ଗୁଗୁଲ ଏବଂ ଫେସବୁକ୍‌ରେ ମାଗଣାରେ ପ୍ରକାଶ ହୋଇପାରିବ ନାହିଁ ନ୍ୟୁଜ୍‌

ଓଟାବା,୨୪।୬:ଗୁଗୁଲ, ଫେସବୁକ୍‌ ଏବେ ଖବର ପ୍ରକାଶକମାନଙ୍କୁ ଟଙ୍କା ଦେବେ। ସେମାନେ ଗଣମାଧ୍ୟମର ଖବର ମାଗଣାରେ ନିଜ ଇଣ୍ଟରନେଟ୍‌ରେ ପ୍ରକାଶ କରିପାରିବେ ନାହିଁ। ଏନେଇ କାନାଡ ସଂସଦରେ ‘ଅନଲାଇନ ନ୍ୟୁଜ୍‌ ଆକ୍ଟ’କୁ ନେଇ ଏକ ବିଲ୍‌ ପାରିତ ହୋଇଛି। ଯାହାକୁ ନେଇ କାନାଡ ସରକାର ଓ ମେଟା ମଧ୍ୟରେ ବିବାଦ ଦେଖିବାକୁ ମିଳିଛି।

କାନାଡ ସଂସଦ ଦ୍ୱାରା ଅନୁମୋଦିତ ଆଇନ ଲାଗୁ ହେବା ପରେ ଇଣ୍ଟରନେଟ୍‌ ୟୁଜର୍ସଙ୍କ ପାଇଁ ଫେସବୁକ, ଇନଷ୍ଟାଗ୍ରାମ ଦ୍ୱାରା ଆସୁଥିବା ଖବରକୁ ବନ୍ଦ କରିବାକୁ ଯୋଜନା କରିଛି ମେଟା ପ୍ଲାଟଫର୍ମ। ଅନଲାଇନ ନ୍ୟୁଜ ଆକ୍ଟକୁ ସିନେଟ ଦ୍ୱାରା ଅନୁମୋଦିତ ହୋଇଥିବାବେଳେ ରାଜ୍ୟପାଳଙ୍କ ଅନୁମୋଦନ ପରେ ଏହା ଆଇନରେ ପରିଣତ ହେବ।

ଟେକ କମ୍ପାନୀଗୁଡିକ ଉପରେ କାନାଡିଆନ ମିଡିଆ ଇଣ୍ଡଷ୍ଟ୍ରିଗୁଡିକ ନିଜର ନିୟନ୍ତ୍ରଣ ଚାହୁଁଥିଲେ। ଯାହାକୁ ନେଇ ସେଠାକାର ସରକାର ଏହି ବିଲ୍‌ ଆଗତ କରିଛନ୍ତି। କାନାଡିଆନ ମିଡିଆ ଇଣ୍ଡଷ୍ଟ୍ରିର ଏକ ଅଭିଯୋଗ ପରେ ସଂସଦରେ ଏହି ଆଇନକୁ ପ୍ରସ୍ତାବ ଦିଆଯାଇଥିଲା। ଏହାଦ୍ୱାରା ମିଡିଆକୁ ଅନଲାଇନ ବିଜ୍ଞାପନ ବଜାରରୁ ରୋକାଯାଇପାରିବ। ତେବେ ଏହି ବିଲ୍‌ ନେଇ କାନାଡାର ସମସ୍ତ ୟୁଜର୍ସଙ୍କ ଫେସବୁକ ଏବଂ ଇନଷ୍ଟାଗ୍ରାମରେ ନ୍ୟୁଜ ସେବା ବନ୍ଦ କରିବ ବୋଲି କହିଛିି ମେଟା। ଫେସବୁକ ଏବଂ ଆଲଫାବେଟର ଗୁଗୁଲ ପରି ପ୍ଲାଟଫର୍ମଗୁଡିକରେ ବାଣିଜ୍ୟ କାରବାର ପାଇଁ ଚର୍ଚ୍ଚା ଏବଂ ଖବର ପ୍ରକାଶକମାନଙ୍କୁ ସେମାନଙ୍କ ବିଷୟବସ୍ତୁ ପାଇଁ ଦେୟ ଦେବାକୁ ବାଧ୍ୟ କରୁଛି ବୋଲି ଏହି ସେବାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ମେଟା। ମେଟା କହିଛି ୨୦୨୧ମସିହାରେ ଅଷ୍ଟ୍ରେଲିଆରେ ଏହିଭଳି ବିଲ୍‌ ସଂସଦରେ ପାରିତ ହୋଇଥିଲା।
ତେବେ କାନାଡର ଏହି ବିଲ୍‌କୁ ସଂଶୋଧନ କରିବାକୁ ଗୁଗୁଲ ପ୍ରସ୍ତାବ ଦେଇଛି।

Share