ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂକମ୍ପ

କାବୁଲ,୩।୧: ଆଫଗାନିସ୍ତାନରେ ରବିବାର ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୧ ରହିଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ତାଜିକିସ୍ତାନର ଇଶକୋସିମଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ଅବସ୍ଥିତ। ଆଜି ଏହାକୁ ମିଶାଇ ଦୁଇଥର ଭୂକମ୍ପ ଅନୁଭୂତ ହୋଇଥିଲା। ପ୍ରଥମ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୪  ଥିଲା। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ପ୍ରଥମ ଭୂକମ୍ପ ୧୨.୨୮ ମିନିଟ ୫୨ ସେକେଣ୍ଡରେ ବିଳମ୍ବିତ ରାତିରେ ଘଟିଥିଲା। ଦ୍ୱିତୀୟ ଭୂକମ୍ପ ୧୨.୫୫ ମିନିଟ ୫୫ ସେକେଣ୍ଡରେ ଘଟିଥିଲା। ଆଫଗାନିସ୍ତାନରେ ବାରମ୍ବାର ଭୂକମ୍ପ ହେତୁ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି।
ଗତ ବର୍ଷ ଅକ୍ଟୋବରରେ ଗୋଟିଏ ଦିନରେ ପାଞ୍ଚ ଥର ଭୂକମ୍ପ ହୋଇଥିଲା, ଯେଉଁଥିରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିଲା।

Share