ଦିନରେ ପେଟ ପାଇଁ ସଂଘର୍ଷ: ରାତିରେ ହାତୀ ସହ ଛକାପଞ୍ଝା

ଉଦଳା,୮ା୧୧(ସନ୍ତୋଷ କୁମାର ବାଚ୍ଛିନୀ): ଦିନରେ ପେଟକୁ ଦାନା ଯୋଗାଡ଼ ପାଇଁ ସଂଘର୍ଷ ଆଉ ରାତି ହେଲେ ନିଜ କଷ୍ଟ ଉପାର୍ଜିତ ଫସଲକୁ ରକ୍ଷା ପାଇଁ ହାତୀ ସହିତ ଛକାପଞ୍ଝା। ରାତିତମାମ ଚାଲିଛି ହାତୀ-ମଣିଷଙ୍କ ଖେଳ। ଅନ୍ଧାର ରାତିରେ ବିଲ ଭିତରେ ଜଳୁଛି ଆଲୁଅ। ସମସ୍ତେ ହାତରେ ଟର୍ଚ୍ଚ ଧରି ଧାଁ ଦୌଡ଼ କରୁଛନ୍ତି। କାରଣ ଏକ ସଙ୍ଗେ ସମସ୍ତେ ନ ଗଲେ ହାତୀ ଆସି କିଛି ସମୟ ମଧ୍ୟରେ ମାଟିରେ ମିଶାଇଦେବ ବର୍ଷକର ପରିଶ୍ରମକୁ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ପୋଡାଡ଼ିହା ରେଞ୍ଜ ଅଧୀନ ନଛିପୁର ଗ୍ରାମରେ। ସୂଚନା ଅନୁଯାୟୀ, ଶିମିଳିପାଳ ପାଦଦେଶରେ ରହିଛି ଏହି ନଛିପୁର ଗାଁ। ଏହି ଗ୍ରାମବାସୀଙ୍କ ପାଇଁ ଏବେ ହାତୀ ମୁହଁରୁ ନିଜ ଫସଲ ବଞ୍ଚାଇବା ଚ୍ୟାଲେଞ୍ଜ ହୋଇଯାଇଛି। ହାତୀ ପାଇଁ ଏବେ ଘର ଛାଡ଼ି ରାତିତମାମ ମଞ୍ଚା ଉପରେ ଜୀବନ ବିତାଉଛନ୍ତି ଲୋକେ। ଏହି ଗ୍ରାମରେ ଥିବା ଏକର ଏକର ଚାଷ ଜମି ହାତୀ ଉପଦ୍ରବରେ ନଷ୍ଟ ହୋଇଯାଇଛି। ସା ହେଲେ ଲୋକେ ଘରୁ ହାତରେ ଟର୍ଚ୍ଚ, ରାତି ପାଇଁ ଖାଦ୍ୟ, ଚାଦର ଧରି ପହଞ୍ଚତ୍ ଯାଉଛନ୍ତି ନିଜ ଚାଷ ଜମି ନିକଟରେ। ସେହିଠାରେ ଲଗାଯାଉଛି ନିଆଁ। ନିଆଁ ଲଗାଇ ଦେଇ ଚାଷୀ ଉଠିଯାଉଛନ୍ତି ଗଛ ଉପରେ ତିଆରି କରିଥିବା ମଞ୍ଚା ଉପରକୁ। ରାତିତମାମ ସେହି ମଞ୍ଚାରେ ହିଁ ଶୋଇ ରହିବେ ଏବଂ ହାତୀ ଆସିଲେ ତାକୁ ଘଉଡ଼ାଇବେ। ଗୋଟିଏ କି ଦୁଇଟି ନୁହେଁ ପ୍ରାୟ ୪୦ରୁ ଅଧିକ ମଞ୍ଚା ଗଛ ଉପରେ ରହିଛି। ରାତିରେ ହାତୀ ଆସିବାର ସୂଚନା ପାଇଲା ମାତ୍ରେ କିଏ ମଞ୍ଚାରୁ ପାଟି କରି ଲୋକଙ୍କୁ ସଜାଗ କରୁଛି ତ ପୁଣି କିଏ ପେଁକାଳି ବଜାଉଛି। ପୁଣି କିଏ ବାଜା ବଜାଇ ସମସ୍ତଙ୍କୁ ସଚେତନ କରାଉଛି। ବାଜା ଶବ୍ଦ ଶୁଣି ଗ୍ରାମବାସୀ ଘରୁ ଦୌଡ଼ି ଆସିଥାନ୍ତି ହାତୀ ଘଉଡ଼ାଇବାକୁ। ନଚେତ୍‌ ହାତୀ ଆସି ତାଙ୍କ ବିଲ ଭିତରେ ପଶି ଫସଲ ଖାଇବା ସହିତ ପାଦରେ ଦଳି ନଷ୍ଟ କରି ଦେଉଛି। ହାତୀ ଘଉଡ଼ାଇବା ପାଇଁ ଗାଁ ଲୋକଙ୍କୁ ରାତି ସାରା ଉଜାଗର ହେବାକୁ ପଡ଼ୁଛି। ଧାନ ଫସଲ ଆରମ୍ଭ ହେଲା ଦିନରୁ ଅର୍ଥାତ୍‌ ୩ ମାସ ହେବ ପ୍ରତିଦିନ ଗ୍ରାମବାସୀ ଓ ଚାଷୀଙ୍କର ଏହିଭଳି ଅବସ୍ଥା। ତେବେ ହାତୀ ଘଉଡ଼ାଇବାକୁ ବନ ବିଭାଗ ସହଯୋଗ କରୁ ନ ଥିବା ଅଞ୍ଚଳର ଚାଷୀମାନେ ଅଭିଯୋଗ କରିଛନ୍ତି। ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ପଞ୍ଝାରେ ଗଞ୍ଜେଇ ମାଫିଆ, ୬୬୦ କେଜି ଗଞ୍ଜେଇ ଜବତ, ୬ ଗିରଫ

ରାୟଗଡ଼ା,୧୪।୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଟାଉନ ଥାନା ପୋଲିସ ପଞ୍ଝାରେ ଧରା ପଡ଼ିଲେ ଗଞ୍ଜେଇ ମାଫିଆ। ପୋଲିସ ପାଟ୍ରୋଲିଂ ସମୟରେ ଏହି ଗଞ୍ଜେଇ ଜବତ ହୋଇଛି।...

ପୋଲିସ ଚଢ଼ାଉ : ଦୁଇ ଗିରଫ

ଗୋପାଳପୁର,୧୪।୩(ନବୀନ ରାଜ ଆଚାରୀ): ଶୁକ୍ରବାର ଭୋର ସମୟରେ ମୋରମ ଚୋରା ଚାଲାଣ ବେଳେ ଗୋଳନ୍ଥରା ଥାନା ପୋଲିସ ଚଢାଉ କରି ଦୁଇଟି ଗାଡି ଜବତ କରିବା...

ମଣ୍ଡପ ଦୋଳିରେ ବିଜେ ହେଲେ ଚମ୍ପେଶ୍ୱର ବାବା

ସୋନେପୁର,୧୪।୩(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରର ପ୍ରସିଦ୍ଧ ଶୈବପୀଠ ଚମ୍ପାମାଳ ଚମ୍ପେଶ୍ବର ମହାଦେବ ଶୁକ୍ରବାର ସାରେ ଭିତିରି ଗମ୍ଭୀରାରୁ ବାହାରି ମଣ୍ଡପ ଦୋଳିରେ ବିଜେ ହୋଇଛନ୍ତି...

ଦିଲ୍ଲୀରେ ନବୀନ, ଓଡ଼ିଶାରେ ଚହଳ, ଆଗକୁ ହେବ କି ବଡ଼ ଡିଲ୍‌!

ଭୁବନେଶ୍ୱର,୧୪।୩: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନେଇ ଏବେ ଚର୍ଚ୍ଚା ଜୋର। କୁହାଯାଉଛି କି ସେ ଏବେ ଇଣ୍ଡିଆ ମେଣ୍ଟ ଆଡକୁ ଢଳୁଛନ୍ତି। ଆସନ୍ତା ୨୨...

ବାହାହୋଇ ଫଶିଗଲେ ପ୍ରଦୀପ ମାଝୀ, ୧୨ ବର୍ଷ ବାସନ୍ଦ କଲେ ଜାତିଭାଇ

ମାଲକାନଗିରି,୧୪।୩(ନୃସିଂହ ଚରଣ ମହାନ୍ତି):  ଅଣ ଆଦିବାସୀଙ୍କୁ ବିବାହ କରିବାରୁ ବାସନ୍ଦ ହେଲେ ପୂର୍ବତନ ଏମ୍‌ପି ତଥା ବିଜେଡି ନେତା ପ୍ରଦୀପ ମାଝୀ। ବିଜେଡି ନେତା ପ୍ରଦୀପ...

ବିବାଦୀୟ ପରିସ୍ତିତିକୁ ନେଇ ଶାଶନପଲ୍ଲୀ ଅସାନ୍ତ: ପୋଲିସ ପକ୍ଷରୁ ବସିଲା ଶାନ୍ତିକମିଟି

ପୁରୁଷୋତ୍ତମପର,୧୪।୩ (ସିମାଞ୍ଚଳ ମିଶ୍ର) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶାଶନପଲ୍ଲୀ ଗ୍ରାମରେ ଦୀର୍ଘଦିନଧରି ଲାଗିରହିଥିବା ବିବାଦୀୟ ପରିସ୍ତିତିକୁ ନେଇ ସମଗ୍ର ଗ୍ରାମ ଆଶାନ୍ତ ହୋଇପଡଛି।...

ବ୍ରହ୍ମପୁର ବିଶବିଦ୍ୟାଳୟ କ୍ରୀଡ଼ା ପରିଷଦ ପକ୍ଷରୁ ହ୍ୟାଣ୍ଡବଲ ପୁରୁଷ ଦଳ ଭୁବନେଶ୍ୱର ଗସ୍ତ

ବ୍ରହ୍ମପୁର, ୧୪।୩ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପରିଷଦ ପକ୍ଷରୁ ଶୁକ୍ରବାର ସାରେ ପୁରୁଷ ହ୍ୟାଣ୍ଡବଲ ଦଳ ଭୁବନେଶ୍ୱର ଗସ୍ତ କରିଛନ୍ତିl ଭୁବନେଶ୍ବର...

ଅର୍ଥ ଅଭାବରୁ ଅଧପନ୍ତରିଆ ହୋଇରହିଛି ମନ୍ଦିର ନିର୍ମାଣ କାର୍ଯ୍ୟ: ବିଧାୟକ ବଢ଼ାଇଲେ ସହାୟତାର ହାତ

ଗଜପତି,୧୪।୩(ଗିରିଧାରୀ ପରିଛା): ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ବିଧାୟକ ପାଣ୍ଠିରୁ ୫୦ଲକ୍ଷ ଟଙ୍କାର ସହାୟତାର ହାତ ବଢ଼ାଇଛନ୍ତି ବିଧାୟକ। ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିଠାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image