Categories: ଜାତୀୟ

ଦିଲ୍ଲୀ-ଏନସିଆରରେ ତୀବ୍ର ଭୂମିକମ୍ପ ଅନୁଭୂତ, ରିକ୍ଟର ସେଲରେ ତୀବ୍ରତା ୫.୨

ନୂଆଦିଲ୍ଲୀ,୬/୧୧: ଉତ୍ତର ଭାରତଏର ପୁଣି ଭୂକମ୍ପ ଝଟକା। ସୋମବାର ଅପରାହ୍ନରେ ଦିଲ୍ଲୀ-ଏନସିଆରରେ ଭୂକମ୍ପ ଅନୁଭୁତ ହୋଇଛି। ଏହାର କେନ୍ଦ୍ରବିନ୍ଦୁ ନେପାଳରେ ରହିଥିବା କୁହାଯାଉଛି। ଗତ ଚାରି ଦିନରେ ଏହା ଦ୍ୱିତୀୟ ଭୂମିକମ୍ପ। ଦିଲ୍ଲୀ ବ୍ୟତୀତ ଉତ୍ତରାଖଣ୍ଡରେ ମଧ୍ୟ ଲୋକମାନେ ଭୂକମ୍ପ ଝଟକା ଅନୁଭବ କରିଥିଲେ। ଏହି ଝଟକା ପ୍ରାୟ ୪ ଟା ୧୮ ମିନିଟରେ ଅନୁଭବ ହୋଇଥିଲା।

ଏହା ପୂର୍ବରୁ ଶୁକ୍ରବାର ରାତିରେ ମଧ୍ୟ ଉତ୍ତର ଭାରତରେ ବଡ଼ ଭୂମିକମ୍ପ ଅନୁଭୂତ ହୋଇଥିଲା। ଯାହାର କେନ୍ଦ୍ରବିନ୍ଦୁ ନେପାଳରେ ରହିଥିଲା। ଏଇ ଭୂକମ୍ପର ତୀବ୍ରତା ୬.୪ ରଥିଲା।

ଭୂମିକମ୍ପ କାହିଁକି ହୁଏ ଓ କିପରି ହୁଏ ?

ଭୂମିକମ୍ପ ଏକ ପ୍ରକୃତିକ ଦୁର୍ବିପାକ ଅଟେ । ଇଂରାଜୀରେ ଏହାକୁ (earthquake, quake, tremor ବା temblor) କୁହାଯାଏ । ପୃଥିବୀ ପୃଷ୍ଠରୁ ହଠାତ ବହୁତ ପରିମାଣରେ ଶକ୍ତି ନିର୍ଗତ ହେବା ଯୋଗୁଁ ଭୂକମ୍ପୀୟ ତରଙ୍ଗ (seismic wave) ସୃଷ୍ଟି ହୁଏ । ଭୂଗର୍ଭସ୍ଥ ଶିଳାସ୍ତରରେ ଥିବା ତୃଟି ସ୍ଥଳ ଭାଙ୍ଗିଯିବା ଯୋଗୁ ସାଧାରଣତଃ ଭୂମିକମ୍ପ ହୁଏ । ସେଠାରେ ଥିବା ଦୁଇଟି ଶିଳା ବା ପ୍ଲେଟ ପରଷ୍ପର ସ‌ହ ଘସି ହୋଇ ସାମାନ୍ୟ ଲାଖିଯାଆନ୍ତି । ସେଗୁଡ଼ିକ ପରଷ୍ପରକୁ ଠେଲୁଥାଆନ୍ତି । ବେଳେ ବେଳେ ଚାପ ଅତ୍ୟାଧିକ ହେଲେ ସେଗୁଡ଼ିକ ଭାଙ୍ଗିଯାଏ ଓ ଭୂମିକମ୍ପ ହୁଏ । ଏହି ସମୟରେ ମଧ୍ୟ ଶିଳା ସ୍ତର ଘୁଞ୍ଚୁଥାଏ । ଆଉଥରେ ଯେତେବେଳେ ଦୁଇ ସ୍ତର ଲାଖିଯାଆନ୍ତି ସେତେବେଳେ ଏହା ବନ୍ଦ ହୁଏ । ଏହି ଚାପଗ୍ରସ୍ତ ସ୍ଥାନର ଠିକ୍ ଉପରକୁ ଥିବା ଭୂପୃଷ୍ଠକୁ ଏପିସେଣ୍ଟର କୁହାଯାଏ ।

 

 

Share