ଜାପାନରେ ତାଣ୍ଡବ ରଚିଲା ‘ନାନ୍‌ମାଡୋଲ’: ଜଣେ ମୃତ, ୬୦ରୁ ଅଧିକ ଆହତ;ହଜାର ହଜାର ଲୋକ ବାସ ହରାଇଲେ

ଟୋକିଓ,୧୯ା୯: ଶକ୍ତିଶାଳୀ ଝଡ଼ ‘ନାନ୍‌ମାଡୋଲ’ ଜାପାନରେ କରାଳ ରୂପ ଦେଖାଇଛି। ଏହି ଝଡ଼ ଯୋଗୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ନିଖୋଜ ଅଛନ୍ତି। ସୋମବାର ପ୍ରବଳ ବର୍ଷା ଏବଂ ପବନ ସହ ‘ନାନ୍‌ମାଡୋଲ’ ଦକ୍ଷିଣ-ପଶ୍ଚିମ ଜାପାନ ଛୁଇଁଛି। ଏହି ଶକ୍ତିଶାଳୀ ଝଡ଼ ବର୍ତ୍ତମାନ ରାଜଧାନୀ ଟୋକିଓ ଆଡ଼କୁ ଉତ୍ତର ଦିଗକୁ ଗତି କରୁଛି।

ଜାପାନ ପାଣିପାଗ ବିଭାଗ ଅନୁଯାୟୀ, ‘ନାନ୍‌ମାଡୋଲ’ ପ୍ରଭାବରେ ଘଣ୍ଟାପ୍ରତି ୧୦୮ରୁ ୧୬୨ କିଲୋମିଟର ବେଗରେ ପବନ ବହୁଛି। ସତର୍କତାମୂଳକ ଭାବରେ ସମ୍ବେଦନଶୀଳ ଘରଗୁଡିକୁ ସ୍ଥାନାନ୍ତର କରାଯାଇଛି। ହଜାର ହଜାର ଲୋକ ବେଘର ହୋଇ ବାତ୍ୟା ଆଶ୍ରୟସ୍ଥଳରେ ମୁଣ୍ଡ ଗୁଞ୍ଜିଛନ୍ତି।

ଝଡ଼ ଯୋଗୁ ଜାପାନରେ ଜନଜୀବନ ବ୍ୟାହତ ହୋଇଛି। ବିମାନ ଉଡ଼ାଣ ସମେତ ବୁଲେଟ୍‌ ଟ୍ରେନ ସେବା ମଧ୍ୟ ସ୍ଥଗିତ ରହିଛି
ଏକ ରିପୋର୍ଟ ଅନୁଯାୟୀ, ବର୍ଷାପବନରେ କାଚଖଣ୍ଡ ପଡ଼ିବା ଦ୍ୱାରା ୬୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।
ଭୂସ୍ଖଳନ ଏବଂ ପ୍ରବାହିତ ନଦୀଗୁଡିକ ସମ୍ପର୍କରେ ଚେତାବନୀ ଦିଆଯାଇଛି। କେତେକ ରାଜପଥ ମଧ୍ୟ ବନ୍ଦ ରହିଛି। ମୋବାଇଲ ଯୋଗାଯୋଗରେ ଲୋକମାନେ କିଛି ସମସ୍ୟାର ସମ୍ମୁଖୀନ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ରାଷ୍ଟ୍ରପତିଙ୍କୁ ବିମାନବନ୍ଦରରୁ ଗିରଫ କଲା ପୋଲିସ

ମାନିଲା,୧୧।୩: ଫିଲିପାଇନ୍ସର ପୂର୍ବତନ ରାଷ୍ଟ୍ରପତି ରୋଡ୍ରିଗୋ ଡୁଟେର୍ଟେଙ୍କୁ ଗିରଫ କରାଯାଇଛି। ମାନବତା ବିରୋଧୀ ଅପରାଧ ମାମଲାରେ ଦୁତେର୍ତ୍ତେଙ୍କୁ ଗିରଫ କରାଯାଇଛି। ଅନ୍ତର୍ଜାତୀୟ ଅପରାଧ ଅଦାଲତ (ICC)...

ପାକିସ୍ତାନକୁ ଲାଗିଲା ବଡ଼ ଝଟକା, ରାଷ୍ଟ୍ରଦୂତଙ୍କୁ ପ୍ରବେଶ ଅନୁମତି ଦେଲା ନାହିଁ ଆମେରିକା

ଓ୍ବାଶିଂଟନ,୧୧।୩: ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ନେବା ପରଠାରୁ, ଡୋନାଲ୍ଡ ଟ୍ରମ୍ପ ପ୍ରବାସ ନିୟମ ଉପରେ ବହୁତ କଠୋର ଆଭିମୁଖ୍ୟ ଗ୍ରହଣ କରୁଛନ୍ତି। ଏହି ସମୟରେ,...

‘ମିନି ଇଣ୍ଡିଆ’ରେ ମୋଦିଙ୍କୁ ଭବ୍ୟ ସ୍ବାଗତ, ମରିସସର ପ୍ରଧାନମନ୍ତ୍ରୀଙ୍କ ସମେତ ଉପସ୍ଥିତ ଥିଲେ ସମସ୍ତ ମନ୍ତ୍ରୀ

ବୋର୍ଟ ଲାଉସି,୧୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମରିସସରେ ପହଞ୍ଚିଛନ୍ତି। ସେଠରେ ତାଙ୍କୁ ବିମାନବନ୍ଦରରେ ଭବ୍ୟ ସ୍ବାଗତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତର ଉଦ୍ଦେଶ୍ୟ ହେଉଛି...

X ଉପରେ ସାଇବର ଆଟାକ୍‌ ପଛରେ ଅଛି ଏହି ଦେଶ! ଏଲନ ମସ୍କଙ୍କ ବଡ଼ ଦାବି

ଓ୍ବାଶିଂଟନ,୧୧।୩: ସାରା ବିଶ୍ୱରେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ସର୍ଭର ହୋଇଯାଛି। ଫଳରେ ୟୁଜର୍ସମାନେ ନାହିଁ ନ ଥିବା ଅସୁବିଧାର ସାମ୍ନା କରୁଛନ୍ତି। ଆମେରିକାର DOGE...

ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ପୁଣି ଡାଉନ୍‌, ପୋଷ୍ଟ ଆକ୍ସେସ କରିପାରୁନାହାଁନ୍ତି ହଜାର ହଜାର ଉପଭୋକ୍ତା

ନୂଆଦିଲ୍ଲୀ,୧୦।୩: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ପୁଣିଥରେ ବନ୍ଦ ହୋଇଯାଇଛି, ହଜାର ହଜାର ଉପଭୋକ୍ତା ପୋଷ୍ଟ ଆକ୍ସେସ କରିପାରୁନାହାଁନ୍ତି। ସୋମବାର ଏକ୍ସ ଦୁଇଥର ଡାଉନ୍‌ ହୋଇଛି।...

ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରି ଏତିକି କୋଟି କ୍ଷତି ସହିଲା ପାକିସ୍ତାନ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୩: ରବିବାର ଚାମ୍ପୟନ୍ସ ଟ୍ରଫିର ଫାଇନାଲ ମ୍ୟାଚ ନ୍ୟୁଜିଲାଣ୍ଡ ଏବଂ ଭାରତ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୪ ଉଇକେଟ୍‌ରେ ପରାସ୍ତ କରି...

ଭାରତ ପାଇଁ ଖୁସି ଖବର! Mark Carney କାନାଡ଼ାର ନୂଆ ପ୍ରଧାନମନ୍ତ୍ରୀ

ଓଟାଓ୍ବା,୧୦।୩: ବ୍ୟାଙ୍କ ଅଫ କାନାଡା ଏବଂ ବ୍ୟାଙ୍କ ଅଫ ଇଂଲଣ୍ଡର ପୂର୍ବତନ ଗଭର୍ଣ୍ଣର ମାର୍କ କାର୍ନିଙ୍କୁ କାନାଡାର ନୂତନ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ କରାଯାଇଛି। ସେ...

ନ୍ୟୁୟର୍କର ଲଙ୍ଗ୍‌ ଆଇଲାଣ୍ଡରେ ଲାଗିଲା ନିଆଁ: ଜରୁରୀ ସ୍ଥିତି ଜାରି

ନ୍ୟୁୟର୍କ,୯।୩: ଆମେରିକାର ନ୍ୟୁୟର୍କ ଅନ୍ତର୍ଗତ ଲଙ୍ଗ୍‌ ଆଇଲାଣ୍ଡରେ ନିଆଁ ଯୋଗୁ ଧୂଆଁର ଘନ ଆସ୍ତରଣ ଅଞ୍ଚଳକୁ ଆଚ୍ଛାଦିତ କରି ରଖିଛି। ଫଳରେ ନ୍ୟୁୟର୍କ ଗଭର୍ନର କାଥି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri