ଦରମା ନ ମିଳିବାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ, ବିଡିଓଙ୍କୁ ଦେଲେ ଦାବିପତ୍ର

ଭବାନୀପାଟଣା,୨୫ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକର ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟରତ ସିଆରପି,ଏମ୍‌ବିକେ, ବ୍ୟାଙ୍କମିତ୍ର, ପ୍ରାଣୀମିତ୍ର, କୃଷିମିତ୍ର ଓ ଏଲ୍‌ଏସ୍‌ପିଙ୍କୁ ଗତ ୬ ମାସ ହେଲା ଦରମା ମିଳିଥିବା ନ ଅଭିଯୋଗ ସାମ୍ନାକୁ ଆସିଛି। ଯାହାକୁ ନେଇ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏ ନେଇ ସେମାନେ ଉପରୋକ୍ତ ଅଧିକାରୀଙ୍କୁ ଏ ସମ୍ପର୍କରେ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ଶେଷରେ ସେମାନେ ବୁଧବାରଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି।

ଏ ସମ୍ପର୍କରେ ଭବାନୀପାଟଣା ବିଡିଓ ଚନ୍ଦନ ଭୋଇଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଗତ ୬ ମାସ ହେଲା ସେମାନେ କାର୍ଯ୍ୟ କରି ମଧ୍ୟ ଦରମା ପାଉ ନ ଥିବାରୁ ସେମାନଙ୍କ ପରିବାର ଚଳିବା କଷ୍ଟକର ହୋଇପଡ଼ିଛି। ଏହାର ସମାଧାନ କରା ନ ଗଲେ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ସୂଚନା ମିଳିଛି। ଭବାନୀପାଟଣା ବ୍ଲକସ୍ତରୀୟ ପଞ୍ଚାୟତ ଫେଡେରେଶନ କର୍ମୀ ସଂଘର ସଭାନେତ୍ରୀ ଯମୁନା ନାଏକ, ଉପସଭାନେତ୍ରୀ ତପସ୍ବିନୀ ସାହୁ,ସଦସ୍ୟା ରୋଜି ବିଶାଲ,ସୌକି ବିଶ୍ୱାଳ ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୌରପରିଷଦରେ ୟୁଜର୍ସ ଫି’ କେଳେଙ୍କାରୀ: କ୍ୟାଶିୟର ଗିରଫ, ଏବେ ବି ଫେରାର ଅଛନ୍ତି ୨ ମାଷ୍ଟରମାଇଣ୍ଡ୍‌

ବରଗଡ଼,୨୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ପୌରପରିଷଦରେ ୟୁଜର୍ସ ଫି’ କେଳେଙ୍କାରୀ ମାମଲାରେ ସ୍ଥାନୀୟ ଟାଉନ୍‌ ଥାନା ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ବୁଧବାର ପୋଲିସ ପୌରପରିଷଦରେ କାର୍ଯ୍ୟରତ...

ଉପମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଗାଡ଼ି ଧକ୍କାରେ ୨ ଛାତ୍ରୀଛାତ୍ର ଆହତ, ବଡ଼ ପଦକ୍ଷେପ ନେଲେ ପ୍ରଭାତୀ

ଗୋପ,୨୫।୯: ବୁଧବାର ପୂର୍ବାହ୍ନରେ ଏକ ଦୁର୍ଭାଗ୍ୟଜନକ ଘଟଣାରେ ପୁରୀ ଜିଲାର ଗୋପ ବ୍ଲକ ଅନ୍ତର୍ଗତ ସୋରିସିଆପଡା ଅଞ୍ଚଳରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କର ସୁରକ୍ଷାରେ ଥିବା ପୋଲିସ୍...

ରେଳ ବିଭାଗରେ ଚାକିରି ନାଁରେ ୭ ଲକ୍ଷ ଠକେଇ: ଭୁବନେଶ୍ବରରୁ ଜଣଙ୍କୁ ଗିରଫକଲା ମାଲକାନଗିରି ପୋଲିସ

ମାଲକାନଗିରି, ୨୫ା୯(ଦୁର୍ଯ୍ୟୋଧନ ପାତ୍ର): ରେଳ ବିଭାଗରେ ଚାକିରି କରାଇଦେବା ନାଁରେ ୭ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ମାଲକାନଗିରି ପୋଲିସ ଜଣେ ଅଭିଯୁକ୍ତଙ୍କୁ ଭୁବନେଶ୍ୱରରୁ ବୁଧବାର...

ନାବାଳିକା ଛାତ୍ରୀଙ୍କୁ ଅପହରଣ, ବଳାତ୍କାର ମାମଲା: ଜେଲ ଗଲେ ଅଭିଯୁକ୍ତ

ଗଞ୍ଜାମ,୨୫।୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅଧିନ ଏକ ଗ୍ରାମର ୮ ମ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରୀଙ୍କୁ ତାଙ୍କ ଗାଁର  କାଳିଆ ବାଡ଼ତ୍ୟା ବିଭିନ୍ନ...

ଆଇନମନ୍ତ୍ରୀ ଦେଲେ ବଡ଼ ସୂଚନା, କହିଲେ ଶ୍ରୀମନ୍ଦିର ପ୍ରଶାସନରେ ନିଯୁକ୍ତ ହେବେ…

ଭୁବନେଶ୍ୱର,୨୫ା୯: ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବୁଧବାର ଏକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଶ୍ରୀମନ୍ଦିର ପ୍ରଶାସନରେ ପୁଡ୍‌ ଅଫିସର ନିଯୁକ୍ତି ହେବେ। ଏହି ଅଫିସର...

ମାଲକାନଗିରିକୁ ହରାଇଲା ସମ୍ବଲପୁର, ବରଗଡ଼-କେନ୍ଦୁଝର ମ୍ୟାଚ୍‌ ଅମୀମାଂସିତ

ବରଗଡ଼,୨୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲେଙ୍ଗୁ ମିଶ୍ର ଷ୍ଟାଡିୟମ୍‌ରେ ବୁଧବାର ୬୩ତମ ଆନ୍ତଃଜିଲା ସାହାଣୀ କପ୍‌ ଫୁଟବଲ ପ୍ରତିଯୋଗିତା(ସାହାଣୀ କପ୍‌) ଉଦ୍‌ଘାଟିତ ହୋଇଯାଇଛି। ଫୁଟ୍‌ବଲ୍‌ ଆସୋସିଏଶନ ଅଫ୍‌...

୫୦ କେଜିରୁ ଊର୍ଦ୍ଧ୍ୱ ତମ୍ବା ତାର ଚୋରି: ୩ ଗିରଫ, ୭ ଫେରାର

ଛତ୍ରପୁର,୨୫ା୯(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ଟାଟା ଇଣ୍ଡଷ୍ଟ୍ରିଆଲ୍‌ ପରିସରରେ ଥିବା ଦୀପ ଫର୍ଟିଲାଇଜର ଫ୍ଲାଟ୍‌ ପରିସରରୁ ଅଗଷ୍ଟ ୩୧ ରାତିରେ ୬୦...

୧୦ ଦଫା ଦାବିରେ ନର୍ସିଂ ଅଫିସରଙ୍କ ଆନ୍ଦୋଳନ, ସମାଧାନ ନ ହେବା ଯାଏ…

ଭବାନୀପାଟଣା,୨୫ା୯(ଉତ୍ତମ କୁମାର ଦାଶ): ରାଜ୍ୟ ସଂଘର ଆହ୍ବାନ କ୍ରମେ ବୁଧବାର କଳାହାଣ୍ଡି ଜିଲାରେ ମଧ୍ୟ ଓଡ଼ିଶା ନର୍ସିଂ ଅଫିସରମାନେ ୧୦ ଦଫା ଦାବି ନେଇ ଆନ୍ଦୋଳନକୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri