ଚାଇନାରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ

ବେଜିଂ,୨୩।୧: ଚାଇନାରେ ପୁଣି ଥରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏଠାରେ ଥିବା ଦକ୍ଷିଣ ଜିନଜିଆଙ୍ଗ ପ୍ରଦେଶରେ ଭୂକମ୍ପ ହୋଇଥିଲା। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୨ ରହିଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ଅନୁଯାୟୀ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଚାଇନାର ଦକ୍ଷିଣ ଜିନଜିଆନ ଅଞ୍ଚଳରେ ୮୦ କିଲୋମିଟର ଗଭୀରରେ ଥିଲା।
ଚାଇନାରେ ହୋଇଥିବା ଭୂକମ୍ପର ପ୍ରଭାବ ଭାରତରେ ମଧ୍ୟ ଅନୁଭୂତ ହୋଇଥିଲା। ଦିଲ୍ଲୀ-ଏନସିଆର ତଥା ଦେଶର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଥଣ୍ଡା ସତ୍ତ୍ୱେ ଲୋକମାନେ ଘରୁ ବାହାରି ଖୋଲା ସ୍ଥାନରେ ପହଞ୍ଚିଥିଲେ।
ଭାରତ ସହିତ କିର୍ଗିଜସ୍ଥାନ ଏବଂ କାଜାଖସ୍ତାନରେ ମଧ୍ୟ ଏହି ଭୂକମ୍ପର ପ୍ରଭାବ ଦେଖିବାକୁ ମିଳିଥିଲା।
ଗତ ବର୍ଷ ଡିସେମ୍ବରରେ ମଧ୍ୟ ଚାଇନାରେ ଏକ ଶକ୍ତିଶାଳୀ ଭୂକମ୍ପ ହୋଇଥିଲା। ଡିସେମ୍ବର ୧୮ରେ, ଚାଇନାର ଗାନସୁ ଏବଂ କଳିଙ୍ଗ ପ୍ରଦେଶରେ ଏକ ଭୂମିକମ୍ପ ହୋଇଥିଲା, ଯାହାର ତୀବ୍ରତା ୬.୨ ଥିଲା। ଏହି ଭୂକମ୍ପରେ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ଏବଂ ଅନେକ ଆହତ ହୋଇଥିଲେ।

Share