Categories: ଜାତୀୟ

‘ପାକିସ୍ତାନକୁ କଡ଼ା ଚେତାବନୀ’

ଜାତିସଂଘ,୨୫।୯: ବିକାଶ ବିରୋଧୀ ଚିନ୍ତାଧାରାର କେତେକ ଦେଶ ଆତଙ୍କବାଦକୁ ରାଜନୈତିକ ଅସ୍ତ୍ର କରିଛନ୍ତି। ଏହା ସେମାନଙ୍କ ପାଇଁ ସମାନ ବିପଦ, ଏକଥାକୁ ଉକ୍ତ ରାଷ୍ଟ୍ରଗୁଡ଼ିକ ହୃଦୟଙ୍ଗମ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଜାତିସଂଘ ସାଧାରଣ ସଭାର ୭୬ତମ ଅଧିବେଶନକୁ ସମ୍ବୋଧନ କରି କହିଛନ୍ତି। ଆତଙ୍କବାଦୀଙ୍କ ନିରାପଦ ଭୂସ୍ବର୍ଗ ଭାବେ ପରିଚିତ ପାକିସ୍ତାନର ନାଁ ନ ନେଇ ପ୍ରଧାନମନ୍ତ୍ରୀ କଡ଼ା ଚେତାବନୀ ଦେଇଛନ୍ତି।

ନିୟମାବଳୀ ଆଧାରିତ ଅନ୍ତର୍ଜାତୀୟ ନିୟନ୍ତ୍ରଣ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ହେଲେ ଅନ୍ତର୍ଜାତୀୟ ସମୁଦାୟଙ୍କୁ ମିଳିତ ସ୍ବର ଉଠାଇବାକୁ ହେବ ବୋଲି ପରୋକ୍ଷରେ ଚାଇନାକୁ ଇଙ୍ଗିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଚାଇନା ସାମରିକ ଶକ୍ତି ବୃଦ୍ଧି କରିଚାଲିଥିବା ବେଳେ ବିସ୍ତାରବାଦ ବିରୋଧରେ ମିଳିତ ସ୍ବର ଉତ୍ତୋଳନ ପାଇଁ ମୋଦି ଆହ୍ବାନ ଦେଇଛନ୍ତି। କରୋନା ମହାମାରୀ ବିରୋଧୀ ଲଢ଼େଇରେ ଭାରତର ସଫଳତା ସମ୍ପର୍କରେ ସେ ଜାତିସଂଘ ସାଧାରଣ ସଭାରେ କହିବା ସହ ଭାରତରେ କୋଭିଡ୍‌ ଟିକା ପ୍ରସ୍ତୁତି ଲାଗି ଭାକ୍ସିନ ଉତ୍ପାଦନକାରୀ କମ୍ପାନୀଗୁଡ଼ିକ ଆଗେଇ ଆସିବାକୁ ଆମନ୍ତ୍ରଣ କରିଥିଲେ।

Share