କାରଖାନାରେ ଅଘଟଣ: ଷ୍ଟ୍ରକ୍ଚର ପଡ଼ି ଚାଲିଗଲା ୨ ଶ୍ରମିକଙ୍କ ଜୀବନ, ୫ ଗୁରୁତର

ଝାରସୁଗୁଡ଼ା,୧୭।୯: ଝାରସୁଗୁଡ଼ା ଜିଲା ବୁଢିପଦର ଓଡ଼ିଶା ମେଟାଲିକ୍ସ କମ୍ପାନୀରେ ମଙ୍ଗଳବାର ଏକ ଅଘଟଣ ଘଟିଛି। କାରଖାନାରେ ଷ୍ଟ୍ରକ୍ଚର ପଡ଼ି ୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୫ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଏକ ଘରୋଇ କାରଖାନାରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ମୁତାବକ, ସୋମବାର କାରଖାନାରେ ଧୁମ୍‌ଧାମ୍‌ରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କୁ ପୂଜାର୍ଚ୍ଚାନା କରାଯାଇଥିଲା। ମଙ୍ଗଳବାର କାରଖାନାରେ କାମ ଚାଳିଥିବା ବେଳେ କୌଣସି କାରଣ ଯୋଗୁ କମ୍ପାନୀରେ ଲାଗିଥିବା ଏକ ଷ୍ଟ୍ରକ୍ଚର ଖସି ପଡିଥିଲା। ଫଳରେ ୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୫ଜଣ ଗୁରୁତର ଆହତ ହୋଇଛି। ଏହି ଘଟଣାକୁ ନେଇ ଶ୍ରମିକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।