ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି: ଦ୍ୱିତୀୟ ଦିନରେ କ୍ରିୟାନୁଷ୍ଠାନ କମିଟିର ଧାରଣା

ଭଦ୍ରକ ଅଫିସ,୧୨।୨- ଭଦ୍ରକ ବିଧାୟକ ସଞ୍ଜିବ ମଲିକଙ୍କ ବାସଗୃହ ସମ୍ମୁଖରେ ଶୁକ୍ରବାର ପ୍ରତିକ ଧାରଣା ଦିଆଯାଇଛି। ଏହି ଧାରଣା ଆଗାମୀ ଦିନରେ ଜିଲାର ଅନ୍ୟ ବିଧାୟକଙ୍କ ବାସଗୃହ ସମୁଖରେ ଦିଆଯିବ ବୋଲି କୁହାଯାଇଛି। ଜିଲାବାସୀଙ୍କ ବୃହତ ସ୍ବାର୍ଥକୁ ବିଧାୟକମାନେ ସରକାରଙ୍କ ପାଖରେ ଠିକ୍‌ ଭାବେ ଉପସ୍ଥାପନ କରୁ ନ ଥିବା ଅଭିଯୋଗ କରି ଭଦ୍ରକ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହିଭଳି ପଦକ୍ଷେପ ନିଆଯାଇଛି। ଏହି ପ୍ରତୀକ ଧାରଣା ମଧ୍ୟାହ୍ନ ୨ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଜିଲାରେ ମେଡିକାଲ କଲେଜ ପ୍ରତିଷ୍ଠା ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କୁହାଯାଇଛି। ଦ୍ୱିତୀୟ ଦିନରେ ଭଦ୍ରକ ବିଧାୟକ ସଞ୍ଜିବ ମଲିକଙ୍କ ଘର ସମୁଖରେ ଧାରଣା ଦେଇଥିବା ଜଣାପଡିଛି।

Share