ବ୍ୟବହାରକାରୀମାନଙ୍କୁ ଏକ ପ୍ରକାର ଉନ୍ମାଦନା ଓ ମିଛ ସନ୍ତୁଷ୍ଟି ପ୍ରଦାନ କରୁଥିବା ପଦାର୍ଥମାନ ଭଲ ଜଣାପଡୁଥିଲେ ମଧ୍ୟ ଏସବୁ ଶରୀର, ପରିବାର, ସମାଜ ତଥା ଦେଶମାନଙ୍କ ପାଇଁ ଅତ୍ୟନ୍ତ କ୍ଷତିକାରକ ପ୍ରମାଣିତ ହୋଇଛି। ଏସବୁର ମାତ୍ରାଧିକ ଚୋରାଚାଲାଣ ଆନ୍ତର୍ଜାତିକ କ୍ଷେତ୍ରରେ ଏକ ସମାନ୍ତରାଳ ଅର୍ଥନୀତି, ଯୁଦ୍ଧର ଘନଘଟା, ଅନୈତିକ ବେପାର, ଅପରାଧ ଦୁନିଆ ଓ ପ୍ରକାରାନ୍ତରେ ମାନବ ସମାଜ ପାଇଁ ଗୁରୁତର ସଙ୍କଟ ସୃଷ୍ଟି କରିଛି।
କୋକେନ୍‌, ଅଫିମ, ଚରସ୍‌ ଏବଂ ମାରି ଜୁଆନା ଇତ୍ୟାଦି କେବଳ ବ୍ୟବହାରକାରୀମାନଙ୍କୁ ବିପଥଗାମୀ କରିନାହିଁ, ଯୁଦ୍ଧର ପ୍ରମୁଖ କାରଣ ମଧ୍ୟ ହୋଇଛି। ଏହାଦ୍ୱାରା ଦେଶମାନେ ବରବାଦ ହୋଇଯାଇଛନ୍ତି ଏବଂ ହେଉଛନ୍ତି ମଧ୍ୟ।
ପ୍ରତିବର୍ଷ ଜୁନ୍‌ ୨୬ ତାରିଖକୁ ‘ଅନ୍ତର୍ଜାତୀୟ ନିଷିଦ୍ଧ ଔଷଧ ଅପବ୍ୟବହାର ଓ ଏହାର ଚୋରାଚାଲାଣ ଦିବସ’ ବା ‘ନିଷିଦ୍ଧ ଔଷଧ ଦିବସ’ ଭାବରେ ପାଳନ କରାଯାଇଥାଏ। ଏହି ଅବସରରେ ଚଳିତବର୍ଷର ପ୍ରସଙ୍ଗ ରହିଛି, ‘ତଥ୍ୟ ପ୍ରମାଣ ପ୍ରାଞ୍ଜଳ ଅଟେ : ଏହାର ପ୍ରତିଷେଧକ ପାଇଁ ଅର୍ଥ ବିନିଯୋଗ ଜରୁରୀ’। ନିଷିଦ୍ଧ ଔଷଧ ପ୍ରସାର ଏବଂ ବ୍ୟବହାର ବନ୍ଦ ପାଇଁ ଜନସାଧାରଣ ଓ ବ୍ୟବହାରକାରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହିତ ଏଥିପାଇଁ ପ୍ରଣୟନ କରାଯାଇଥିବା ୧୯୮୫ ମସିହାର ନାର୍କୋଟିକ୍‌ ଡ୍ରଗ୍‌ସ ଆଣ୍ଡ ସାଇକୋଟପିକ ସବ୍‌ଷ୍ଟାନ୍ସ ଆକ୍ଟ-୧୯୮୫ (ଏନ୍‌ଡିପିଏସ୍‌)ରେ ଏହିସବୁ ନିଷିଦ୍ଧ ପଦାର୍ଥର ଉତ୍ପାଦନ, ଚାଷ, ମହଜୁଦ, ବିକ୍ରି କରିବା, କ୍ରୟ, ଚାଲାଣ ଓ ବ୍ୟବହାର କରିବାକୁ ଅପରାଧ ରୂପେ ବିବେଚନା କରାଯାଇ ସେଥିପାଇଁ ଉପଯୁକ୍ତ ଦଣ୍ଡବିଧାନ କରାଯାଇଛି। ଏହି ଦଣ୍ଡ ଅନୁସାରେ ସଂପୃକ୍ତ ବ୍ୟକ୍ତିଙ୍କୁ ୨୦ ବର୍ଷ କାରାବାସ ମଧ୍ୟ ହୋଇପାରେ। ଉଲ୍ଲେଖଯୋଗ୍ୟ, ଏହି କଠୋର ଆଇନ୍‌କୁ ଗୁରୁତ୍ୱ ଦୃଷ୍ଟିରୁ ୧୯୮୮, ୨୦୦୧, ୨୦୧୪ ଏବଂ ୨୦୨୧ରେ ସଂଶୋଧନ କରାଯାଇ ଅଧିକ ଦଣ୍ଡର ବ୍ୟବସ୍ଥା କରାଯାଇଛି। ଏହିପରି ଦୃଢ଼ ଆଇନ୍‌ ଥିଲେ ମଧ୍ୟ ପ୍ରଚଳିତ ଆଇନ୍‌ର ଫଳରେ ଅପରାଧୀମାନେ ସହଜରେ ଖସିଯାଇ ପୁଣି ଥରେ ସେମାନଙ୍କର ବ୍ୟବସାୟରେ ଲାଗିଯାଉଛନ୍ତିି।
ନିଷିଦ୍ଧ ପଦାର୍ଥମାନ ମୁଖ୍ୟତଃ କୋକା, ଅଫିମ, ଗଞ୍ଜେଇ, ଇକ୍‌ଷୋନିସରୁ ପ୍ରସ୍ତୁତ ଦ୍ରବ୍ୟ। ଏହା ଏଲଏସଡି, ହେରୋଇନ୍‌, କୋକେନ୍‌ ଇତ୍ୟାଦି ଅଟନ୍ତି। କେତେକ ମାନସିକ ରୋଗ ପାଇଁ ଉଦ୍ଦିଷ୍ଟ ଔଷଧ ଯଥା-ନିଦ ପାଇଁ, ବିଷାଦ ପାଇଁ, ଅବସାଦ ପାଇଁ ବ୍ୟବହାର କରାଯାଉଥିବା ଔଷଧ ମଧ୍ୟ ଅଟନ୍ତି। ଏହା ସହିତ ମଫିନ୍‌, ଫେଣ୍ଟାନିଲ୍‌, ମେଥାଡନ୍‌, ନାଇଟ୍ରାଜେପାସ ଇତ୍ୟାଦି ମଧ୍ୟ ପ୍ରମୁଖ ଅଟନ୍ତି।
ପୃଥିବୀରେ ଏସବୁର ବହୁଳ ଦୁରୁପଯୋଗ କରାଯାଉଥିବାରୁ ବିଶେଷତଃ ଯୁବ ସମାଜ ପଥଭ୍ରଷ୍ଟ ହେଉଛନ୍ତି। ଅନେକ ଦେଶରେ ଅଫିମ ପ୍ରବଳ ପରିମାଣରେ ଚାଷ କରାଯାଉଛି। ଆମ ରାଜ୍ୟରେ ମଧ୍ୟ ଅନେକ ସ୍ଥାନରେ ଗଞ୍ଜେଇ ଚାଷ କରାଯାଉଛି। କଲମ୍ବିଆ, ପେରୁ, ଇକ୍ୱେଡର, ଅଷ୍ଟ୍ରେଲିଆ, ମେକ୍‌ସିକୋ ଆଦି ଦେଶରେ କୋକେନ ଚାଷ ବହୁଳ ଭାବରେ କରାଯାଉଛି। ବିଶ୍ୱର ୬୦ ପ୍ରତିଶତ କୋକେନ୍‌ କଲମ୍ବିଆରୁ ହିଁ ମିଳିଥାଏ।
ଏସବୁ ପଦାର୍ଥର ମାରାତ୍ମକ ଦିଗକୁ ଦୃଷ୍ଟିରେ ରଖି ଏଥିପାଇଁ କଠୋର ଆଇନ୍‌ ପ୍ରଣୟନ ହୋଇଛି, ସେହି ଦୃଷ୍ଟିରୁ ଏହି ଆଇନ୍‌ କଡ଼ାକଡ଼ି ଭାବରେ ପାଳନ କରାଯିବା ଦରକାର। ସେଥିପାଇଁ କିପରି ଏସବୁର ଉତ୍ପାଦନ, ଚାଲାଣ ଏବଂ ବିତରଣ ତଥା ପ୍ରସାର ନ ହୋଇପାରିବ ସେ ନେଇ ଦୃଢ଼ ପଦକ୍ଷେପ ନିଆଯିବା ଦରକାର।
-ଡା. ରାମଚନ୍ଦ୍ର ରାଉତ,
ମାନସିକ ରୋଗ ତାଲିମପ୍ରାପ୍ତ ବରିଷ୍ଠ ଚିକିତ୍ସକ, ଭୁବନେଶ୍ୱର
ମୋ : ୮୨୪୯୦୮୭୯୯୫


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ, ଏକତାର ବାର୍ତ୍ତା ଦେଉଛନ୍ତି ଏଲ୍‌ଜିବିଟିକ୍ୟୁ+

ଜୁନ୍‌ ୧ରୁ ୩୦ ପର୍ଯ୍ୟନ୍ତ ବିଶ୍ୱବ୍ୟାପୀ ‘ପ୍ରାଇଡ୍‌ ମାସ’ ଭାବେ ପାଳନ କରାଯାଉଛି। ଏହି ସମୟରେ ବିଭିନ୍ନ ସ୍ଥାନରେ ଏଲ୍‌ଜିବିଟିକ୍ୟୁ+ କମ୍ୟୁନିଟିମାନେ ପ୍ରାଇଡ୍‌ ୱାକ୍‌, ପରେଡ୍ସ,...

ଜାତୀୟ ପରିସଂଖ୍ୟାନ ଦିବସ

ଭାରତରେ ଜାତୀୟ ପରିସଂଖ୍ୟାନ ଦିବସ ପ୍ରତିବର୍ଷ ଜୁନ୍‌ ୨୯ରେ ପାଳନ କରାଯାଏ। ପରିସଂଖ୍ୟାନ ଏବଂ ଅର୍ଥନୈତିକ ଯୋଜନା କ୍ଷେତ୍ରରେ ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହଲାନୋବିସଙ୍କ ଅବଦାନକୁ...

୬୩ ବର୍ଷ ପରେ ସ୍କୁଲରୁ ମିଳିଲା ୧୯୫୭ରେ ହଜିଥିବା ଛାତ୍ରୀଙ୍କ ପର୍ସ, ଏହା ଭିତରେ ଥିବା ଜିନିଷ ଆଶ୍ଚର୍ଯ୍ୟ କଲା ସଭିଙ୍କୁ!

ବେଳେ ବେଳେ ଆମର ଏମିତି କିଛି ଛୋଟମୋଟ ଜିନିଷଗୁଡିକ ହଜି ଯାଇଥାଏ ଯାହାକୁ ଆମେ ବହୁତ ଖୋଜୁ, କିନ୍ତୁ ଯେତେବେଳେ ଆମେ ସେଗୁଡ଼ିକୁ ପାଉ ସେତେବେଳେ...

ଭାଇରାଲ ହେଉଛି ଅମ୍ବାନୀ ପରିବାରର ବିବାହ ନିମନ୍ତ୍ରଣ କାର୍ଡ, ଏଥିରେ ଯାହା ଅଛି ଦେଖିଲେ ଆଖି ଲାଖିଯିବ

ମୁମ୍ବାଇ,୨୮ା୬: ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ତାଙ୍କର ଲେଡି ଲଭ୍‌ ରାଧିକା ମର୍ଚାଣ୍ଟଙ୍କୁ ବିବାହ କରିବାକୁ ଯାଉଛନ୍ତି।...

ଉତ୍କଳୀୟ କାରିଗରଙ୍କ ସୂକ୍ଷ୍ମ ଭାସ୍କର୍ଯ୍ୟର ପ୍ରତୀକ ‘କୋଣାର୍କ’:ଜାଣନ୍ତୁ କିଛି ଅଜଣା କଥା

କୋଣାର୍କ ସୂର୍ଯ୍ୟମନ୍ଦିର ଉତ୍କଳୀୟ ସ୍ଥାପତ୍ୟ କଳାର ଚରମ ନିଦର୍ଶନ। ତ୍ରୟୋଦଶ ଶତାବ୍ଦୀର ଏହି କୀର୍ତ୍ତିରାଜି ଏକ ଦୁର୍ମୂଲ୍ୟ ତଥା ଦୁଃସାଧ୍ୟ ବିଭବ ଭାବରେ ପ୍ରତୀୟମାନ ହୁଏ।...

୨୦୧୮ରୁ ଅନ୍‌ଲାଇନ୍‌ରେ ଅର୍ଡର କରିଛନ୍ତି ଚପଲ, ଏଯାଏ ହୋଇନି ଡେଲିଭରି

ମୁମ୍ବାଇର ଜଣେ ବ୍ୟକ୍ତିଙ୍କ ସହ ଏକ ଅଦ୍ଭୁତ ଘଟଣା ଘଟିଛି, ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ବ୍ୟକ୍ତି ଜଣକ ୨୦୧୮ରୁ ଅନ୍‌ଲାଇନ୍‌ରେ ଏକ ଚପଲ ଅର୍ଡର...

ଦିନକ ପାଇଁ ଆଇପିଏସ୍‌ ଅଫିସର ହେଲେ ୯ ବର୍ଷର ବାଳକ, କାରଣ ଜାଣିଲେ ଆଖିରେ ଆସିବ ଲୁହ

ଲକ୍ଷ୍ନୌ,୨୭ା୬: ବାରାଣସୀର ଜଣେ ୯ ବର୍ଷର ନାବାଳକ ଦିନକ ପାଇଁ ଆଇପିଏସ୍‌ ଅଫିସର ହୋଇଛନ୍ତି। ଏହି ଘଟଣା ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି।...

ଚେତା ଥିବା ଅବସ୍ଥାରେ ରୋଗୀଙ୍କ ଅସ୍ତ୍ରୋପଚାର

ଶିକାଗୋ: ସାଧାରଣତଃ ଅପରେଶନ୍‌ ସମୟରେ ରୋଗୀଙ୍କୁ ଚେତାଶୂନ୍ୟ କରାଯାଇଥାଏ। କିନ୍ତୁ ଆମେରିକାର ଶିକାଗୋରେ ଏକ ଅସ୍ତ୍ରୋପଚାର ସମୟରେ ଜନ୍‌ ନିକୋଲସ(୨୮) ନାମକ ଜଣେ ରୋଗୀ ସମ୍ପୂର୍ଣ୍ଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri