କାବୁଲ,୨୮ା୪: ତାଲିବାନ ମହିଳା ବିରୋଧୀ ସଂଗଠନ ଭାବରେ ଜଣାଶୁଣା। ତାଲିବାନ ଗତବର୍ଷ ଅଗଷ୍ଟ ମାସରେ ଆଫଗାନିସ୍ତାନକୁ କାବୁ କରିଥିଲା ଏବଂ ସେବେଠାରୁ ଆଫଗାନିସ୍ତାନର ଅବସ୍ଥା ଅତ୍ୟନ୍ତ ଖରାପ । ସବୁଠୁ ଖରାପ ଅବସ୍ଥାରେ ସେଠାକାର ବାଳିକା ଏବଂ ମହିଳାମାନେ ଅଛନ୍ତି। ଆଫଗାନିସ୍ତାନର ଯୁବତୀମାନେ ବର୍ତ୍ତମାନ ଭୟଭୀତ ଅବସ୍ଥାରେ ଜୀବନ ବିତାଉଛନ୍ତି। ସେମାନେ ପୁରୁଷଙ୍କ ବିନା ବାହାରକୁ ଯାଇପାରିବେ ନାହିଁ, ବୁର୍ଖା ବିନା ଘରୁ ବାହାରି ପାରିବେ ନାହିଁ, ଝିଅମାନେ ସ୍କୁଲକୁ ଯାଆନ୍ତି ନାହିଁ। କାରଣ ତାଲିବାନ ପ୍ରତିଦିନ ସ୍କୁଲ ଯାଉଥିବା ବାଳିକାମାନଙ୍କ ପାଇଁ ନୂଆ ନିୟମ ତିଆରି କରେ। ଝିଅ ଏବଂ ପୁଅମାନେ ସ୍କୁଲରେ ଏକାଠି ବସିବେ ନାହିଁ, କେବେବି ଝିଅମାନଙ୍କୁ ପୁରୁଷ ଶିକ୍ଷକମାନେ ଶିକ୍ଷା ଦେଇପାରିବ ନାହିଁ। ଆଫଗାନିସ୍ତାନ ଝିଅ ଏବଂ ମହିଳାମାନଙ୍କ ପାଇଁ ଏହିପରି ଅନେକ ନିୟମ ପ୍ରଚଳନ କରିଥାଏ।