Categories: ଜାତୀୟ

ସଂଘର୍ଷ  କରି ଉପରକୁ ଉଠିଥିଲେ  ସନ୍ଦୀପ:  ପରେ ବଦଳି ଯାଇଥିଲା…

କୋଲକାତା,୨୫।୮: କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ମହିଳା ଟ୍ରେନିଂ ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ମାମଲାରେ ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ଏବେ ଅଡୁଆରେ। ନିଜ ହସ୍ପିଟାଲର ସେମିନାର ରୁମରୁ ଟ୍ରେନି ମହିଳା ଡାକ୍ତରଙ୍କ କ୍ଷତାକ୍ତ ମୃତଦେହ ମିଳିବା ଦିନ ଠାରୁ ସନ୍ଦୀପ ବିବାଦରେ ରହିଛନ୍ତି। ସିବିଆଇ ତାଙ୍କୁ ମାରାଥନ ଜେରା କରିବାରେ ଲାଗିଛି।
ତେବେ ଏହି ଘଟଣାକୁ ନେଇ ସନ୍ଦୀପ ଯୋଡି ହେବା ପରେ ତାଙ୍କ ବିଷୟରେ ଅଧିକ ତଥ୍ୟ ସାମ୍ନାକୁ ଆସିଛି।
ପଶ୍ଚିମବଙ୍ଗର ଏକ ଛୋଟ ସହର ବାଙ୍ଗାଓଁରେ ସନ୍ଦୀପଙ୍କ ଘର । ଯେଉଁଠୁ ତା’ଙ୍କର ପାଠ ପଢ଼ା ଆରମ୍ଭ ହୋଇଥିଲା । ଭଲ ପାଠ ପୁଢ଼ୁଥିଲେ ସତ, ହେଲେ ମୁଣ୍ଡରେ ଚାଲିଥିଲା ଅନକେ କୁବୁଦ୍ଧି । ୧୯୮୯ରେ ସନ୍ଦୀପ ବୋନଗାଓନ ହାଇସ୍କୁଲରେ ଉଚ୍ଚ ମାଧ୍ୟମିକ ଶିକ୍ଷା ସମାପ୍ତ କରିଥିଲେ । ପରେ ୧୯୯୪ ମସିହାରେ ଆର.ଜି କାର ମେଡିକାଲ କଲେଜରେ ଡାକ୍ତରୀ ଡିଗ୍ରୀ ହାସଲ କରିଥିଲେ । ଆଉ ତା’ ପରେ  ସେ ଗୋଟିଏ ପରେ ଗୋଟିଏ ପାହାଚ  ଚଢ଼ିଥିଲେ ।
୨୦୨୧ରେ ଆର.ଜି କର ମେଡିକାଲ କଲେଜର ପ୍ରିନ୍ସିପାଲ ଭାବରେ ସେ ନିଯୁକ୍ତ ହୋଇଥିଲେ।  ଏହା ପୂର୍ବରୁ ଘୋଷ କୋଲକାତା  ଜାତୀୟ ମେଡିକାଲ କଲେଜରେ ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ। ଜଣେ ଅର୍ଥୋପେଡିକ ପ୍ରଫେସର ଏବଂ ସର୍ଜନ ଭାବରେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ଏନେଇ ସେ ଅନେକ ସଂଘର୍ଷ କରିଥିଲେ । ଆରଜି କର ମେଡିକାଲ କଲେଜରେ ତାଙ୍କର କାର୍ଯ୍ୟକାଳ ବିବାଦରେ ପରିପୂର୍ଣ୍ଣ ଥିଲା। ଯେଉଁଥିରେ ବୃତ୍ତିଗତ ଅନିୟମିତତା ପ୍ରକାଶ ପାଇଥିଲା
ଗଣମାଧ୍ୟମ ଆଗରେ   ଆର୍‌ଜି କର୍‌ ମେଡିକାଲର ପୂର୍ବତନ ଡେପୁଟି ସୁପରିଟେଣ୍ଡେଣ୍ଟ ଅଖତର ଅଲ୍ଲୀ ପ୍ରତିକ୍ରିୟା ରଖିଛନ୍ତି।
ଝିଅ ଏବଂ ଅଙ୍ଗ ଚୋରାଚଲାଣ ସାମିଲ ଥିବା ସେ କହିଛନ୍ତି। ସନ୍ଦୀପ ଆସିବା ପୂର୍ବରୁ ଆର୍‌ଜି କର୍‌ ପୂରା ଠିକ ଚାଲିଥିଲା।୨୦୨୧ ଜାନୁଆରୀରେ ସନ୍ଦୀପ ଆସିବା ପରେ ସବୁ ବଦଳିଯାଇଥିଲା। ପିଲାମାନଙ୍କୁ ଧମକ ଦେବା, ହଇରାଣ କରିବା ରୀତିମତ ଚାଲିଥିଲା।  ନିର୍ଦ୍ଦିଷ୍ଟ କିଛି ଛାତ୍ରଙ୍କୁ ହାତରେ ରଖି ସେ  ଅରାଜକତା ଚଳାଇଲେ।  ତାଙ୍କର କିଛି ବନ୍ଧୁ ଓ ନିର୍ଦ୍ଦିଷ୍ଟ ଛାତ୍ରଗୋଷ୍ଠୀ ଝିଅ ଆଣି ଆସୁଥିଲେ। ଆର୍‌ଜି କର ଗେଷ୍ଟହାଉସ୍‌କୁ ଝିଅ ଆଣି ଯୋଗାଇ ଦେଉଥିଲେ।
ଅନ୍ୟପକ୍ଷେ ସେ ମୃତଦେହ ଚୋରା ଚାଲାଣ କରୁଥିବା  ମଧ୍ୟ ଅଭିଯୋଗ ଆସିଥିଲା। ବହୁତ ଛାତ୍ରୀଛାତ୍ରଙ୍କ କ୍ୟାରିଅର ବରବାଦ କରିଦେଇଥିଲେ ସନ୍ଦୀପ। ଏସବୁ ଅଭିଯୋଗ ନେଇ ମୁଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲି। ହାଇକୋର୍ଟ ଆବେଦନ ଗ୍ରହଣ କରି ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷେ ସନ୍ଦୀପ ଘୋଷ ପଲିଗ୍ରାଫ୍‌ ଟେଷ୍ଟ ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ କରାଯାଇଥିଲା। ସିବିଆଇ ତାଙ୍କୁ ମୋଟ ୨୫ଟି ପ୍ରଶ୍ନ ପଚାରିଥିଲା। ଏହି ପ୍ରଶ୍ନ ଗୁଡିକ ମଧ୍ୟରେ ଥିଲା, ଆପଣଙ୍କ ନାଁ କ’ଣ, ଆପଣ କେତୋଟି ମୋବାଇଲ ବ୍ୟବହାର କରନ୍ତି, ମୋବାଇଲ ନମ୍ବର କ’ଣ, ଆପଣଙ୍କ ଜନ୍ମ କୋଲାକାତାରେ କି ନା, ଘଟଣା ଦିନ ଆପଣ ହସ୍ପିଟାଲରେ ଥିଲେ କି ନା। ଏହିପରି ୨୫ ଟି ପ୍ରଶ୍ନ କରାଯାଇଛି ସନ୍ଦୀପ ଘୋଷଙ୍କୁ।
Share