କାବୁଲ,୨୧।୩: ଭାରତର ପଡ଼ୋଶୀ ଦେଶ ଆଫଗାନିସ୍ତାନରେ ପୁଣି ଥରେ ଭୂମିକମ୍ପର ଶକ୍ତିଶାଳୀ ଝଟକା ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର୍ ସିସମୋଲୋଜି (NCS) ଅନୁଯାୟୀ, ଆଫଗାନିସ୍ତାନରେ ୪.୯ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ଫଳରେ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। ବିଳମ୍ବିତ ରାତିରେ ହୋଇଥିବା ଏହି ଭୂମିକମ୍ପ ଯୋଗୁ ଅନେକ ଲୋକ ଘରୁ ବାହାରକୁ ଦୌଡ଼ି ପଳାଇ ଆସୁଥିବାର ଦେଖାଯାଇଥିଲା। ତଥାପି ଏପର୍ଯ୍ୟନ୍ତ କୌଣସି କ୍ଷତିର ଖବର ନାହିଁ।
ନ୍ୟାଶନାଲ ସେଣ୍ଟର ଫର୍ ସିସମୋଲୋଜି ଅନୁଯାୟୀ, ଏହି ଭୂମିକମ୍ପ ରାତି ୧ଟାରେ ହୋଇଥିଲା ଏବଂ ଏହାର ଗଭୀରତା ୧୬୦ କିଲୋମିଟର ଥିଲା। ଏହା ପୂର୍ବରୁ ମାର୍ଚ୍ଚ ୧୩ ତାରିଖରେ ଆଫଗାନିସ୍ତାନରେ ମଧ୍ୟ ୪.୦ ତୀବ୍ରତାର ଭୂମିକମ୍ପ ହୋଇଥିଲା।
ଫେବୃଆରୀ ୯ରେ ଆଫଗାନିସ୍ତାନରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ମାପ କରାଯାଇଥିଲା। ଏହି ଭୂମିକମ୍ପ ପୃଥିବୀର ୨୫୫ କିଲୋମିଟର ତଳେ ରେକର୍ଡ କରାଯାଇଥିଲା।