Categories: ଜାତୀୟ

ବଳାତ୍କାରୀଙ୍କୁ ମିଳିବ କଠୋର ଦଣ୍ଡ: ୧୫୦ ଜଣିଆ ମହିଳା ପୋଲିସ ଟିମ ଗଠନ…

ରାଞ୍ଚି,୧୯।୨ : ବଳାତ୍କାର ଏବଂ ଯୌନ ଅପରାଧ ମାମଲାରେ, ପ୍ରମାଣ ଅଭାବରୁ ଅପରାଧୀମାନେ କୋର୍ଟ ରେ ନିର୍ଦ୍ଦୋଷରେ ଖଲାସ ହେଉଛନ୍ତି। ଏହାର ସବୁଠାରୁ ବଡ଼ କାରଣ ହେଉଛି ବୈଜ୍ଞାନିକ ପ୍ରମାଣର ଅଭାବ, ଯେଉଁଥିପାଇଁ ବର୍ତ୍ତମାନ ଝାଡ଼ଖଣ୍ଡ ପୋଲିସର ସ୍ବତନ୍ତ୍ର ମହିଳା ଟିମ ଗଠନ କରାଯାଇଛି । ସେମାନେ ପ୍ରତ୍ୟେକ ଜିଲାରେ ପୋଷ୍ଟ ହେବେ। ଏହି ମହିଳା ଟିମ ଯୌନ ଅପରାଧ ମାମଲାର ତଦନ୍ତ କରିବେ।

ବାସ୍ତବରେ, ନୂତନ ନିୟମ ଲାଗୁ ହେବା ମାତ୍ରେ ବୈଜ୍ଞାନିକ ପ୍ରମାଣ ବିନା ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇପାରିବ ନାହିଁ। ଏଭଳି ପରିସ୍ଥିତିରେ ଝାଡଖଣ୍ଡ ପୋଲିସ ମୁଖ୍ୟାଳୟ ଦ୍ୱାରା ରାଜ୍ୟର ୧୫୦ ମହିଳା ପୋଲିସ କର୍ମଚାରୀଙ୍କୁ ଚୟନ କରାଯାଇଛି। ସେମାନଙ୍କର ସ୍ବତନ୍ତ୍ର ତାଲିମ ମଧ୍ୟ ଆରମ୍ଭ ହୋଇଛି। ବାସ୍ତବରେ, ୩୪୩ ମହିଳା ପୋଲିସ କର୍ମଚାରୀ ଏହି ଟିମରେ ସାମିଲ ହେବା ପାଇଁ ଫର୍ମ ପୂରଣ କରିଥିଲେ। କିନ୍ତୁ, ବର୍ତ୍ତମାନ, ସେମାନ ମଧ୍ୟରୁ କେବଳ ୧୫୦ ଜଣଙ୍କୁ ଏହି ଟିମ ପାଇଁ ଚୟନ କରାଯାଇଛି।

ଏହି ବିଷୟରେ ସୂଚନା ପ୍ରଦାନ କରି ଝାଡଖଣ୍ଡର ପୋଲିସ ଡିଜିପି ଅଜୟ କୁମାର ସିଂ କହିଛନ୍ତି ମହିଳା ପୋଲିସ କର୍ମଚାରୀଙ୍କୁ ଚାରି ପ୍ରକାରର ତାଲିମ ଦିଆଯାଉଛି, ଯେଉଁଥିରେ ଆଇନ, ମନୋବିଜ୍ଞାନ, ଡାକ୍ତରୀ ଏବଂ ଫରେନସିକ୍ସ ତାଲିମ ରହିଛି। ୨୮ ଦିନର ତାଲିମ ପରେ, ଏହି ସ୍ବତନ୍ତ୍ର ଟିମ ପ୍ରତ୍ୟେକ ଜିଲାର ମହିଳା ପୋଲିସ ଷ୍ଟେଶନରେ ପୋଷ୍ଟ କରାଯିବେ ଏବଂ ଯଦି ଜିଲାରେ ଯୌନ ଅପରାଧର କୌଣସି ଘଟଣା ସାମ୍ନାକୁ ଆସେ ତେବେ ଏହି ଟିମ ଏହାର ଅନୁସନ୍ଧାନ କରିବେ। ଯୌନ ଅପରାଧ ସହ ଜଡିତ ପ୍ରମାଣ ସଂଗ୍ରହ ତଥା ତଦନ୍ତରେ ସହଯୋଗ କରିବା ଦାୟତ୍ୱେ ଏହି ଦଳର ଏକ ବିଶେଷ ପୋଲିସ କର୍ମଚାରୀଙ୍କୁ ଦିଆଯାଇଛି।

 

 

Share