ନିଶ୍ୱାସ ନେବାକୁ ସଂଗ୍ରାମ: ଅକ୍ସିଜେନ୍‌ ରିଫିଲିଙ୍ଗ୍‌ ସେଣ୍ଟର ବାହାରେ ଭିଡ଼…

ନୂଆଦିଲ୍ଲୀ,୨୧।୪: ଦେଶରେ କରୋନା ସଂକ୍ରମଣ ବେଲଗାମ ହେବାରେ ଲାଗିଛି। ସ୍ଥିତି ଧୀରେଧୀରେ ଅଣାୟତ୍ତ୍‌ ହେବା ଯୋଗୁ ସଙ୍କଟ ବଢିଛାଲିଛି। ଅକ୍ସିଜେନ୍‌ ସିଲିଣ୍ଡର ଅଭାବ ଯୋଗୁ ହସ୍ପିଟାଲରେ ଭର୍ତ୍ତିଥିବା କରୋନା ଆକ୍ରାନ୍ତଙ୍କୁ ନିଶ୍ୱାସ ନେବା ପାଇଁ ଜୀବନ ସହିତ ନିତି ସଂଗ୍ରାମ କରିବାକୁ ପଡୁଛି। ଏପରିସ୍ଥଳେ ଆକ୍ରାନ୍ତଙ୍କ ପରିବାର ସଦସ୍ୟ ଘଣ୍ଟା ଘଣ୍ଟା ଅକ୍ସିଜେନ୍‌ ରିଫିଲିଙ୍ଗ୍‌ ସେଣ୍ଟର ବାହାରେ ଧାଡ଼ିରେ ଠିଆ ହୋଇଥିବାର ଦୟନୀୟ ଦୃଶ୍ୟ ଦେଖିବାକୁ ମିଳୁଛି। ସେମାନେ ଆକ୍ରାନ୍ତଙ୍କ ପାଇଁ ନିଜେ ସିଲିଣ୍ଡର ବ୍ୟବସ୍ଥା କରୁଛନ୍ତି। ରିଫିଲିଙ୍ଗ ସେଣ୍ଟର ସମ୍ମୁଖରେ ଏଭଳି ଲୋକଙ୍କ ସଂଖ୍ୟା ବଢ଼ିଚାଲିଛି। ଭିଡ଼ ଯୋଗୁ ସେଠାରେ ସାମାଜିକ ଦୂରତା ବଜାୟ ରଖିବା ମାର୍ଗଦର୍ଶିକାର ପାଳନ ହୋଇପାରୁ ନ ଥିବା ଅଭିଯୋଗ ହେଉଛି।

Share