ନେପାଳରେ ଭୂମିକମ୍ପ ଝଟ୍‌କା: ୧୧ ଆହତ

କାଠମାଣ୍ଡୁ,୩।୧୦: ଘଣ୍ଟାକରେ ୪ଥର ଝଟ୍‌କାରେ ଥରିଛି ନେପାଳ। ଅଧିକ କ୍ଷତିଗ୍ରସ୍ତ ହୋଇଛି ବଜହାଙ୍ଗ ଅଞ୍ଚଳର ଚେନପୁର। ନେପାଳରେ ଅନୁଭୂତ ହୋଇଥିବା ଭୂମିକମ୍ପରେ ୧୧ଜଣ ଆହତ ହୋଇଥିବା ବଜାଙ୍ଗ ଜିଲ। ପୋଲିସ କାର୍ଯ୍ୟାଳୟ କହିଛି। ନେପାଳର ମନ୍ତ୍ରୀ ରାମ ଆଚାର୍ଯ୍ୟ କହିଛନ୍ତି ଯେ, ଭୂମିକମ୍ପ ପରେ ଭୂସ୍ଖଳନ ହେତୁ ପାହାଡ ଅଞ୍ଚଳରୁ ସମତଳ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ ହୋଇଛି।

ନେପାଳରେ ଘଟିଥିବା ଭୂମିକମ୍ପ ଯୋଗୁଁ ଚେନପୁର ଅଞ୍ଚଳରେ ଅନେକ ଘର ଭୁଶୁଡ଼ି ପଡ଼ିଛି। ଭୂସ୍ଖଳନ ହେତୁ ବଜହାଙ୍ଗ ଅଞ୍ଚଳ ତଥା ଏହାର ଆଖପାଖରେ ଅନେକ ରାସ୍ତା ଅବରୋଧ ହୋଇଯାଇଛି। କେତେକ ସ୍ଥାନରେ ଗାଈଗୋରୁ ମରିବାର ଖବର ମଧ୍ୟ ରହିଛି। ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଏହାର କମ୍ପନ ଦିଲ୍ଲୀ ଏନସିଆର ସମେତ ସମଗ୍ର ଉତ୍ତର ଭାରତରେ ଅନୁଭୂତ ହୋଇଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ ବଜହାଙ୍ଗ ଅଞ୍ଚଳର ଚେନପୁରରେ ଥିଲା।

Share