ତାଇଓ୍ବାନ୍,୩।୪: ତାଇୱାନରେ ବୁଧବାର ସକାଳେ ଶକ୍ତିଶାଳୀ ଭୂକମ୍ପ ହୋଇଥିଲା। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଅନୁଯାୟୀ ଭୂକମ୍ପର ତୀବ୍ରତା ୭.୪ ବୋଲି ଆକଳନ କରାଯାଇଛି। ତାଇୱାନରେ ହୋଇଥିବା ଭୂକମ୍ପ ଯୋଗୁ ଦକ୍ଷିଣ ଜାପାନରେ ସୁନାମି ହେବାର ସମ୍ଭାବନା ରହିଛି। ଜାପାନ ପ୍ରଶାସନ ସୁନାମି ଚେତାବନୀ ଦେଇଛି। ଜାପାନ କହିଛି ଯେ, ସୁନାମିର ପ୍ରଥମ ତରଙ୍ଗ ଏହାର ଦୁଇଟି ଦକ୍ଷିଣ ଦ୍ୱୀପକୁ ଆସିଛି।
ଭୂକମ୍ପର କେନ୍ଦ୍ରସ୍ଥଳ ପ୍ରଶାନ୍ତ ମହାସାଗରରେ ଥିବା ହୁଆଲିଏନ କାଉଣ୍ଟି ହଲଠାରୁ ୨୫.୦ କିଲୋମିଟର ଦକ୍ଷିଣ-ଦକ୍ଷିଣରେ ୧୫.୫ କିଲୋମିଟର ଗଭୀରରେ ଥିଲା। ଉତ୍ତର ପୂର୍ବର ୟିଲାନ କାଉଣ୍ଟିରେ ଏବଂ ଉତ୍ତରରେ ମିଆଓଲି କାଉଣ୍ଟିରେ ୫ରୁ ଅଧିକ ତୀବ୍ରତାର କମ୍ପନ ଅନୁଭୂତ ହୋଇଥିଲା। କେନ୍ଦ୍ରୀୟ ପାଣିପାଗ ଏଜେନ୍ସି କହିଛି, ତାଇପେଇ ସିଟି, ନ୍ୟୁ ତାଇପେଇ ସିଟି, ଟାୟୁଆନ ସିଟି ଏବଂ ହିସିଞ୍ଚୁ କାଉଣ୍ଟି, ତାଇଚୁଙ୍ଗ ସିଟି, ଉତ୍ତର ସହରର ଚାଙ୍ଗୁଆ କାଉଣ୍ଟିରେ ମଧ୍ୟ ଭୂକମ୍ପ ରେକର୍ଡ କରାଯାଇଛି। ଭୂକମ୍ପ ଯୋଗୁ ତାଇପେଇ, ତାଇଚୁଙ୍ଗ ଏବଂ କାଓହସିଙ୍ଗରେ ମେଟ୍ରୋ ସିଷ୍ଟମ ୪୦ ରୁ ୬୦ ମିନିଟ ପାଇଁ ସ୍ଥଗିତ ରହିଥିଲା।