ପରିବହନ ନୀତି ପରିବର୍ତ୍ତନ ନ ହେଲେ ଧର୍ମଘଟ

କଟକ ଅଫିସ,୧୨ା୧୨: ରାଜ୍ୟ ସରକାର ପରିବହନର ନୀତିରେ ପରିବର୍ତ୍ତନ ନ ଆଣିଲେ ଆସନ୍ତା ଜାନୁୟାରୀ ୧୧ରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଟ୍ରକ ଧର୍ମଘଟ ହେବ। ଓଡ଼ିଶା ରାଜ୍ୟ ଟ୍ରକ୍‌ ମାଲିକ ମହାସଂଘ ପକ୍ଷରୁ କଟକ ଗଣ୍ଡରପୁରସ୍ଥିତ ମହାସଂଘ କାର୍ଯ୍ୟାଳୟରେ ରବିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଏନେଇ ଘୋଷଣା କରାଯାଇଛି।
ମହାସଂଘର ସାଧାରଣ ସମ୍ପାଦକ ରବି ଶତପଥୀଙ୍କ ସୂଚନା ଅନୁଯାୟୀ, ରାଜ୍ୟ ସରକାର ୧୫ ବର୍ଷରୁ ଊର୍ଦ୍ଧ୍ୱ ପୁରୁଣା ଗାଡ଼ିଗୁଡ଼ିକୁ ରାସ୍ତାରୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ପରିବହନ କାର୍ଯ୍ୟରେ ନିୟୋଜିତ ଟ୍ରକ୍‌ଗୁଡ଼ିକର ଭଡ଼ା ଧାର୍ଯ୍ୟ କରୁନାହାନ୍ତି। ମହାସଂଘର ଅନ୍ୟାନ୍ୟ ସମସ୍ୟା ସଂକ୍ରାନ୍ତରେ ପରିବହନ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପରିହବନ ସଚିବ ଓ ପରିବହନ କମିଶନରଙ୍କୁ ପୂର୍ବରୁ ଦାବିପତ୍ର ପ୍ରଦାନ କରାଯାଇଛି। ଟ୍ରକ୍‌ ମାଲିକମାନଙ୍କ ବିଭିନ୍ନ ସମସ୍ୟା ସଂକ୍ରାନ୍ତରେ ଆଲୋଚନା ପାଇଁ ବହୁଥର ପରିବହନ ସଚିବଙ୍କୁ ଅନୁରୋଧ କରାଯାଇଛି। ସମସ୍ୟା ସଂକ୍ରାନ୍ତରେ ଆଲୋଚନା ନ କରି ସରକାର ହଠାତ୍‌ ପୁରୁଣା ଗାଡ଼ିଗୁଡ଼ିକୁ ରାସ୍ତାରୁ ହଟାଇବାକୁ ନେଇଥିବା ନିଷ୍ପତ୍ତିକୁ ମହାସଂଘ ବିରୋଧ କରୁଛି। ପୁରୁଣା ଗାଡ଼ିଗୁଡ଼ିକ ବନ୍ଦ କରାଗଲେ ଟ୍ରକ୍‌ ମାଲିକମାନେ ଅସୁବିଧାର ସମ୍ମୁଖୀନ ହେବ। କୋଭିଡ୍‌ ଯୋଗୁ ସେମାନଙ୍କର ଆର୍ଥିକ ସ୍ଥିତି ଦୋହଲି ଯାଇଥିବାରୁ ଏଥିପାଇଁ ୨ ବର୍ଷ ସମୟ ଦେବା, ଅନ୍ୟ ରାଜ୍ୟରେ ଏହା ଲାଗୁ ନ ହେବା ଯାଏ ପୁରୁଣା ଗାଡ଼ି ହଟାଇବା ନିଷ୍ପତ୍ତି ସ୍ଥଗିତ ରଖିବା, ନୂଆ ଗାଡ଼ି କିଣାବେଳେ ପୁରୁଣା ଗାଡ଼ିର ଦାମ୍‌ ବାବଦକୁ ୬% ବଦଳରେ ୨୦ ପ୍ରତିଶତ ଦାମ୍‌ ଦେବା, ନୂଆଗାଡ଼ି କିଣିଲେ ୨୫% ରୋଡ୍‌ଟ୍ୟାକ୍ସ ୧୦ ବର୍ଷ ପର୍ଯ୍ୟନ୍ତ ଛାଡ଼ କରିବା, ନୂଆଗାଡ଼ି କିଣୁଥିବା ମାଲିକଙ୍କୁ କମ୍ପାନୀମାନେ ୧୦% ରିହାତି ଦେବା ନିମନ୍ତେ ପଦକ୍ଷେପ ନେବା ସହ ପୁରୁଣା ଗାଡ଼ି ୧୫ ବର୍ଷ ପରିବର୍ତ୍ତେ ୨୦ ବର୍ଷରୁ ଊର୍ଦ୍ଧ୍ୱ ରଖିବାକୁ ରାଜ୍ୟ ସରକାରଙ୍କଠାରେ ଦାବି କରାଯାଇଛି। ଏଥିସହ ବଡ଼ ବଡ଼ ପରିବହନ କମ୍ପାନୀଗୁଡିକ ଶିଳ୍ପପତିମାନଙ୍କଠାରୁ ଉଚ୍ଚା ଦରରେ ଭଡ଼ା ଆଦାୟ କରି ଟ୍ରକ୍‌ମାଲିକମାନଙ୍କୁ କମ୍‌ ଭଡ଼ା ପ୍ରଦାନ କରୁଛନ୍ତି। ଦୀର୍ଘଦିନ ଧରି ଏ ବାବଦରେ ଦାବି କରାଯାଉଥିବା ଏବଂ ବୈଷୟିକ କମିଟି ଭଡ଼ା ଧାର୍ଯ୍ୟ କରିବାକୁ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ ମଧ୍ୟ ସରକାର ଆଇନ ଅନୁଯାୟୀ ଏହା କରୁନାହାନ୍ତି। ଏହାଦ୍ୱାରା ଟ୍ରକ୍‌ ମାଲିକମାନେ କ୍ଷତିଗ୍ରସ୍ତ ହୋଇ ଅର୍ଥ ଲଗାଣକାରୀ ସଂସ୍ଥା ନିକଟରେ ଋଣ ପଇଠ କରିପାରୁନାହାନ୍ତି। ଫଳରେ ଅର୍ଥ ଲଗାଣକାରୀ ସଂସ୍ଥାଗୁଡ଼ିକ ଟ୍ରକ୍‌ ଜବତ କରୁଛନ୍ତି। ତେଣୁ ମୋଟର ଯାନ ଆଇନର ଧାରା ୬୭ ଅନୁଯାୟୀ ଭଡ଼ା ଧାର୍ଯ୍ୟ କରିବାକୁ ମହାସଂଘ ଦାବି ଜଣାଇଛି।
ମହାସଂଘ କାର୍ଯ୍ୟାଳୟରେ ସଭାପତି ବିଭୂତି ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରୀ କମିଟି ବୈଠକରେ ଆଲୋଚନା କରାଯାଇ ରାଜ୍ୟ ସରକାର ଏକ ମାସ ମଧ୍ୟରେ ଆଲୋଚନା ନ କଲେ ଧର୍ମଘଟ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଖବରଦାତା ସମ୍ମିଳନୀରେ ମହାସଂଘ ଉପଦେଷ୍ଟା ଶରତ ଚନ୍ଦ୍ର ପ୍ରଧାନ, କାର୍ଯ୍ୟକାରୀ ସଭାପତି ଦିଲ୍ଲିପ କୁମାର ପାଣି, ଉପସଭାପତି ଶିବପ୍ରସାଦ ମିଶ୍ର, ରାଜୀବ ଜେନା, ସୁମନ୍ତ ବିଶ୍ୱାଳ ଓ ପ୍ରମୋଦ ଜେନା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ପରିଦର୍ଶନ: ସବ୍‌ଟ୍ରଜେରୀ କାର୍ଯ୍ୟାଳୟରେ କର୍ମଚାରୀଙ୍କୁ ନ ଦେଖି ବିଧାୟକ କ୍ଷୁବ୍ଧ

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ଶନିବାର ଦିଗପହଣ୍ଡି ସବ୍‌ ଟ୍ରେଜେରୀ କାର୍ଯ୍ୟାଳୟକୁ ଅଚାନକ ପରିଦର୍ଶନରେ ଯାଇଥିଲେ। ମଧ୍ୟାହ୍ନ...

ଫରେଷ୍ଟର ଆତ୍ମହତ୍ୟା ଘଟଣା: ରାୟଗଡ଼ା ଡିଏଫ୍‌ଓ ଦେବେନ୍ଦ୍ର ବେହେରା ନିଲମ୍ବିତ

ଭବାନୀପାଟଣା,୫ା୧୦ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଜାରିଙ୍ଗ ସିଲଭି କଲଚର ହାଇଟେକ ନର୍ସରୀ ଫରେଷ୍ଟର ସଞ୍ଜୟ ନାୟକ (୩୩)ଙ୍କ ଆତ୍ମହତ୍ୟା ଘଟଣାରେ...

ପୁଣି ପୋଲିସର ଦାଦାଗିରି: ଦୁଇ ଭାଇଙ୍କୁ ଉଠାଇ ନେଇ ଦେଲେ ଥାର୍ଡ ଡିଗ୍ରୀ

ବଣାଇଁ, ୫।୧୦(ପ୍ରଦୀପ ତ୍ରିପାଠୀ): ଦୁଇ ମାସ ତଳେ ରେଳ ଇଞ୍ଜିନରୁ ତେଲ ଚୋରି ଘଟଣାରେ ସମ୍ପୃକ୍ତି ଦର୍ଶାଇ ଗତ ୨ ତାରିଖ ରାତିରେ ରେଲୱେ ପୋଲିସ...

ହେମଗିରରେ ପୁଣି ଠାବ ହେଲା କଳାବାଘ

ସୁନ୍ଦରଗଡ,୫।୧୦(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ବନଖଣ୍ଡର ହେମଗିର ବନାଞ୍ଚଳ ଅଧୀନ ଦାଘୋରା ଜଙ୍ଗଲର ଗର୍ଜନ ପାହାଡରେ ପୁଣି ବ୍ଲାକ୍‌ ପାନ୍ଥର ବା କଳାବାଘ ଠାବ ହୋଇଛି।...

ଭାଜପାରେ ମିଶିଲେ ବିଜୁ ଛାତ୍ର ଜନତା ଦଳର ଜିଲା ସଭାପତି

କେନ୍ଦୁଝର,୫ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ବିଜୁ ଛାତ୍ର ଜନତା ଦଳର କେନ୍ଦୁଝର ଜିଲା ଛାତ୍ର ସଭାପତି ଅବିନାଶ ପଟ୍ଟନାୟକ ଶନିବାର ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ...

ଉଠା ଦୋକାନୀଙ୍କୁ ଉଚ୍ଛେଦ ମସୁଧା

ବରଗଡ଼,୫।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରହିଥିବା ସମ୍ମିଳନୀ କକ୍ଷରେ ଶନିବାର ଜିଲା ସଡ଼କ ସୁରକ୍ଷା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ...

ଦଳିଦେବା ପରେ ମୃତଦେହକୁ ଜଗିରହିଲା ଦନ୍ତା: କାରଣ ଜାଣିଲେ…

ଦେବଗଡ଼,୫।୧୦(ଶଶାଙ୍କ ଶେଖର ଝାଙ୍କର) ଶୌଚ ପାଇଁ ଯାଇଥିବା ବେଳେ ଦଳି ଦେଲା ଦନ୍ତା । ଘଟଣାସ୍ଥଳରେ ହିଁ ଚାଲିଗଲା ବ୍ୟକ୍ତିଙ୍କ ଜୀବନ। ଦେବଗଡ଼ ବନଖଣ୍ଡ ରିଆମାଳ...

ସରପଞ୍ଚଙ୍କ ନାମରେ ଆସିଥିବା ଅଭିଯୋଗକୁ ଖଣ୍ଡନ କଲେ ୱାର୍ଡମେମ୍ବର

ଭବାନୀପାଟଣା,୫।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅଧୀନ ଅର୍ତ୍ତଲ ପଞ୍ଚାୟତର ସରପଞ୍ଚଙ୍କ ନାମରେ ଆସିଥିବା ଅଭିଯୋଗ ଭିତ୍ତିହୀନ ଓ ମିଥ୍ୟା ବୋଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri