Advertisement

ତାଇୱାନରେ ଶକ୍ତିଶାଳୀ ଭୂମିକମ୍ପ: ଲୋକେ ଭୟଭୀତ

ତାଇପେଇ ସିଟି,୧୩।୩: ତାଇୱାନର ତାଇତୁଙ୍ଗ କାଉଣ୍ଟିର ସମୁଦ୍ରରେ ଏକ ଭୂମିକମ୍ପ ଭୟଙ୍କର ଭୂମିକମ୍ପ ଗୁରୁବାର ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୦ ଥିଲା। ଏହାର କେନ୍ଦ୍ରସ୍ଥଳ ସମୁଦ୍ର ପତ୍ତନ ତଳେ ୧୫ କିଲୋମିଟର ଗଭୀରତାରେ ଥିଲା। ଭୂମିକମ୍ପର ଝଟକା ଏତେ ଶକ୍ତିଶାଳୀ ଥିଲା ଯେ ଏହା ପୂର୍ବ ଚାଇନାର ଫୁଜିଆନ ପ୍ରଦେଶର ଫୁଜୋଉ, କ୍ୱାନଝୋଉ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ଅନୁଭୂତ ହୋଇଥିଲା। ସ୍ଥାନୀୟ ଲୋକମାନେ ସୋସିଆଲ ମିଡିଆରେ ମଧ୍ୟ ଭୂମିକମ୍ପ ବିଷୟରେ ସୂଚନା ଦେଇଛନ୍ତି। ବର୍ତ୍ତମାନ କୌଣସି ମୃତାହତର ଖବର ନାହିଁ।
ୟପୂର୍ବରୁ ଜାନୁଆରୀ ୨୬ ତାରିଖରେ ତାଇୱାନରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ତାଇୱାନରେ ୫.୬ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share