ବୁଗୁଡ଼ା,୨୧।୪(ଡି.ଏନ୍.ଏ.): ବୁଗୁଡ଼ା ସହରରେ ବ୍ୟବସାୟୀ ଓ ସାଧାରଣ ଜନତା କୋଭିଡ୍ କଟକଣାକୁ ଠିକ୍ ଭାବେ ପାଳନ କରିବା ପାଇଁ ଏନ୍ଏସି ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଥିବା ବ୍ୟବସାୟ ପ୍ରତିଷ୍ଠାନକୁ ଯାଞ୍ଚ କରାଯାଇଛି। ବ୍ୟବସାୟୀମାନେ ମାସ୍କ ପିନ୍ଧିବା ଓ ଗ୍ରାହକମାନଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା ଦିଗରେ ଜୋର୍ ଦେଇଥିଲେ। ପଞ୍ଚସୂତ୍ରୀ ନିୟମ ପାଳନ କରୁ ନ ଥିବା କିଛି ବ୍ୟବସାୟୀ ଏବଂ ଗ୍ରାହକଙ୍କୁ ତାଗିଦ କରିଥିଲେ। କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମୀ ରଞ୍ଜନ ଦାସଙ୍କ ନେତୃତ୍ୱରେ ନୋଡାଲ ଅଧିକାରୀ କାଳୀ ଚରଣ ରଥ, ସୁଶାନ୍ତ ଜେନା, ରାଜେନ୍ଦ୍ର ପ୍ରଧାନ, ରମେଶ ସାହୁ ଓ ନତ୍ୟାନନ୍ଦ ବାଡ଼ତ୍ୟା ପ୍ରମୁଖ ଉକ୍ତ ଯାଞ୍ଚ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।