ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା,୨୫।୭: ଇଣ୍ଡୋନେସିଆର ପୂର୍ବ ନୁସା ତେଂଗାରା ଦ୍ୱିପରେ ମଙ୍ଗଳବାର ସକାଳେ ଏକ ବଡ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୦ ଥିବା ମପାଯାଇଛି। ଏଥିରେ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।
ଜିଓଫିଜିକ ଏଜେନ୍ସି କହିଛି ଯେ ସୁନାମି ହେବାର ସମ୍ଭାବନା ନାହିଁ। ଏଜେନ୍ସି କହିଛି ଯେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଟିମୋର ଲେଷ୍ଟ ନିକଟ ପୂର୍ବ ଇଣ୍ଡୋନେସିଆ ଅଞ୍ଚଳଠାରୁ ସମୁଦ୍ରରେ ୭୫ କିଲୋମିଟର ଗଭୀରରେ ଥିଲା।

Share