ଜାପାନରେ ତାଣ୍ଡବ ରଚିଲା ‘ନାନ୍‌ମାଡୋଲ’: ଜଣେ ମୃତ, ୬୦ରୁ ଅଧିକ ଆହତ;ହଜାର ହଜାର ଲୋକ ବାସ ହରାଇଲେ

ଟୋକିଓ,୧୯ା୯: ଶକ୍ତିଶାଳୀ ଝଡ଼ ‘ନାନ୍‌ମାଡୋଲ’ ଜାପାନରେ କରାଳ ରୂପ ଦେଖାଇଛି। ଏହି ଝଡ଼ ଯୋଗୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ନିଖୋଜ ଅଛନ୍ତି। ସୋମବାର ପ୍ରବଳ ବର୍ଷା ଏବଂ ପବନ ସହ ‘ନାନ୍‌ମାଡୋଲ’ ଦକ୍ଷିଣ-ପଶ୍ଚିମ ଜାପାନ ଛୁଇଁଛି। ଏହି ଶକ୍ତିଶାଳୀ ଝଡ଼ ବର୍ତ୍ତମାନ ରାଜଧାନୀ ଟୋକିଓ ଆଡ଼କୁ ଉତ୍ତର ଦିଗକୁ ଗତି କରୁଛି।

ଜାପାନ ପାଣିପାଗ ବିଭାଗ ଅନୁଯାୟୀ, ‘ନାନ୍‌ମାଡୋଲ’ ପ୍ରଭାବରେ ଘଣ୍ଟାପ୍ରତି ୧୦୮ରୁ ୧୬୨ କିଲୋମିଟର ବେଗରେ ପବନ ବହୁଛି। ସତର୍କତାମୂଳକ ଭାବରେ ସମ୍ବେଦନଶୀଳ ଘରଗୁଡିକୁ ସ୍ଥାନାନ୍ତର କରାଯାଇଛି। ହଜାର ହଜାର ଲୋକ ବେଘର ହୋଇ ବାତ୍ୟା ଆଶ୍ରୟସ୍ଥଳରେ ମୁଣ୍ଡ ଗୁଞ୍ଜିଛନ୍ତି।

ଝଡ଼ ଯୋଗୁ ଜାପାନରେ ଜନଜୀବନ ବ୍ୟାହତ ହୋଇଛି। ବିମାନ ଉଡ଼ାଣ ସମେତ ବୁଲେଟ୍‌ ଟ୍ରେନ ସେବା ମଧ୍ୟ ସ୍ଥଗିତ ରହିଛି
ଏକ ରିପୋର୍ଟ ଅନୁଯାୟୀ, ବର୍ଷାପବନରେ କାଚଖଣ୍ଡ ପଡ଼ିବା ଦ୍ୱାରା ୬୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।
ଭୂସ୍ଖଳନ ଏବଂ ପ୍ରବାହିତ ନଦୀଗୁଡିକ ସମ୍ପର୍କରେ ଚେତାବନୀ ଦିଆଯାଇଛି। କେତେକ ରାଜପଥ ମଧ୍ୟ ବନ୍ଦ ରହିଛି। ମୋବାଇଲ ଯୋଗାଯୋଗରେ ଲୋକମାନେ କିଛି ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

Share