ଜିଦି ଛାଡ଼

କୃଷକମାନଙ୍କ ଆନ୍ଦୋଳନର ତୀବ୍ରତା ଥମିବାର କୌଣସି ଆଭାସ ମିଳୁନାହିଁ। ଏହି ଆନ୍ଦୋଳନକୁ ୪ ସପ୍ତାହ ବିତି ଯାଇଥିଲେ ବି କେନ୍ଦ୍ର ଓ ବିକ୍ଷୋଭକାରୀ କୃଷକମାନେ ଏକ ସମାଧାନର ବାଟ ପାଇପାରିନାହାନ୍ତି। ଉଭୟ ପକ୍ଷ ସେମାନଙ୍କ ଦାବିରେ ଅଟଳ ରହିଛନ୍ତି। ଏହି ପରିପ୍ରେକ୍ଷୀରେ ସୁପ୍ରିମ୍‌କୋର୍ଟ ପରାମର୍ଶ ଦେଇଛନ୍ତି ଯେ, କେନ୍ଦ୍ର ତିନୋଟି ବିବାଦୀୟ କୃଷି ଆଇନକୁ ସ୍ଥଗିତ ରଖିତ୍ବା ସବୁଠୁ ଭଲ ହେବ। ଏହା ପୂର୍ବରୁ ଆନ୍ଦୋଳନରେ ଭାଗ ନେଇଥିବା କୃଷକ ସଂଘ, ଏହାର ସପକ୍ଷବାଦୀ, ସରକାର ଏବଂ ଅନ୍ୟ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିମାନଙ୍କୁ ନେଇ ଏକ କମିଟି ଗଠନ କରି ଏବେ ସୃଷ୍ଟି ହୋଇଥିବା ସଙ୍କଟର ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ କରିବା ଲାଗି ପରାମର୍ଶ ଦେଇଥିଲେ। ଦୁର୍ଭାଗ୍ୟବଶତଃ ସୁପ୍ରିମକୋର୍ଟଙ୍କ ଏହି ପରାମର୍ଶ ପ୍ରତିବାଦକାରୀଙ୍କୁ ପ୍ରଭାବିତ କରିପାରିଲା ନାହିଁ। ଏଭଳି ଏକ ଭଲ ପଦକ୍ଷେପ ଉପରେ କେନ୍ଦ୍ର ମଧ୍ୟ ପୂର୍ବପରି କଠୋରତା ପ୍ରକାଶ କଲା। ଉଭୟ ପକ୍ଷ ଜିଦିରେ ରହିବା ଓ କଠୋରତା ପ୍ରକାଶ କରିବା ଆଦୌ ଶୁଭ ସୂଚନା ନୁହେଁ। ଅହିଂସା ଆନ୍ଦୋଳନ କରିବା କୃଷକମାନଙ୍କ ଅଧିତ୍କାର ବୋଲି ସୁପ୍ରିମକୋର୍ଟ ସ୍ବୀକାର କରିଛନ୍ତି। ଆଉ ମଧ୍ୟ ଶୀର୍ଷ କୋର୍ଟ ଜୋର୍‌ ଦେଇ କହିଛନ୍ତି ଯେ, ସ୍ବାଧୀନ ଭାବେ କାର୍ଯ୍ୟ କରିବା ବା ଚଳାଚଳ କରିବା ସାଧାରଣ ଲୋକମାନଙ୍କ ମୌଳିକ ଅଧିତ୍କାର। ସୁପ୍ରିମ୍‌୍‌କୋର୍ଟ ମଧ୍ୟ କୃଷକମାନଙ୍କ ଆନ୍ଦୋଳନର କାରଣ ପ୍ରତି ଖୋଲା ସହାନୂଭୂତି ପ୍ରକାଶ କରିଛନ୍ତି। କେନ୍ଦ୍ର ତାଙ୍କ ତରଫରୁ ଏହି ସମସ୍ୟାକୁ ସହାନୁଭୂତି ପୂର୍ବକ ନିୟନ୍ତ୍ରଣ କରିବାକୁ ଇଚ୍ଛା ପ୍ରକାଶ କରିଛି। ତେବେ ଏହାର ଅଧିକାଂଶ କାର୍ଯ୍ୟ ବାକ୍‌ପଟୁତାରେ ସୀମିତ। ତିନୋଟି କୃଷି ଆଇନ ଉପରେ ପୁନର୍ବାର ଚର୍ଚ୍ଚା କରିବା ଲାଗି ଏହା ବାରମ୍ବାର ମନା କରିଆସୁଛି, ଯାହା କୃଷକମାନଙ୍କ ଏକମାତ୍ର ଦାବି ରହିଛି। ତିନୋଟି କୃଷି ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ନ କରି ସେଥିରେ ଆଉ ଯାହା କମ୍‌ କଲେ ବି ସେମାନଙ୍କୁ ଏହା ସନ୍ତୁଷ୍ଟ କରିପାରିବ ନାହିଁ ବୋଲି କୃଷକମାନେ ଘୋଷଣା କରିଛନ୍ତି। ସରକାର ଏହି ତିନୋଟି ଆଇନକୁ ସମୀକ୍ଷା କରିବା ମୁଡରେ ନ ଥିତ୍ବା ଜଣାପଡୁଛି। କୃଷକମାନେ ଶୀତକାକରରେ ରାସ୍ତାରେ ବସିଛନ୍ତି। ଏହି ଘଟଣାକୁ କେନ୍ଦ୍ର କରି ଅନେକ କୃଷକ ମଧ୍ୟ ଆମତ୍ହତ୍ୟା କରିଛନ୍ତି। କୃଷକମାନଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ ପଞ୍ଜାବର ଜଣେ ପୂଜକ ଆମତ୍ହତ୍ୟା କରିଛନ୍ତି। ଏହି ସ୍ଥିତି ଆହୁରି ବିସ୍ଫୋରକ ଓ ଭୟାନକ ହେବାର ସମ୍ଭାବନା ରହିଛି। କୁହାଯାଇପାରେ,ସୁପ୍ରିମ୍‌କୋର୍ଟଙ୍କ ହସ୍ତକ୍ଷେପ ଏଭଳି କଠିନ ସ୍ଥିତିକୁ ଟାଳିବା ଲାଗି ଏକ ସୁଯୋଗ ପ୍ରଦାନ କରିଛି।
ସରକାର ଉଦାର ଭାବ ପ୍ରକାଶ କରିବା ସହ ଏହି ଆଇନକୁ ନେଇ ଆଗକୁ ନ ବଢିବା ଲାଗି ସୁପ୍ରିମ କୋର୍ଟଙ୍କ ପରାମର୍ଶକୁ ଗ୍ରହଣ କରିବା ଉଚିତ। ଯଦିି ଏହି ଆଇନଗୁଡ଼ିକୁ କିଛି ସମୟ ପାଇଁ ସ୍ଥଗିତ ରଖାଯାଏ ତେବେ ସ୍ବର୍ଗ ଛିଣ୍ଡି ପଡିବ ନାହିଁ। ଏହି ସମୟରେ କେନ୍ଦ୍ର ବିଭିନ୍ନ ଆନ୍ଦୋଳନର ଭାଗିଦାରିମାନଙ୍କୁ ତା’ଦୃଷ୍ଟିକୋଣ ସପକ୍ଷଙ୍କୁ ଆଣିବା ଉଚିତ। ମୁଖ୍ୟତଃ ଦକ୍ଷିଣ ଓ ପୂର୍ବ ଭାରତରେ ଥିବା କୃଷକ ଗୋଷ୍ଠୀ ଆଲୋଚନା ପାଇଁ ଦ୍ୱାର ଖୋଲା ରଖିପାରନ୍ତି। ଏହି ସଙ୍କଟରେ ପ୍ରସ୍ତାବକୁ ସ୍ଥଗିତ ରଖିବା ସହ ସରକାରରେ ଥିବା ବରିଷ୍ଠ ନେତାମାନେ କୃଷକମାନଙ୍କ ବିରୋଧରେ ଆକ୍ରମଣାମତ୍କ ମନ୍ତବ୍ୟ ଦେବାରୁ ସେମାନଙ୍କୁ ଦୂରେଇ ରଖିବା ଉଚିତ। ଗତ ତିନି ସପ୍ତାହରେ ଦଳର ବରିଷ୍ଠ ନେତାମାନଙ୍କ ଏଭଳି ଦାୟିତ୍ୱହୀନ ମନ୍ତବ୍ୟ ପୁଣି କୃଷକମାନଙ୍କୁ ଉତ୍‌କ୍ଷିପ୍ତ କରିବା ସହ ସରକାର ବିରୋଧୀ ସଜାଇଦେଇଛି। ଏଣୁ ଉଭୟ ପକ୍ଷ ଜିଦି ଛାଡ଼ିଦେବା ଉଚିିତ। ଏହି ସମସ୍ୟା ଉପରେ ଉଭୟେ ଏକ ସକାରାମତ୍କ ତଥା ଉଦାରବାଦୀ ଦୃଷ୍ଟିକୋଣ ଆପଣାଇବା ଆବଶ୍ୟକ। ଆଲୋଚନା ଆରମ୍ଭ କରିବାରେ ବାଧା ଉପୁଜାଉଥିତ୍ବା ଅହଂକାର ମନୋଭାବ ରହିବା ଅନୁଚିତ । ଆଲୋଚନା ପାଇଁ ଆଗେଇ ଆସିବାକୁ ସରକାର ପ୍ରଥମେ ପଦକ୍ଷେପ ନେବା ଦରକାର। ସରକାର ତାଙ୍କ ବାକ୍‌ପଟୁତା ପରିତ୍ୟାଗ କରି ଆଲୋଚନାକୁ ଉତ୍ସାହିତ କରନ୍ତୁ। ଯେଉଁମାନଙ୍କ ପାଇଁ ସେମାନେ ଏହି ସଂସ୍କାର ଆଣିଛନ୍ତି ସେମାନଙ୍କୁ ଅଶାନ୍ତି କରି ତାହା ଗ୍ରହଣ କରିବା ଲାଗି ବାଧ୍ୟ କରାଯାଇ ପାରିବ ନାହିଁ। ସରକାର ପ୍ରଥମେ ଏହି ପ୍ରସ୍ତାବିତ ସଂସ୍କାର ଉପରେ ସେମାନଙ୍କ ମନ ଜିଣିବା ଉଚିତ କିମ୍ବା ଏହା ଉପରେ ଆଲୋଚନା ନ ହେବା ଯାଏ ଏହାକୁ ସ୍ଥଗିତ ରଖାଯିବା ଦରକାର। ‘ଗ୍ରହଣ କର କିମ୍ବା ଛାଡ’ ନୀତି ସରକାର ପରିହାର କରିବା ଆବଶ୍ୟକ। ରାଜନୈତିକ ଦଳଗୁଡ଼ିକ ସମସ୍ୟାରୁ ଫାଇଦା ଉଠାଇବା ବ୍ୟତୀତ ଆଉ କିଛି ଦେଖିତ୍ପାରନ୍ତିନି। ଏଣୁ କୃଷକମାନେ ଏହିସବୁ ଦଳର ହାତବାରିସି ସାଜିବା ଉଚିତ ନୁହେଁ। ଏହା ହେଲେ ଏହି ଆନ୍ଦୋଳନ ତା’ର ଗୁରୁତ୍ୱ ହରାଇବ ଏବଂ ଏହା ସରକାରଙ୍କୁ ସୁହାଇବ। କିଛି ତ୍ୟାଗ କଲେ କିଛି ମିଳେ – ଏହି ଭାବ ଉଭୟ ସରକାର ଓ କୃଷକ ସଂଗଠନଗୁଡ଼ିକ ଗ୍ରହଣ କରିବା ଆବଶ୍ୟକ। ଏହାକୁ ଜୟ କିମ୍ବା ପରାଜୟର ବିଷୟ ଭାବେ ଦେଖିବା ଉଚିତ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଶାନ୍ତି ପାଇଁ ଆଶା

ପୃଥିବୀ ଶାନ୍ତିମୟ ସେତେବେଳେ ହେବ, ଯେତେବେଳେ ପୃଥିବୀରେ ରହୁଥିବା ସବୁ ଲୋକ ଶାନ୍ତିରେ ରହିବେ। କେତେବେଳେ ଜଣେ ଖୁସି ହେବେ? ଯେତେବେଳେ ଲୋକେ ଉତ୍ତେଜନା ମୁକ୍ତ...

ପରିଧାନ ଓ ବ୍ୟକ୍ତିତ୍ୱ

ବର୍ଣ୍ଣାଡ ଶଙ୍କ ସମ୍ମାନାର୍ଥେ ଏକ ବ୍ରିଟିଶ୍‌ କ୍ଲବରେ ଭୋଜିର ଆୟୋଜନ କରାଯାଇଥାଏ। ସେହି କ୍ଲବରେ ପ୍ରବେଶକାରୀଙ୍କ ପାଇଁ ସୁଟ୍‌ ଓ ଟାଇ ପିନ୍ଧିବା ଏକ ବାଧ୍ୟତାମୂଳକ...

ଉଚିତ ପଦକ୍ଷେପ

ଅଭିନେତ୍ରୀ ତଥା ମଡେଲ କାଦମ୍ବରୀ ଜେଟ୍‌ୱାନୀଙ୍କ ଅନୁଚିତ ଗିରଫଦାରିକୁ ନେଇ ଆନ୍ଧ୍ରପ୍ରଦେଶର ତିନିଜଣ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ଏହି ଘଟଣା କ୍ଷମତାର ଅପବ୍ୟବହାର...

ଏଇ ଭାରତରେ

ପେସାରେ ଶିକ୍ଷୟିତ୍ରୀ ହେଲେ ବି ଫୁଲଚାଷ ତାଙ୍କ ପାଇଁ ଆଣିଛି ସ୍ବତନ୍ତ୍ର ପରିଚୟ। କେରଳ ଥ୍ରିଶୂର ଜିଲା ବାସିନ୍ଦା ଲତିକା ସୁତାନ ବଗିଚାରେ ପଦ୍ମ ଓ...

ଅକାଳ ଜାତ ଶିଶୁ ଓ କଙ୍ଗାରୁ ଯତ୍ନ

ଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ୨୦୨୦ ମସିହାରେ କରିଥିବା ଏକ ଆକଳନ ଅନୁସାରେ ପ୍ରତିବର୍ଷ ଗର୍ଭଧାରଣର ସାଧାରଣ ସମୟକାଳ, ଅର୍ଥାତ୍‌ ୩୭ ସପ୍ତାହ ସମ୍ପୂର୍ଣ୍ଣ ହେବା ପୂର୍ବରୁ...

ଆଧୁନିକ ଦାସତ୍ୱ

ଦାସତ୍ୱ କଥା ଆଲୋଚନା ହେଲେ ଆମେରିକା କଥା ମନକୁ ଆସେ। ଏହା ସହ ଆଫ୍ରିକାରେ ଅଭାବ, ଅନଟନରେ ଶଢ଼ୁଥିବା ମଣିଷକୁ କ୍ରୀତଦାସ ରୂପେ କ୍ରୟ, ବିକ୍ରୟ...

ମିଥେନ୍‌ ଚିନ୍ତା

ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଶେଷ ହେବାକୁ ଯାଉଛି। ଏହି ସମୟରେ ଏଠାରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ରେକର୍ଡ କରାଯାଇଛି। ୨୦୨୩କୁ ଟପି ୨୦୨୪ ସବୁଠୁ...

ଏଇ ଭାରତରେ

ମହିଳା ସଶକ୍ତୀକରଣ ଓ ଆମତ୍ନିର୍ଭରଶୀଳର ବାର୍ତ୍ତା ଦେଇଛନ୍ତି ବୀଣା ଟମ୍‌। କେରଳର ମାରଙ୍ଗାଟ୍ଟୁପାଲିରେ ରହୁଥିବା ଏହି ୫୬ ବର୍ଷୀୟା ମହିଳା ଜଣକ ନିଜ ବଗିଚାରେ ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri