ବିଧାନସଭା ଆଗରେ ଧାରଣା ଦେଲେ ଫିଲ୍ମ ପ୍ରଯୋଜିକା

ଭୁବନେଶ୍ୱର,୨୩ା୧୧: ଗୁରୁବାରଠାରୁ ବିଧାନସଭା ଆଗରେ ଧାରଣାରେ ବସିଛନ୍ତି ଓଡ଼ିଆ ଚଳଚ୍ଚିତ୍ର ‘ପ୍ରଥା’ର ପ୍ରଯୋଜିକା ସନଲିଶା ପଟେଲ। ସନଲିଶା ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍‌ଡିସି) ଏବଂ ଓଡ଼ିଶା ସରକାରଙ୍କ ଆଗରେ ୫ଟି ଦାବି ରଖିଛନ୍ତି। ଏହି ଦାବିଗୁଡ଼ିକ ମଧ୍ୟରେ ବ୍ଲକ ମୁଖ୍ୟାଳୟରେ ଗୋଟିଏ ଲେଖାଏ ସିନେମା ହଲ୍‌ ପ୍ରତିଷ୍ଠା, ଅନ୍ୟ ରାଜ୍ୟଗୁଡ଼ିକ ପରି ମଲ୍ଟିପ୍ଲେକ୍ସ ଏବଂ ହଲ୍‌ରେ ଯେପରି ଓଡ଼ିଆ ଫିଲ୍ମକୁ ଚଲାଇବା ପାଇଁ ବାଧ୍ୟ ହେବେ ସେହିପରି କାର୍ଯ୍ୟାନୁଷ୍ଠାନ ନେବା, ବିତରଣ, ପ୍ରଦର୍ଶନ, ସିନେମା ଚାଲିବା ପରେ ଟଙ୍କା ଫେରି ପାଇବା ଏବଂ ସମସ୍ତଙ୍କ ଭିତରେ ସମନ୍ବୟ ରକ୍ଷା ପାଇଁ ବ୍ୟବସ୍ଥା, ଟିକସ ମୁକ୍ତ ସାଙ୍ଗକୁ ଚଳଚ୍ଚିତ୍ର ନିର୍ମାଣ ଲାଗି ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ପାଇଁ ଦାବି କରାଯାଇଛି।

Share