ରାଇକିଆ,୫।୫(ଡି.ଏନ୍.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକରେ ଲକ୍ଡାଉନ୍ର ପ୍ରଥମ ଦିନର ପ୍ରଭାବ ଦେଖିବାକୁ ମିଳିଛି । କେବଳ ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡ଼ିଦେଲେ ସମସ୍ତ ପ୍ରକାର ଦୋକାନ ବଜାର ବନ୍ଦ ରହିଛି । ପୋଲିସ ପକ୍ଷରୁ ପାଟ୍ରୋଲିଂକୁ କଡ଼ାକଡି କରଯାଇଛି । ବିଶେଷ କରି ଯାନବାହନ ଚଳାଚଳ ଉପରେ ପୂରା ରୋକ ଲଗାଯାଇଛି । ବିଡିଓ ପ୍ରବୀଣ କୁମାର ବାଣୁଆ, ଥାନା ଅଧିକାରୀ ତରୁଣ ତପନ ବେହେରା, ଅତିରିକ୍ତ ତହସିଲଦାର ଅକ୍ଷୟ ଟୁଡୁ ସ୍ଥିତି ଅନୁଧ୍ୟାନ କରିବା ସହ ଲକ୍ଡାଉନ୍ ନିୟମ କଡାକଡି ପାଳନ ପାଇଁ ଲୋକଙ୍କୁ ସଚେତନ କରାଇଥିଲେ। ବସଷ୍ଟାଣ୍ଡଠାରେ ଅସ୍ଥାୟୀ ପରିବା ମାର୍କେଟ କରାଯାଇଛି । ଅନାବଶ୍ୟକ ଚଳପ୍ରଚଳ, ଯାନବାହନ ଯାଞ୍ଚ, କୌଣସି କାମ ନ ଥାଇ ଲୋକେ ଯେପରି ଭିଡ଼ ନ ଜମାଇବେ ସେଥିପ୍ରତି ଦୃଷ୍ଟି ଦିଆଯାଉଥିବା ଥାନା ଅଧିକାରୀ କହିଛନ୍ତି ।