ୟୁଜିସିର କଡ଼ା ତାଗିଦ୍‌, ଟଙ୍କା ଫେରସ୍ତ ନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୯ା୭(ଅସମାପିକା ସାହୁ):ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ନିର୍ଦ୍ଦେଶନାମାକୁ ପାଳନ କରୁନାହାନ୍ତି। ବାରମ୍ବାର ତାଗିଦ୍‌ ସତ୍ତ୍ୱେ ଫି’ ଫେରସ୍ତ ନିୟମ (ଫି ରିଫଣ୍ଡ୍‌ ପଲିସି)କୁ ପାଳନ କରୁ ନ ଥିବାରୁ ୟୁଜିସି ଉଦ୍‌ବେଗ ପ୍ରକାଶ କରିଛି। ତେଣୁ ଏଥର ନିୟମ ପାଳନ ନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ନେଇ ୟୁଜିସି ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତି ଏବଂ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଅବଗତ କରାଯାଇଥିବାବେଳେ ସୋମବାର ପୁଣି ଚେତାଇ ଦେଇଛନ୍ତି।
କୌଣସି ଉଚ୍ଚ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ପରେ ଅନ୍ୟତ୍ର ସ୍ଥାନାନ୍ତର ବା ରଦ୍ଦ କଲେ ତୁରନ୍ତ ନାମଲେଖା ଫି’ ଫେରସ୍ତ କରିବା ପାଇଁ ୟୁଜିସି ସ୍ବତନ୍ତ୍ର ନୀତି ଆଣିଥିଲା। ଏହାକୁ ପାଳନ କରିବା ପାଇଁ ୟୁଜିସି ପକ୍ଷରୁ ବାରମ୍ବାର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ଚିଠି କରାଯାଇଛି। କିନ୍ତୁ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ଏହାକୁ ପାଳନ କରୁ ନ ଥିବା ଅଭିଯୋଗ ଆସୁଛି। ସିଟ୍‌ ଛାଡ଼ିଲେ ମଧ୍ୟ ନାମଲେଖା ଫି’ ଫେରସ୍ତ କରିବାରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ମାତ୍ରାଧିକ ବିଳମ୍ବ କରୁଥିବା ନେଇ ମଧ୍ୟ ଅଭିଯୋଗ ଆସୁଛି। ତେଣୁ ୟୁଜିସି ଏଣିକି ଖିଲାପକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଆବଶ୍ୟକ ପଡ଼ିଲେ ଶିକ୍ଷାନୁଷ୍ଠାନର ମାନ୍ୟତା, ସ୍ବୟଂଶାସିତ ମାନ୍ୟତା, ନୂଆ ନାମଲେଖା ପାଇଁ ଆବେଦନକୁ ଗ୍ରହଣ ନ କରିବା, ସାଧାରଣ ଲୋକଙ୍କୁ ଅବଗତ ନିମନ୍ତେ ଖବରକାଗଜ କିମ୍ବା କୌଣସି ଉପଯୁକ୍ତ ଗଣମାଧ୍ୟମରେ ବିଜ୍ଞାପନ ପ୍ରକାଶ କରିବା, ଆୟୋଗର ଓ୍ବେବ୍‌ସାଇଟ୍‌ରେ ଉକ୍ତ ଶିକ୍ଷାନୁଷ୍ଠାନ ସମ୍ପର୍କରେ ପୋଷ୍ଟ କରିବା କିମ୍ବା ଆୟୋଗ କ୍ଷମତା ଭିତରେ ଥିବା କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।
ୟୁଜିସିର ଫି’ ଫେରସ୍ତ ପଲିସି ଅନୁସାରେ, ନାମ ଲେଖାଇଥିବା ଛାତ୍ରୀଛାତ୍ର ସେପ୍ଟେମ୍ବର ଶେଷ ସୁଦ୍ଧା ଅନ୍ୟତ୍ର ସ୍ଥାନାନ୍ତର ବା ନାମଲେଖା ରଦ୍ଦ ପାଇଁ ଆବେଦନ କଲେ ସେମାନଙ୍କୁ ଶତ ପ୍ରତିଶତ ଫି’ ଫେରସ୍ତ କରାଯିବ। ସେହିପରି ଅକ୍ଟୋବର ଶେଷ ସୁଦ୍ଧା ଆବେଦନ କଲେ ପ୍ରୋସେସିଂ ଫି’ ବାବଦକୁ ସର୍ବାଧିକ ହଜାରେ ଟଙ୍କା କାଟି ଫେରସ୍ତ କରାଯିବ। ଏହାଠାରୁ ଅଧିକ ଟଙ୍କା କାଟିପାରିବେ ନାହିଁ। ସେହିପରି ଅକ୍ଟୋବର ପରେ ନାମଲେଖା ସୂଚୀ ଥିଲେ ତଦନୁଯାୟୀ ଫି’ ଫେରସ୍ତ କରାଯିବ। ଅର୍ଥାତ୍‌ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ ଥିବା ନାମଲେଖା ଶେଷ ତାରିଖର ୧୫ଦିନ ପୂର୍ବରୁ ସିଟ୍‌ ଛାଡ଼ିଲେ ସମ୍ପୂର୍ଣ୍ଣ ଫି’ ଫେରିପାଇବେ ଛାତ୍ରୀଛାତ୍ର। ଶେଷ ତାରିଖ ୧୫ରୁ କମ୍‌ ଦିନ ଥିଲେ ୯୦ ପ୍ରତିଶତ ଫି’ ଫେରସ୍ତ କରାଯିବ। ସେହିପରି ନାମଲେଖା ଅବଧି ସରିବାର ୧୫ ଦିନ ମଧ୍ୟରେ ଆବେଦନ କଲେ ୮୦ପ୍ରତିଶତ ଓ ୧୫ରୁ ୩୦ ଦିନ ମଧ୍ୟରେ ଆବେଦନ କଲେ ୫୦ ପ୍ରତିଶତ ଫି’ ଫେରସ୍ତ ହେବ। ମାସେ ବା ୩୦ ଦିନ ପରେ ଅନ୍ୟତ୍ର ସ୍ଥାନାନ୍ତର ବା ନାମଲେଖା ରଦ୍ଦ ପାଇଁ ଆବେଦନ କଲେ କୌଣସି ଫି’ ଫେରସ୍ତ ହେବ ନାହିଁ ବୋଲି ୟୁଜିସି ସ୍ପଷ୍ଟ କରିଛି। ୟୁଜିସି ଅଧୀନରେ ଥିବା କେନ୍ଦ୍ରୀୟ ବା ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ଏହାକୁ ପାଳନ କରିବେ। ନିୟମର ଖିଲାପ କଲେ ମାନ୍ୟତା ରଦ୍ଦ ଭଳି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ୟୁଜିସି ଚେତାବନୀ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରେ ୪୬୦ ସ୍କୁଲ ବସ୍‌ରେ ଫିଟ୍‌ନେସ୍‌ ନାହିଁ

ଭୁବନେଶ୍ୱର,୨୦ା୩: ଭୁବନେଶ୍ବରରେ ୪ଶହ ୬୦ଟି ସ୍କୁଲ ବସ୍‌ରେ ଫିଟ୍‌ନେସ୍‌ ନାହିଁ। ବିନା ଫିଟନେସ୍‌ରେ ପିଲାଙ୍କୁ ନେବା ଆଣିବା କରୁଛି ସ୍କୁଲ ବସ୍‌। ଭୁବନେଶ୍ବରରେ ୧୪୮୪ ସ୍କୁଲ...

ଜୀବନ ଧନ ମୋ ପଖାଳ କଂସା

ଭୁବନେଶ୍ୱର,୨୦ା୩(ସୌମ୍ୟରଞ୍ଜନ ରାଉତ): ଓଡ଼ିଆ ଜନଜୀବନ ସହ ପଖାଳର ସମ୍ପର୍କ ବହୁ ପୁରୁଣା। ପ୍ରତ୍ୟେକ ଓଡ଼ିଆର ପ୍ରାଣର ପ୍ରତୀକ ହେଉଛି ପଖାଳ। ଗାଁ ହେଉ କି ସହର...

ଜଙ୍ଗଲରେ ମାଓବାଦୀଙ୍କ ବଡ଼ ବେସ୍‌ କ୍ୟାମ୍ପ ଠାବ, ଗୁଳି ଚଳାଇଲା ପୋଲିସ

ମାଲକାନଗିରି,୨୦ା୩(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାର ଗଙ୍ଗଲୁର ଜଙ୍ଗଲରେ ପୋଲିସ-ମାଓବାଦୀ ମଧ୍ୟରେ ଜୋରଦାର ଗୁଳିବିନିମୟ। ପୋଲିସ ଏନ୍‌କାଉଣ୍ଟରରେ କିଛି ମାଓବାଦୀ ନିହତ...

ପୁରୀ କେବୁଲ ଲ୍ୟାଣ୍ଡିଂ ଷ୍ଟେସନ ସ୍ଥାପନ କରିବେ ଓଡ଼ିଶା ସରକାର: ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, ୨୦।୩: ଓଡ଼ିଶାକୁ ଏକ ବୈଷୟିକ ଡିଜିଟାଲ ହବ୍ ରେ ପରିଣତ କରିବା ପାଇଁ ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗ ପୁରୀ ଠାରେ...

ନିଆଁ ଲାଗି ଜଳିଗଲା ୩ ଦୋକାନ, ସବୁ ପୋଡ଼ି ଛାରଖାର

ଭବାନୀପାଟଣା,୨୦ା୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ଘୋଡ଼ାଘାଟ ଛକ ୨୬ ନମ୍ବର ଜାତୀୟ ରାଜପଥ ଉପରେ ଥିବା ୩ ଟି ଦୋକାନରେ ଗୁରୁବାର...

ଗୃହରେ ରୋଚକ ଦୃଶ୍ୟ, ବିଧାନସଭାରେ ହୁଇସିଲ ମାରିଲେ ବିରୋଧୀ

ଭୁବନେଶ୍ୱର,୨୦।୩: ଆଜି ବିଧାନସଭାରେ ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ। ଦୀର୍ଘଦିନ ଧରି ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଗୃହ ଚାଲିପାରୁ ନ ଥିଲା। ସେହିପରି ଗୁରୁବାର ମଧ୍ୟ...

ମାଡ଼ି ଆସୁଛି ଝଡ଼ବର୍ଷା, ଏଇ ଜିଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୦ା୩(ଅନୁରାଧା ମହାରଣା): ରାଜ୍ୟରେ ଗତ କିଛିଦିନ ପ୍ରବଳ ଖରା ଓ ଗୁଳୁଗୁଳି ଅନୁଭୂତ ହେଉଥିବାବେଳେ କାଳବୈଶାଖୀ ପ୍ରଭାବରେ ଗୁରୁବାରଠାରୁ ତାପମାତ୍ରା କିଛି ପରିମାଣରେ ହ୍ରାସ ପାଇପାରେ।...

ଶାହାଙ୍କ ଓଡ଼ିଶା ଗସ୍ତ ୩ୟ ଥର ବାତିଲ

ଭୁବନେଶ୍ୱର,୨୦ା୩(ରବିନାରାୟଣ ଜେନା): ଭାଜପାର ଚାଣକ୍ୟ ତଥା କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲକୁ ନେଇ ରାଜ୍ୟ ରାଜନୀତି ଏବେ ଜୋର୍‌ ଧରିଛି।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image