ବାମରାରେ ଟ୍ରେନ୍‌ ରହଣି ଦାବିରେ ରେଳରୋକୋ

କୁଚିଣ୍ଡା,୩୦।୩(ଡି.ଏନ୍‌.ଏ): ସମ୍ବଲପୁର ଜିଲାର ବାମରା ରେଳ ଷ୍ଟେସନଠାରେ ସମସ୍ତ ଟ୍ରେନ ରହଣି ଦାବିରେ ବୁଧବାର ଅଞ୍ଚଳବାସୀଙ୍କ ପକ୍ଷରୁ ରେଳରୋକୋ ଆନ୍ଦୋଳନ କରାଯାଇଛି। ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ରେଳରୋକୋ ଯୋଗୁ ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ସୂଚନା ରହିଛି। ଅନ୍ୟପଟେ ରେଳରୋକୋ ଯୋଗୁ ସମସ୍ତ ଟ୍ରେନ୍‌ ବାତିଲ ହୋଇଥିବା ବେଳେ ଅନେକ ଯାତ୍ରୀଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି।

Share