Categories: ଜାତୀୟ

ଜୀବନ ସଂଗ୍ରାମ ଜାରି: ଟନେଲରେ ପଶିଲା ପାଣି

ଡେରାଡୁନ୍‌,୧୧।୨: ତପୋବନ ଟନେଲରେ ୩୦ ଜଣ ପାଖାପାଖି ଶ୍ରମିକ ଅଟକି ରହିଥିବା ଅନୁମାନ କରାଯାଉଛି। ସେମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଜୀବିତ ରହିଛନ୍ତି କି ତାହା ଅଜଣା। ଉଦ୍ଧାରକାରୀ ଦଳ ଜୀବନ ସହିତ ସଂଗ୍ରାମ କରୁଥିବା ଶ୍ରମିକଙ୍କୁ ବଞ୍ଚାଇବା ଉଦ୍ୟମ ଜାରି ରଖିଛନ୍ତି। ତେବେ ଏହା ସଫଳ ହୋଇ ପାରୁନି। ଟନେଲରେ ଡ୍ରିଲିଂ ମେସିନ୍‌ ଦ୍ୱାରା ୧୨/୧୩ ମିଟର ଲମ୍ବ ବାଯ କରିବା ଲାଗି ପ୍ରୟାସ କରାଯାଉଛି। ତେବେ ଏଥିରେ ଏବେ ବାଧା ସୃଷ୍ଟି ହୋଇଛି। ହଠାତ୍‌ ଅଲକନନ୍ଦା ନଦୀର ଜଳସ୍ତର ବୃଦ୍ଧି ପାଇଛି। ଫଳରେ ଟନେଲରେ ପାଣି ପଶିଯାଇଛି। ସୁରକ୍ଷା ଦୃଷ୍ଟିରୁ ଉଦ୍ଧାରକାରୀ ଦଳଙ୍କୁ ୫୦୦ ମିଟର ଦୂରକୁ ହଟାଇ ଅଣାଯାଇଛି। ନଦୀର ଜଳସ୍ତର ହଠାତ୍‌ କିଭଳି ବଢ଼ିଲା ସେନେଇ କୌଣସି ତଥ୍ୟ ମିଳିପାରି ନ ଥିବା ସ୍ଥାନୀୟ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଟନେଲ ଚାରିପଟେ ବ୍ୟାରିକେଡ଼ ଲଗାଯାଇ ଉଦ୍ଧାରକାରୀ ଦଳଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଛି। ଜଳସ୍ତର କମିଲେ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରଶାସନ କହିଛି।

Share