ୟୁନିଟ-୧ ମାର୍କେଟରେ ବଡ଼ ଧରଣର ଚଢ଼ାଉ: ଧାର୍ଯ୍ୟ ଦାମ୍‌ରେ ଆଳୁ ବିକିବାକୁ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର,୧୦।୮: ଆଳୁ ଦରକୁ ଦୃଷ୍ଟିରେ ରଖି ଶନିବାର ଯୋଗାଣ ବିଭାଗର ପକ୍ଷରୁ  ଭୁବନେଶ୍ୱର  ୟୁନିଟ-୧ ମାର୍କେଟରେ ଚଢ଼ାଉ କରାଯାଇଛି। ଚଢାଉ ବେଳେ ଅଧିକାରୀମାନେ ସରକାର ଧାର୍ଯ୍ୟ କରିଥିବା ଦାମ୍‌ରେ ଆଳୁ ବିକିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ଆଳୁ କିଲୋ ପିଛା ୩୨ରୁ ୩୫ ଟଙ୍କାରେ ବିକିବାକୁ ଦୋକାନୀଙ୍କୁ କୁହାଯାଇଛି। ସରକାର ଧାର୍ଯ୍ୟ କରିଥିବା ଦାମ୍‌ରୁ ଅଧିକ ଟଙ୍କାରେ ଆଳୁ ବିକିକଲେ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗୀୟ ଅଧିକାରୀମାନେ କଡ଼ା ଚେତାବନୀ ଦେଇଛନ୍ତି।

ଏପରିକି ଏ ରାଜଧାନୀ ବାସିନ୍ଦା ୩ କେଜି ଆଳୁ ୧୦୦ ଟଙ୍କାରେ ପାଇବେ । ପରିବାର ପିଛା ୩ କିଲୋ ଆଳୁ ଯୋଗାଇ ଦେବାକୁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏନେଇ ଭୁବନେଶ୍ୱର ଅତିରିକ୍ତ ଜିଲାପାଳଙ୍କ ଅଫିସ ନିକଟରେ ରାଜଧାନୀର ପ୍ରାୟ ୧୦୦ ଡିଲରଙ୍କୁ ଯୋଗାଣ ବିଭାଗ ଆଳୁ ଯୋଗାଇ ଦେଇଛି।

ଶୁକ୍ରବାର ରାଜ୍ୟ ସରକାରଙ୍କ ବଡ଼ ଘୋଷଣା କରି କହିଥିଲେ, ଏଣିକି ୩୦ଟଙ୍କାରେ କେଜିଏ ଆଳୁ ଦିଆଯିବ। ଏ ନେଇ ଦିଲ୍ଲୀରୁ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଥିଲେ । ମନ୍ତ୍ରୀ କହିଥିଲେ, ଆଲୋଚନା ସତ୍ତ୍ବେ ପଶ୍ଚିମବଙ୍ଗରୁ ଆଳୁ ଆସିପାରୁନାହିଁ। ତେଣୁ ରାଜ୍ୟ ସରକାର ନାଫେଡ୍‌ ଜରିଆରେ ଆଳୁ ଆଣିବେ। ଉଚ୍ଚା ଦରରେ କିଣିଲେ ବି ଲୋକଙ୍କୁ ୩୦ ଟଙ୍କାରେ ଆଳୁ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶନିବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆତିଶୀ

ନୂଆଦିଲ୍ଲୀ,୨୦ା୯ : ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ନେତ୍ରୀ ଆତିଶୀ ଶନିବାର ଅପରାହ୍ନ ୪ଟା ୩୦ ମିନିଟ୍‌ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ତାଙ୍କ...

ତିରୁପତି ଲଡ଼ୁ ବିବାଦ: ସୁପ୍ରିମକୋର୍ଟରେ ମାମଲା

ନୂଆଦିଲ୍ଲୀ,୨୦ା୯: ତିରୁପତି ଲଡ଼ୁ ବିବାଦ ଶୁକ୍ରବାର ସୁପ୍ରିମକୋର୍ଟରେ ପହଞ୍ଚତ୍ଛି। ଅଭିଯୋଗର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବା ପାଇଁ ଜଣେ ଆଇନଜୀବୀ ସର୍ବୋଚ୍ଚ ଅଦାଲତରେ ପିଟିଶନ ଦାଏର କରିଛନ୍ତି।...

ମାଓବାଦୀଙ୍କୁ ଅସ୍ତ୍ରତ୍ୟାଗ ପାଇଁ ଶାହାଙ୍କ ଆହ୍ବାନ

ନୂଆଦିଲ୍ଲୀ,୨୦ା୯: ମାଓବାଦୀମାନେ ସେମାନଙ୍କ ଅସ୍ତ୍ରଶସ୍ତ୍ର ତ୍ୟାଗକରି ଆତ୍ମସମର୍ପଣ କରିବା ନିମନ୍ତେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶୁକ୍ରବାର ଅପିଲ୍‌ କରିଛନ୍ତି। ସେମାନେ ଯଦି ହିଂସାତ୍ମକ ପନ୍ଥା...

ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ

କଟକ,୨୦।୯(ଶିଳ୍ପା ପ୍ରିୟଦର୍ଶିନୀ) କଟକ ବାଲିଯାତ୍ରା ଉପର ପଡିଆରେ ଗଣେଶ ମହୋତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଯୋଗଦେଇଥିଲେ। ଏହାପରେ...

ଘାଟିରେ ଖସିପଡ଼ିଲା ବସ୍‌: ୪ ଯବାନ ମୃତ, ୨୮ଗୁରୁତର

କଶ୍ମୀର,୨୦।୯: କଶ୍ମୀର ବୁଦ୍ଧଗାମ ଜିଲାରେ ଶୁକ୍ରବାର ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ବିଏସ୍‌ଏଫ୍‌ ଯବାନଙ୍କୁ ଧରି ଯାଉଥିବା ଏକ ବସ୍‌ ଦୁର୍ଘଟଣା ହୋଇ ଘାଟି...

ଭରତପୁର ଥାନା ଘଟଣା: ଉଦ୍‌ବେଗ ପ୍ରକାଶ କଲେ ରାହୁଲ ଗାନ୍ଧି

ଭୁବନେଶ୍ୱର,୨୦ା୯: ଭରତପୁର ଥାନାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ପୋଲିସର ଅତ୍ୟାଚାର ଏବଂ ଯୌନ ନିର୍ଯାତନା ଅଭିଯୋଗ ମାମଲା ଓଡ଼ିଶାକୁ ସାରା ଦେଶରେ ଲଜ୍ଜିତ କରିଛି।...

ବୋନସ ଦାବି ତେଜିଲା…

ରାଉରକେଲା,୨୦।୯(ସଙ୍ଗୀତା ଜେନା): କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ସିଟୁ ସମର୍ଥିତ ଷ୍ଟିଲ୍‌ ଏମ୍ପ୍ଲୟିଜ୍‌ ଟ୍ରେଡ୍‌ ୟୁନିୟନ ତଥା ରାଉରକେଲା କଣ୍ଟ୍ରାକ୍ଟର ୱାର୍କର୍ସ ୟୁନିୟନ ପକ୍ଷରୁ ଶୁକ୍ରବାର ପାୱାରଗେଟ୍‌...

ନିଆରା ଅନ୍ଦାଜରେ ମୁଖ୍ୟମନ୍ତ୍ରୀ: କ୍ରୀଡାବିତଙ୍କୁ କଲେ ଉତ୍ସାହିତ

କେନ୍ଦୁଝର ,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା କରଞ୍ଜିଆପଡା ଖେଳପଡିଆରେ ଆୟୋଜିତ ୧୮ ତମ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri