ଜିଦ୍‌ ଛାଡ଼

ଦେଶର ପ୍ରମୁଖ ମେଟ୍ରୋ ସହରଗୁଡ଼ିକରେ ଡିଜେଲ ମୂଲ୍ୟ ପେଟ୍ରୋଲଠାରୁ ଅଧିକ ହୋଇଛି। ଓଡ଼ିଶାରେ ମଧ୍ୟ ପେଟ୍ରୋଲ ଅପେକ୍ଷା ଡିଜେଲ ମହଙ୍ଗା- ଏହା ପୂର୍ବରୁ କେବେ ଦେଖାଯାଇ ନ ଥିଲା। ଗତ କିଛି ଦିନ ଭିତରେ ପେଟ୍ରୋଲ ମୂଲ୍ୟ ଊଣାଅଧିକେ ସ୍ଥିର ରହିଥିଲେ ମଧ୍ୟ ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀଗୁଡ଼ିକ ଡିଜେଲ ମୂଲ୍ୟ ବୃଦ୍ଧି କରିଚାଲିଛନ୍ତି। ଡିଜେଲ ମୂଲ୍ୟରେ ଆକାଶଛୁଆଁ ବୃଦ୍ଧି ଏହାର ଚାହିଦାକୁ ଚାପି ଦେଇଛି। ଦେଶର ୯୦ ପ୍ରତିଶତ ପେଟ୍ରୋଲ ପମ୍ପର ମାଲିକ ଥିବା ରାଷ୍ଟ୍ରାୟତ୍ତ ରିଫାଇନରମାନେ ଜୁଲାଇ ପ୍ରଥମାର୍ଦ୍ଧରେ ଗତମାସର ସମାନ ଅବଧି ଅପେକ୍ଷା ବିକ୍ରିରେ ହ୍ରାସ ଘଟିଥିବାର ସୂଚନା ଦେଇଛନ୍ତି। ଅର୍ଥନୈତିକ କାର୍ଯ୍ୟକଳାପ ଧୀରେ ଧୀରେ ମାନ୍ଦା ହେଉଥିବା ବେଳେ ଦେଶର କିଛି ଅଂଶରେ ଲକ୍‌ଡାଉନ ପୁଣି ଲାଗୁ କରାଯାଇଥିବାରୁ ପରିବହନ ଲାଗି ବ୍ୟବହାର କରାଯାଉଥିବା ପ୍ରମୁଖ ତୈଳ ଡିଜେଲର ଚାହିଦା ପ୍ରଭାବିତ ହୋଇଛି। ଭାରତରେ ବିକ୍ରି ହେଉଥିବା ମୋଟ ବିଶୋଧିତ ଇନ୍ଧନର ଦୁଇ-ପଞ୍ଚମାଂଶ ହେଉଛି ଡିଜେଲ, ଯାହାର ବିକ୍ରି ଚଳିତ ଜୁଲାଇ ମାସର ପ୍ରଥମ ଭାଗରେ ଗତମାସର ସମାନ ଅବଧି ତୁଳନାରେ ୧୮ ପ୍ରତିଶତ ହ୍ରାସ ପାଇ ୨.୨ ନିୟୁତ ଟନ୍‌ରେ ପହଞ୍ଚତ୍ଛି। ଏହା ଗତବର୍ଷର ସମାନ ଅବଧି ତୁଳନାରେ ପ୍ରାୟ ୨୧ ପ୍ରତିଶତ ହ୍ରାସ ପାଇଛି। ଗ୍ରାହକମାନଙ୍କ ଭାବନାକୁ ଏହା ପ୍ରଭାବିତ କରୁଛି। ମହାମାରୀ ସହ ବ୍ୟାପକ ଚାକିରି ହ୍ରାସ ଏବଂ ବେତନ ହ୍ରାସ ହେତୁ ଅନିଶ୍ଚିତତାର ବାତାବରଣରେ ଲୋକମାନେ ଚାରିଚକିଆ ଯାନ ବାହାରକୁ କାଢ଼ିବା ପୂର୍ବରୁ ଦୁଇଥର ଚିନ୍ତା କରୁଛନ୍ତି। ଗତ ଏକମାସ ମଧ୍ୟରେ ତୈଳ ଦର ବୃଦ୍ଧି ଜନସାଧାରଣଙ୍କ ଭାବନାକୁ ଆହୁରି ଦୁର୍ବଳ କରିଦେଇଛି। ତୈଳ ଦରବୃଦ୍ଧି ଯୋଗୁ ଲୋକମାନେ ନୂଆ କାର୍‌ କିଣିବାକୁ ପଛଘୁଞ୍ଚା ଦେଉଛନ୍ତି। ଏହାର ପ୍ରଭାବ ଦୁଇଚକିଆ ଗାଡ଼ି ଚାଳକଙ୍କ ଉପରେ ଅଧିକ ପଡ଼ୁଛି, ଯେଉଁମାନେ ତୈଳ ମୂଲ୍ୟ ଅଧିକ ହେଲେ ପେଟ୍ରୋଲ ପମ୍ପକୁ ଯିବା କମେଇ ଦିଅନ୍ତି। ରାଷ୍ଟ୍ରାୟତ୍ତ ତୈଳ ସଂସ୍ଥାଗୁଡ଼ିକ ମାତ୍ରାଧିକ ତୈଳ ମୂଲ୍ୟ ବୃଦ୍ଧି କରିବା ଯୋଗୁ ଦେଶରେ ପୂର୍ବରୁ ମାନ୍ଦାବସ୍ଥା ଦେଇ ଗତି କରୁଥିବା ଗାଡ଼ି ବଜାର ଅବସ୍ଥା ଆହୁରି ଖରାପ ହୋଇଯାଇଛି। ୨୦୨୦ ଆର୍ଥିକ ବର୍ଷରେ ପେଟ୍ରୋଲର ବ୍ୟବହାର ଗତ ଚାରି ପାଞ୍ଚ ବର୍ଷ ମଧ୍ୟରେ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧିରୁ ୬ ପ୍ରତିଶତକୁ ଖସି ଆସିଛି। ସେହିପରି ଡିଜେଲ ବ୍ୟବହାର ଗତବର୍ଷ ତିନି ପ୍ରତିଶତ ଥିବାବେଳେ ୨୦୨୦ ଆର୍ଥିକ ବର୍ଷରେ ତାହା ଏକ ପ୍ରତିଶତରୁ ଅଧିକ ହ୍ରାସ ପାଇଛି। କୋଭିଡ୍‌-୧୯ ସଂକ୍ରମଣର ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବା ସହିତ ସରକାର ଲକ୍‌ଡାଉନକୁ ଆହୁରି ବଢ଼ାଇବାକୁ ପ୍ରସ୍ତୁତ ଥିବା ପରି ମନେହେଉଛି। ବର୍ତ୍ତମାନ ଯାହା ଜଣାପଡ଼ୁଛି କରୋନା ମହାମାରୀ ପାଇଁ କୌଣସି ଟିକା ନ ବାହାରିବା ପର୍ଯ୍ୟନ୍ତ ପରିସ୍ଥିତି ଅତ୍ୟନ୍ତ ବିପଦପୂର୍ଣ୍ଣ ଓ ଅନିଶ୍ଚିତ ରହିଥିବ।
ତୈଳ ଚାହିଦା ହ୍ରାସ ପାଇବା କେବଳ ଅଟୋମୋବାଇଲ୍‌ କ୍ଷେତ୍ର ପାଇଁ ନୁହେଁ, ବରଂ ଦେଶର ସମଗ୍ର ଅର୍ଥନୀତି ପାଇଁ କ୍ଷତିକାରକ। ଅର୍ଥନୀତିକୁ ପୁଣି ଚଳଚଞ୍ଚଳ କରିବା ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ବୋଲି ସରକାର ଦାବି କରୁଛନ୍ତି। ଏଥିପାଇଁ ସରକାର କେତେକ ଅର୍ଥନୈତିକ ପଦକ୍ଷେପ ବି ନେଇଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ କେନ୍ଦ୍ର ସହିତ ଏହି ଖେଳରେ ନିଜର ଭୂମିକା ନିର୍ବାହ କରିଛି। ଗ୍ରାହକଙ୍କ ଆର୍ଥିକ ଅସୁବିଧା ଦୂର କରିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ଅନେକ ପଦକ୍ଷେପ ନେଇଛି। କିନ୍ତୁ ତୈଳ ମୂଲ୍ୟକୁ ନେଇ ସରକାରଙ୍କ ଜିଦ୍‌ଖୋର ମନୋବୃତ୍ତି ସବୁ ପଦକ୍ଷେପକୁ ବେକାର କରିଦେଇଛି। ସରକାରଙ୍କ ଗୋଟିଏ ହାତ ସେହିସବୁ ସମ୍ଭାବ୍ୟ ଲାଭକୁ ନଷ୍ଟ କରିଦେଉଛି, ଯାହା ଅନ୍ୟ ହାତଟି ଅର୍ଜନ କରିପାରିଥାନ୍ତା। ତୈଳର ପମ୍ପ ମୂଲ୍ୟର ଏକ ବଡ଼ ଅଂଶ ହେଉଛି ସରକାରଙ୍କ ଟିକସ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଟିକସ ହେଉଛି ତୈଳ ମୂଲ୍ୟର ୬୬ ପ୍ରତିଶତ। ବାକି ୩୪ ପ୍ରତିଶତରେ ଅଶୋଧିତ ତୈଳର ମୂଲ୍ୟ, ତାହାର ରିଫାଇନିଂ ଖର୍ଚ୍ଚ ଏବଂ ଡିଲରଙ୍କ ଲାଭ ସହିତ ଏହାର ପରିବହନ ଖର୍ଚ୍ଚ ମଧ୍ୟ ଅନ୍ତର୍ଭୁକ୍ତ। ଏଥିରୁ ସ୍ପଷ୍ଟ ଯେ, ତୈଳ ମୂଲ୍ୟର ଦୁଇ ତୃତୀୟାଂଶ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ରାଜକୋଷକୁ ଯାଉଛି, ଯାହା ଭାରତରେ ତୈଳର ଖୁଚୁରା ମୂଲ୍ୟକୁ ସାରା ଏସିଆ ମହାଦେଶରେ ସବୁଠାରୁ ଅଧିକ ଏବଂ ପାକିସ୍ତାନର ମୂଲ୍ୟ ତୁଳନାରେ ପ୍ରାୟ ଦୁଇଗୁଣ କରିତୋଳିଛି। ତେଣୁ ତୈଳ ମୂଲ୍ୟ ହ୍ରାସ କରିବା ପାଇଁ କୌଣସି ବାଟ ଅଛି କି ନାହିଁ ତାହା ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଚିନ୍ତା କରିବା ଉଚିତ। କିନ୍ତୁ ସରକାର ସମାଧାନ ବିଷୟରେ କ’ଣ ଚିନ୍ତା କରିବେ, ତୈଳ କମ୍ପାନୀଗୁଡିକୁ ମୂଲ୍ୟ ବୃଦ୍ଧି କରିଚାଲିବାକୁ ଅନୁମତି ଦେଉଛନ୍ତି। ୨୦୧୪ ମସିହାରୁ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରଠାରୁ ଟିକସରେ ପାଞ୍ଚ ଗୁଣ ବୃଦ୍ଧି ଘଟିଛି। ତୈଳ ମୂଲ୍ୟ କମ୍‌ କରାଗଲେ ତାହା ଅର୍ଥନୀତି ଉପରେ ଏକ ସକାରାତ୍ମକ ପ୍ରଭାବ ପକାଇବ। ଏଣୁ ସରକାର ଜିଦ୍‌ ଛାଡ଼ିଦେବା ଉଚିତ। ବର୍ତ୍ତମାନ ପରି ଦୁର୍ଦ୍ଦିନରେ, ଯେତେବେଳେ ଭାରତର ଅର୍ଥନୀତି ଚାରି ଦଶନ୍ଧି ମଧ୍ୟରେ ସବୁଠୁ ବଡ଼ ମାନ୍ଦାବସ୍ଥାର ସମ୍ମୁଖୀନ ହୋଇଛି, ସେତେବେଳେ ସରକାରଙ୍କଠାରୁ ଅତି କମ୍‌ରେ ଏତିକି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧାବସ୍ଥାର ଅନୁଚିନ୍ତା

ଆମ ସମାଜରେ ଦେଖିବାକୁ ମିଳୁଛି ବୃଦ୍ଧାବସ୍ଥାର ଅସହାୟତା। ବୃଦ୍ଧାବସ୍ଥାରେ ସନ୍ତାନମାନେ ହିଁ ଏକମାତ୍ର ଭରସା। ଯେତେ ବୃଦ୍ଧାଶ୍ରମ କି ଆଶ୍ରମ ହେଉ ତାହା କେବେ ବି...

ଜଳ ଆସିଲା କେଉଁଠୁ

ପୃଥିବୀକୁ ‘ଜଳଗ୍ରହ’ ବୋଲି କୁହାଯାଏ। କାରଣ ସୌରଜଗତ ଏବଂ ଅଦ୍ୟାବଧି ଏହା ବାହାରେ ଆବିଷ୍କୃତ ଶତାଧିକ ଗ୍ରହମାନଙ୍କ ମଧ୍ୟରେ ଏକମାତ୍ର ଏଥିରେ ହିଁ ରହିଛି ପ୍ରଚୁର...

ପତ୍ରେ ପତ୍ରେ ଠକ

ବର୍ତ୍ତମାନ ସମୟରେ ଡିଜିଟାଲ ଆରେଷ୍ଟ ଏକ ଭୟଙ୍କର ଅନ୍‌ଲାଇନ ଅପରାଧ ଭାବେ ଉଭା ହେଲାଣି। ଏଥିରେ ଠକମାନେ ନିଜକୁ ପୋଲିସ, ସିବିଆଇ, ଆର୍‌ବିଆଇ କିମ୍ବା ନାର୍କୋଟିକ୍ସ...

ଏଇ ଭାରତରେ

କେଶ କାଟିବାକୁ ହେଲେ ସେଲୁନ୍‌ ଯିବାକୁ ପଡେ। ହେଲେ ସେଲୁନ୍‌ କେବେ ଲୋକଙ୍କ ପାଖକୁ ଆସିବା ଦେଖିଛନ୍ତି! ଅଜବ କଥା ଭଳି ଲାଗୁଥିଲେ ବି ଏମିତି...

ରୋବୋ ଯୁଦ୍ଧ

ଣସି ଯୁଦ୍ଧ ପାଇଁ ସୈନିକ ଏବଂ ଅସ୍ତ୍ରଶସ୍ତ୍ର ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ। ପ୍ରାଚୀନ କାଳରେ ଖଣ୍ଡା, ତରବାରି ସାହାଯ୍ୟରେ ଯୁଦ୍ଧ ହେଉଥିଲା। ଏହା ଥିଲା ପ୍ରତ୍ୟକ୍ଷ...

ସନ୍ଦେହଘେରରେ ୟୁପିଏସ୍‌

କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନଗୁଡ଼ିକର ସମର୍ଥନ ଓ ଭାଗୀଦାରିରେ ଜାତୀୟ ଯୁଗ୍ମ କାର୍ଯ୍ୟକାରିଣୀ ପରିଷଦ (ଏନ୍‌ଜେସିଏ) ଭଳି ଏକ ବୃହତ୍‌କାୟ ସର୍ବଭାରତୀୟ ମିଳିତ ମଞ୍ଚ ଅଧୀନରେ ରେଳ...

ପରିସ୍ଥିତିର ଦାସ

ରୁଷିଆ-ୟୁକ୍ରେନ ଯୁଦ୍ଧ ଡିସେମ୍ବର ୨୧ରେ ଏକ ଭିନ୍ନ ଚିତ୍ର ତୋଳିଛି। ୨୦୦୧ ସେପ୍ଟେମ୍ବର ୧୧ (୯/୧୧)ରେ ଓସମା ବିନ୍‌ ଲାଡେନ୍‌ଙ୍କ ସଙ୍ଗଠନ ଅଲ୍‌-କାଏଦା ଆମେରିକାର ବିଶ୍ୱ...

ଏଇ ଭାରତରେ

ବୟସ ୨୫, ହେଲେ ଜାସ୍‌ କାଲ୍‌ରାଙ୍କ କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ତଥା ପ୍ରେରଣାଦାୟକ। ଏହି ବୟସରେ ଜାସ୍‌ ଗୁରୁଗ୍ରାମରେ ଏକ ଆଶ୍ରୟସ୍ଥଳୀରେ ୧,୨୦୦ ଅସହାୟ ଲୋକଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri