
ନାଇପିଦ,୨୮।୩: ମ୍ୟାନମାରରେ ୭.୨ ତୀବ୍ରତାର ଏକ ବଡ଼ ଭୂମିକମ୍ପ ହୋଇଛି। ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (NCS) ଅନୁଯାୟୀ, ଶୁକ୍ରବାର (୨୮ ମାର୍ଚ୍ଚ) ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (NCS) ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂମିରୁ ୧୦ କିଲୋମିଟର ତଳେ ଥିଲା।
ମ୍ୟାନମାରର ଆଖପାଖ ଅଞ୍ଚଳରେ ଭୂକମ୍ପର ଝଟକା ତୀବ୍ର ଭାବରେ ଅନୁଭୂତ ହୋଇଥିଲା। ଯଦିଓ ଜୀବନ ଏବଂ ସମ୍ପତ୍ତି କ୍ଷତି ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ, କିନ୍ତୁ ଏତେ ତୀବ୍ରତାର ଭୂମିକମ୍ପ ବଡ଼ ଧ୍ୱଂସକାରକ ହୋଇପାରେ। ସମ୍ଭାବ୍ୟ କ୍ଷୟକ୍ଷତିର ଆକଳନ କରିବା ପାଇଁ ଆଞ୍ଚଳିକ କର୍ତ୍ତୃପକ୍ଷ ତୁରନ୍ତ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟ ଆରମ୍ଭ କରିଛନ୍ତି।