ଫିଲିପାଇନ୍ସରେ ପ୍ରବଳ ଝଡ଼: ୬୧ ମୃତ, ଅନେକ ନିଖୋଜ

ମନିଲା,୩୦ା୧୦: ଫିଲିପାଇନ୍ସର ଉପକୂଳବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଝଡ଼ରେ ଅନେକ ସ୍ଥାନ ପ୍ରଭାବିତ ହୋଇଛି। ଏହି ଝଡ଼ ଦ୍ୱାରା ଦକ୍ଷିଣ ମାଗୁଇଣ୍ଡାନାଓ ପ୍ରଦେଶର କୁସିଆଙ୍ଗ ଗାଁ ଅଧିକ ପ୍ରଭାବିତ ହୋଇଛି। ଯେଉଁଥିରେ ଉଦ୍ଧାରକାରୀ ଦଳ ଦ୍ୱାରା ପିଲାଙ୍କ ସମେତ ଅତି କମ୍‌ରେ ୧୮ଟି ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହଗୁଡ଼ିକୁ ମାଟିତଳୁ କାଦୁଅରୁ ଟାଣି ବାହାର କରାଯାଇଥିଲା। ଅଧିକାରୀମାନେ ଭୟ କରୁଛନ୍ତି ଯେ, ଅତି କମ୍‌ରେ ମାଟିତଳେ ୧୦୦ ଲୋକ ପୋତି ହୋଇଥାଇପାରନ୍ତି।

ସିନାରିମ୍ବୋ କହିଛନ୍ତି, ଆଠଟି ପ୍ରାନ୍ତ ଏବଂ ଫିଲିପାଇନ୍ସ ଦ୍ୱୀପପୁଞ୍ଜର ଗୋଟିଏ ସହରରେ ଅତି କମ୍‌ରେ ୬୧ ଜଣଙ୍କର ମୃତ୍ୟୁ ଘଟିଛି। ଅନେକ ନିଖୋଜ ହୋଇଥିବା ଅନୁମାନ କରାଯାଉଛି।

 

Share