ଶିକ୍ଷା ଅଧିକାର ପାଇଁ ଲଢ଼େଇ

ଶିକ୍ଷା ଅଧିକାରର ବାରମ୍ବାର ଉଲ୍ଲଂଘନକୁ ପ୍ରତିବାଦ କରି ଅନେକ ହଜାର ମହିଳା ଓ ଝିଅ ଆଫଗାନିସ୍ତାନ ସହରଗୁଡ଼ିକର ରାସ୍ତାକୁ ଓହ୍ଲାଇଛନ୍ତି। ଇରାନ୍‌ରେ ହିଜାବକୁ ନେଇ ଆନ୍ଦୋଳନ ଚାଲିଥିଲାବେଳେ ସମାନ ସମୟରେ ଉକ୍ତ ପ୍ରତିବାଦ ଆରମ୍ଭ ହୋଇଛି। ଗତ ସେପ୍ଟେମ୍ବର ମାସରେ କାବୁଲ୍‌ର ଏକ ଶିକ୍ଷାକେନ୍ଦ୍ରରେ ସନ୍ତ୍ରାସବାଦୀ ଆକ୍ରମଣରେ ୫୩ ଜଣ ଛାତ୍ର ନିହତ ଓ ୧୧୦ରୁ ଊର୍ଦ୍ଧ୍ୱ ଆହତ ହେବା ପରେ ଉକ୍ତ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଆକ୍ରମଣରେ ନିହତ ଓ ଆହତଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଛାତ୍ରୀ ଓ ଯୁବତୀ। ଅନେକ ଦିନ ଧରି ବହୁବାର ଛାତ୍ରୀମାନଙ୍କ ବିରୋଧରେ ହୋଇଆସୁଥିବା ଆକ୍ରମଣଗୁଡ଼ିକ ମଧ୍ୟରେ ଏହା ଏକ ସଦ୍ୟତମ ଦୃଷ୍ଟାନ୍ତ ଯେଉଁଥିରେ ହଜାରା ସମୁଦାୟର ଝିଅମାନେ ଅଧିକ ଶିକାର ହୋଇଛନ୍ତି। ନିୟମିତ ଭାବେ ହୋଇ ଆସୁଥିବା ଏକ ୟୁନିଭର୍ସିଟି ପ୍ରବେଶିକା ପରୀକ୍ଷା ପାଇଁ ଛାତ୍ରୀମାନେ ପ୍ରସ୍ତୁତ ହେଉଥିବା ସମୟରେ ଏହି ଭୟଙ୍କର ଆକ୍ରମଣ ହୋଇଥିଲା। ଆଫଗାନିସ୍ତାନରେ ଝିଅମାନଙ୍କ ଶିକ୍ଷା ବର୍ଷେ ପୂରା ନଷ୍ଟ ହେବାର ଠିକ୍‌ ପରେ ପରେ ଉକ୍ତ ପରୀକ୍ଷା ହେଉଥିଲା।
୨୦୨୧ ଅଗଷ୍ଟରେ ଆଫଗାନିସ୍ତାନରୁ ଆମେରିକା ସେନା ପ୍ରତ୍ୟାହାର କରାଯିବା ପରେ ତାଲିବାନ୍‌ ଆଫଗାନିସ୍ତାନ ଦଖଲ କଲା। ସେତେବେଳେ ତାଲିିବାନ୍‌ ନେତାମାନେ ଉଭୟ ଛାତ୍ରୀ ଓ ଛାତ୍ରମାନଙ୍କ ପାଇଁ ସବୁ ପ୍ରାଥମିକ, ମାଧ୍ୟମିକ ଏବଂ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବାକୁ ପ୍ରତିଶ୍ରୁତି ଦେଇଥିତ୍ଲେ। କିନ୍ତୁ ଶୀଘ୍ର ଉକ୍ତ ପ୍ରତିଶ୍ରୁତି ଫେରାଇ ନେଇଥିଲେ। ଚଳିତ ବର୍ଷ ମାର୍ଚ୍ଚରେ ସେମାନେ ଷଷ୍ଟ ଶ୍ରେଣୀ ପରେ ଛାତ୍ରୀମାନଙ୍କୁ ସ୍କୁଲ ଯିବା ବନ୍ଦ କରି ଶିକ୍ଷା ଅଧିକାରରୁ ସେମାନଙ୍କୁ ବଞ୍ଚିତ କରିବାରେ ସଫଳ ହୋଇଥିଲେ। ଏହି କଟକଣା ବିରୋଧରେ କାବୁଲ ଓ ଅନ୍ୟ ସବୁ ସହରରେ ମହିଳାମାନେ ଆନ୍ଦୋଳନ କଲାବେଳେ ତାଲିବାନ୍‌ ସୁରକ୍ଷାବଳ ଏହାକୁ ହିଂସାମତ୍କ ଉପାୟରେ ଦମନ କରିଥିଲେ। ପ୍ରତିବାଦକାରୀମାନଙ୍କୁ ପିଟିବା ସହ ସେମାନଙ୍କ ମୁଣ୍ଡକୁ ଓ୍ବାର୍ନିଂ ଶୁଟ୍‌ କରିଥିଲେ। ଏବେ ପାଖାପାଖି ୧,୮୮୦ ବାଳିକା ମାଧ୍ୟମିକ ସ୍କୁଲ ବନ୍ଦ ରହିଛି। ଯେଉଁ କେତୋଟି ସ୍କୁଲ ଏବେ ଚାଲିଛି ତାହାକୁ ମଧ୍ୟ ବନ୍ଦ କରିଦେବା ଲାଗି ତାଲିିବାନ୍‌ ଧମକ ଦେଇଛି। ଏହି ସମୟରେ ସଂଘର୍ଷ ଓ ହିଂସା ବଢ଼ିବା ସହ ଏକ ଉକତ୍ଟ ମରୁଡ଼ି ଏବଂ ଲାଗି ରହିଥିବା ଆର୍ଥିକ ଝଟ୍‌କା ଆଫଗାନିସ୍ତାନର ମହିଳା ଓ ଝିଅମାନଙ୍କୁ ଅଧିକ ବିପଦ ମଧ୍ୟକୁ ଠେଲି ଦେଇଛି। ତାଲିବାନ୍‌ ଶାସନ ଦାୟିତ୍ୱ ନେବା ପରଠାରୁ ଏହିସବୁ କାରଣ ଯୋଗୁ ମହିଳାଙ୍କ ଅଧିକାର ଅଧିକତର ନିମ୍ନଗାମୀ ହୋଇଛି, ଯାହା ଆଫଗାନିସ୍ତାନର ବାଲ୍ୟବିବାହ ଏବଂ ଶିଶୁ ଶ୍ରମିକ ହାରରୁ ସ୍ପଷ୍ଟ ପ୍ରମାଣିତ।
ଝିଅମାନଙ୍କ ମାଧ୍ୟମିକ ଶିକ୍ଷା ବନ୍ଦ କରିବା ପାଇଁ ତାଲିବାନ୍‌ର ନିଷ୍ପତ୍ତି ଅତ୍ୟନ୍ତ ଦୁଃଖଦ। ଆଫଗାନିସ୍ତାନରେ ଦୁଇ ଦଶନ୍ଧି ଧରି ଝିଅମାନଙ୍କୁ ଶିକ୍ଷା ଦେବାରେ ଯେଉଁ ଉଲ୍ଲେଖନୀୟ ଅଗ୍ରଗତି ଘଟିଥିଲା ତାହାକୁ ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ଓଲଟପାଲଟ କରିଦେଇଛି। ତାଲିବାନ୍‌ ଶାସନ ପୂର୍ବ ତଥ୍ୟକୁ ଦେଖିଲେ ଶିକ୍ଷା କ୍ଷେତ୍ରରେ ହୋଇଥିବା ଅଗ୍ରଗତି ସ୍ପଷ୍ଟ ପ୍ରତୀୟମାନ ହୁଏ। ୨୦୦୦ରେ ୧ ଲକ୍ଷ ଆଫଗାନୀ ଝିଅ ସ୍କୁଲରେ ନାମ ଲେଖାଇଥିଲାବେଳେ ଏହା ବୃଦ୍ଧି ପାଇ ୨୦୧୯ରେ ୩.୫ ମିଲିୟନରୁ ଅଧିକରେ ପହଞ୍ଚିଥିଲା ଏବଂ ୨୦୧୧ରୁ ୨୦୧୮ ମଧ୍ୟରେ ମହିଳା ସାକ୍ଷରତା ଦୁଇଗୁଣ ବଢ଼ିଥିଲା। କିନ୍ତୁ ଜରୁରୀ ଓ ଦୀର୍ଘ ସଙ୍କଟରେ ଶିକ୍ଷା ପାଇଁ ଉଦ୍ଦିଷ୍ଟ ଜାତିସଂଘର ବୈଶ୍ୱିକ ଫଣ୍ଡ ‘ଏଡୁକେଶନ କ୍ୟାନ୍‌ ନଟ୍‌ ଓ୍ବେଟ’୍‌ ଏବଂ ଏହାର ଭାଗୀଦାରି ସଂସ୍ଥା ୟୁନିସେଫ୍‌, ନରଓ୍ବିଜିଅନ୍‌ ରିଫ୍ୟୁଜି କାଉନ୍‌ସିଲ ଓ ସେଭ୍‌ ଦି ଚିଲ୍‌ଡ୍ରେନ ମିଳିତ ଭାବେ ଆଫଗାନୀ ଝିଅମାନଙ୍କ ନିକଟରେ ପହଞ୍ଚି ସହଯୋଗ କରିବାକୁ ଚାହଁୁଥିବାବେଳେ ତାଲିବାନ୍‌ର କଟକଣା ନିଃସନ୍ଦେହରେ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ସ୍କୁଲ ଛାଡ଼ିବା ଲାଗି ବାଧ୍ୟ କରିଛି।
ଆଫଗାନିସ୍ତାନର ରାସ୍ତାଗୁଡ଼ିକରେ ମହିଳା ଓ ଝିଆମାନେ ଜୀବନକୁ ବାଜି ଲଗାଇ ସେମାନଙ୍କ ମୌଳିକ ଅଧିକାର ପାଇଁ ଲଢ଼େଇ କରୁଛନ୍ତି। ଆମେ ସେମାନଙ୍କ ନେତୃତ୍ୱକୁ ଅନୁସରଣ କରିବା ସହ ତତ୍‌କାଳୀକ ପଦକ୍ଷେପ ନେବା ଦରକାର। ଅର୍ଗାନାଇଜେଶନ ଅଫ୍‌ ଇସ୍‌ଲାମିକ କୋ-ଅପରେଶନ ସହ ଆରମ୍ଭରୁ ଜଡ଼ିତ ବ୍ୟକ୍ତି ଓ ସଦସ୍ୟମାନେ ସେମାନଙ୍କ ପ୍ଲାଟ୍‌ଫର୍ମକୁ ବ୍ୟବହାର କରିବା ଆବଶ୍ୟକ। ବିଶ୍ୱ ସମୁଦାୟ ଦ୍ୱାରା ଆଇନଗତ ଭାବେ ସ୍ବୀକୃତ ହୋଇ ନ ଥିବା ଆଫଗାନିସ୍ତାନର ତାଲିବାନ ସରକାର ଦ୍ୱାରା କିଭଳି ମାଧ୍ୟମିକ ସ୍କୁଲ ଛାତ୍ରୀମାନେ ସ୍କୁଲକୁ ଫେରିବେ ତାହା ନିିଶ୍ଚିତ କରିବା ଲାଗି ସେମାନେ ଦାବି ଉପସ୍ଥାପନ କରିବା ଉଚିତ। ଏହାସହ ଶିକ୍ଷାନୁଷ୍ଠାନ, ଶିକ୍ଷକ ଏବଂ ଛାତ୍ରମାନେ ବିଶେଷକରି ଝିଅମାନଙ୍କୁ କିପରି ଆକ୍ରମଣରୁ ସୁରକ୍ଷିତ ରଖାଯାଇପାରିବ ତାହା ମଧ୍ୟ ନିଶ୍ଚିତ କରିବାକୁ ହେବ। ସର୍ବୋପରି ସମସ୍ତ ଯୁବତୀ ଓ କିଶୋରୀଙ୍କ ସହିତ ଶିକ୍ଷକମାନଙ୍କୁ ଶ୍ରେଣୀଗୃହକୁ ଫେରାଇବା ପ୍ରକ୍ରିୟାକୁ ସ୍ବାଗତ କରାଯିବା ଦରକାର। ଭିତ୍ତିଭୂମିର ପୁନଃ ସଂସ୍ଥାପନ କରାଯିବା ଆବଶ୍ୟକ। ଏହାବ୍ୟତୀତ ଗୁଣବତ୍ତା ଶିକ୍ଷା ଯୋଗାଇଦେବା ପାଇଁ ଆନୁଷଙ୍ଗିକ ଯୋଗାଣ ଉପରେ ଗୁରୁତ୍ୱ ଦେବାକୁ ହେବ।
ଆଫଗାନିସ୍ତାନରେ ଆର୍ଥିକ ଓ ମାନବୀୟ ସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ଏହି ସ୍ଥିତିକୁ ଲକ୍ଷ୍ୟ କରି ଅନ୍ତର୍ଜାତୀୟ ସମୁଦାୟ ନିଶ୍ଚିତ କରିବା ଦରକାର ଯେ, ସ୍କୁଲଗୁଡ଼ିକରେ ସବୁ ବାଳିକା ଓ ବାଳକଙ୍କ ପାଇଁ ସୁରକ୍ଷା, ସୁରକ୍ଷିତ ସ୍ଥାନ ଏବଂ ଉଚ୍ଚମାନର ଶିକ୍ଷା ଯୋଗାଇ ଦେବାକୁ ପର୍ଯ୍ୟାପ୍ତ ସଂସାଧନ ରହିଛି। ଏପରି କି ଦିବ୍ୟାଙ୍ଗମାନଙ୍କ ଲାଗି ଏଭଳି ବ୍ୟବସ୍ଥାକୁ ସୁନିଶ୍ଚିତ କରିବାକୁ ହେବ। ଉଚ୍ଚମାନର ଶିକ୍ଷା ସକାଶେ ଉତ୍ତମ ଶିକ୍ଷକଙ୍କ ଆବଶ୍ୟକତା ମଧ୍ୟ ରହିଛି। ଏଣୁ ଆମକୁ ଆଫଗାନ୍‌ ଶିକ୍ଷକମାନଙ୍କୁ ସେମାନଙ୍କ ଛାତ୍ରମାନଙ୍କ ନିକଟରେ ପହଞ୍ଚିବା ପାଇଁ ଆବଶ୍ୟକ ପ୍ରଶିକ୍ଷଣ ଏବଂ ଉପକରଣ ଯୋଗାଇ ଦେବା ଦରକାର। ଆଫଗାନିସ୍ତାନ ଯୁଦ୍ଧ ଏବଂ ବିପର୍ଯ୍ୟୟରେ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି । ଏଭଳି ଏକ ଦେଶରେ ସବୁ ବାଳିକା ଓ ବାଳକଙ୍କ ପ୍ରତି ଦୃଷ୍ଟିଦେବା ଆବଶ୍ୟକତା ଅଧିକ। ସେ ଦୃଷ୍ଟିରୁ ସେମାନଙ୍କୁ ମାନସିକ ସ୍ବାସ୍ଥ୍ୟ ସଂସାଧନ ଉପଲବ୍ଧ କରାଇବା ଓ ମନସ୍ତାତ୍ତ୍ୱକ ସହଯୋଗ ଯୋଗାଇବାର ଦାୟିତ୍ୱ ଆମକୁ ବହନ କରିବାକୁ ହେବ। ସରକାରୀ ସ୍କୁଲଗୁଡ଼ିକୁ ଯାଇପାରୁ ନ ଥିବା ଝିଅ ଓ ପୁଅମାନଙ୍କ ପାଇଁ ବିକଳ୍ପ ଶୈକ୍ଷିକ ପରିବେଶ ସୃଷ୍ଟି କରିବା ସକାଶେ ଆମେ ସମସ୍ତେ କାର୍ଯ୍ୟ କରିବା ଉଚିତ।
୨୦୧୭ ପରଠାରୁ ଏଡୁକେଶନ କ୍ୟାନ୍‌ ନଟ୍‌ ଓ୍ବେଟ୍‌ ଫଣ୍ଡ ଆଫଗାନିସ୍ତାନରେ ଶିକ୍ଷା କ୍ଷେତ୍ରରେ ୫୮ ମିଲିୟନ ଆମେରିକୀୟ ଡଲାର ନିବେଶ କରିଛି। ଏଥି ମଧ୍ୟରୁ କିଛି ଜରୁରୀ ଭିତ୍ତିରେ ଏବଂ ଆଉ କିଛି ୨୦୧୯ରେ ଆରମ୍ଭ କରାଯାଇଥିବା ବହୁବର୍ଷୀୟ ସାମର୍ଥ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଯୋଗାଇ ଦିଆଯାଇଛି। ଆମ ଅଂଶୀଦାରମାନଙ୍କର ସମର୍ପିତ କାର୍ଯ୍ୟ ଯୋଗୁ ଯୋଗାଇ ଦିଆଯାଇଥିବା ଉକ୍ତ ପାଣ୍ଠି ଆଫଗାନିସ୍ତାନର ୫୧% କଲେଜ କିମ୍ବା ବିଶ୍ୱବିଦ୍ୟାଳୟର ଛାତ୍ରୀ ଏବଂ ମୋଟରେ ୧,୮୧,୦୦୦ରୁ ଊର୍ଦ୍ଧ୍ୱ ବାଳିକା ଓ ବାଳକଙ୍କ ପାଖରେ ପହଞ୍ଚିପାରିଛି। ଏହା ବ୍ୟତୀତ ବାଳିକା ଓ ବାଳକଙ୍କୁ ଅଧିକ କମ୍ୟୁନିଟି ଆଧାରିତ ଶିକ୍ଷା ଉପଲବ୍ଧ କରାଇବା ଲାଗି ଖୁବ୍‌ ଶୀଘ୍ର ଆମେ ଏକ ନୂଆ ବହୁବର୍ଷୀୟ କାର୍ଯ୍ୟକ୍ରମ ଆରମ୍ଭ କରିବୁ। ଏପରି କି ଅତ୍ୟନ୍ତ ଦୁର୍ଗମ ଓ ଆହ୍ବାନପୂର୍ଣ୍ଣ ପରିବେଶଗୁଡ଼ିକରେ ଉକ୍ତ ଶିକ୍ଷା ଯୋଗାଇଦେବୁ। କିନ୍ତୁ ଏଥିପାଇଁ ଆମକୁ ବହୁତ କିଛି କରିବାକୁ ପଡ଼ିବ। ଆଫଗାନିସ୍ତାନର ମହିଳା ଏବଂ ଝିଅମାନେ ହିଂସକ ଆକ୍ରମଣକୁ ସାମ୍ନା କରି ଶିକ୍ଷା ଅଧିକାର ଲାଗି ଲଢ଼େଇ କରୁଛନ୍ତି ଏବଂ ସେମାନେ ଏହି ସ୍ଥିତିରେ ସାହାଯ୍ୟ ଲୋଡୁଛନ୍ତି। ସେମାନେ ଉଠାଇଥିବା ସ୍ବର ତଥା ଆହ୍ବାନ ପ୍ରତି ଗୁରୁତ୍ୱ ଦେବା ଆମ ସଭିଙ୍କର ସମଷ୍ଟିଗତ ଦାୟିତ୍ୱ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମୌସୁମୀ କାପାଡ଼ିଆଙ୍କ ସାହସିକ ଯାତ୍ରା ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣାଦାୟୀ କାହାଣୀ। ରିଜିଡ୍‌ ସ୍ପାଇନ ମସ୍କୁଲାର ଡିସ୍‌ଟ୍ରୋଫି( ଆର୍‌ଏସ୍‌ଏମ୍‌ଡି) ରୋଗରେ ପୀଡ଼ିତ ତାଙ୍କ ବଡ଼ ପୁଅ...

ଦରିଦ୍ରଙ୍କୁ ଦୁରାଚାରରୁ ମୁକ୍ତି

ବୃହସ୍ପତି ସାମଲ ଶନାଲ କ୍ରାଇମ୍‌ ରେକଡର୍‌ସ ବ୍ୟୁରୋର ୨୦୨୧ ତଥ୍ୟାନୁଯାୟୀ ଭାରତରେ ଘଟୁଥିବା ମୋଟ ଅପରାଧରୁ ୨୮% ଦାରିଦ୍ର୍ୟ ସହ ଜଡ଼ିତ। ୟୁନାଇଟେଡ୍‌ ନେସନ୍ସ ଅଫିସ...

ଶାଶ୍ୱତ ସୁଖର ଚଲାପଥ

ଯଚିଦାନନ୍ଦ ଦାଶ ପାଠକେ, ଆପଣ ଦେଖିଥିବେ, ଅଧିକାଂଶ ଧନୀ ଓ କୋଟିପତି ବ୍ୟକ୍ତିମାନେ ସବୁ ସମୟରେ ବ୍ୟସ୍ତତା ଓ ଚିନ୍ତିତ ଅବସ୍ଥାରେ ସମୟ ଅତିବାହିତ କରିଥାନ୍ତି।...

ଅଥର୍ବ ବେଦ ଓ ଋଷି ପିପ୍ପଳାଦ

ଅଥର୍ବ ବେଦର ସ୍ତୋତ୍ରଗୁଡ଼ିକରେ ସହାୟତା ଓ ଚିକିତ୍ସା ସମ୍ପର୍କିତ ମନ୍ତ୍ର ରହିଛି। ଏପରିକି ଏଥିରେ କ୍ଷତି କରୁଥିବା ମନ୍ତ୍ର ମଧ୍ୟ ରହିଛି। ଏହାକୁ ଯେଉଁ ଋଷି...

ବୃହତ୍ତମ ସୁପରମୁନ୍‌ ଓ ଜନମତ

ଅକ୍ଟୋବର ୧୭ ତାରିଖ, ଗୁରୁବାର। ୨୦୨୪ମସିହାର ୨୯୧ତମ ଦିନ ଓ ୪୨ତମ ସପ୍ତାହର ୪୨ତମ ଗୁରୁବାର। ସେଦିନ ପଡୁଛି ପୂର୍ଣ୍ଣିମା, କିନ୍ତୁ ଏବର୍ଷର ନିଆରା ପୂର୍ଣ୍ଣିମା।...

ଆଇନଗତ ଦ୍ୱନ୍ଦ୍ୱରେ ଶିଶୁ

କିଶୋର/କିଶୋରୀମାନେ ଅପରାଧରେ ସାମିଲ ହେବାର ଅନେକ ଉଦାହରଣ ଏବେ ଲୋକଲୋଚନକୁ ଆସୁଛି। ତେବେ ଏହି ନାବାଳକ/ନାବାଳିକାମାନେ ପେସାଦାର ଅପରଧୀ। ଏମାନଙ୍କ ଅପରାଧର ପୃଷ୍ଠଭୂମି ଅଛି ନା...

କାନାଡା ସମ୍ପର୍କ ତୁଟିଲା

ଖଲିସ୍ତାନ ସପକ୍ଷବାଦୀ ନେତା ତଥା ଭାରତ ପକ୍ଷରୁ ଆତଙ୍କବାଦୀ ଘୋଷିତ ହୋଇଥିବା ହରଦୀପ ସିଂ ନିଜ୍ଜାର ହତ୍ୟା ଘଟଣାରେ ଭାରତୀୟ ଉଚ୍ଚାୟୁକ୍ତ ଓ ଅନ୍ୟ କୂଟନୀତିଜ୍ଞମାନଙ୍କୁ...

ଧାଡ଼ି ଶେଷର ମଣିଷ

ଧାଡ଼ିର ଶେଷରେ ଠିଆ ହୋଇଛନ୍ତି ଆପଣ। ଧୀରେ ଧୀରେ ଲୋକମାନେ ଆଗକୁ ବଢୁଛନ୍ତି। ନିଜ ଭିତରେ ବିରକ୍ତ ହେଉଥିବେ। କ’ ଣ ପାଇଁ ଆସିଲି। ଟିକେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri