ଦକ୍ଷିଣ ଆମେରିକାରେ ଶକ୍ତିଶାଳୀ ଭୂକମ୍ପ

ପେରୁ,୨୮।୧୧: ରବିବାର ପେରୁର ଉତ୍ତର ଅଞ୍ଚଳରେ ୭.୫ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ବରଙ୍କା ସହରଠାରୁ ୪୦ କିଲୋମିଟର ଦୂରରେ ଅବସ୍ଥିତ। ଯୁକ୍ତରାଷ୍ଟ୍ରର ଭୂତତ୍ତ୍ୱ ସର୍ବେକ୍ଷଣ (ୟୁଏସଜିଏସ୍‌) ଅନୁଯାୟୀ ପେରୁର ରାଜଧାନୀ ଲିମା ପର୍ଯ୍ୟନ୍ତ କମ୍ପନ ଅନୁଭୂତ ହୋଇଛି। ତେବେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି କିମ୍ବା ବଡ଼ କ୍ଷୟକ୍ଷତି ସମ୍ପର୍କରେ ଖବର ଆସିନାହିଁ।

Share