ଛାତ୍ରୀଙ୍କୁ ଦୁର୍ବ୍ୟବହାର ଭିଡିଓ ଭାଇରାଲ

ପାଲଲହଡା,୧୮।୭(ଦିବ୍ୟଜ୍ୟୋତି ଦାଶ): ଅନୁଗୋଳ ଜିଲା ପାଲଲହଡା ଉପଖଣ୍ଡରେ ଥିବା ଏକ କଲେଜର ଜଣେ ଛାତ୍ରୀ ଓ ଛାତ୍ରଙ୍କୁ ଦୁର୍ବ୍ୟବହାର କରାଯାଇଥିବା ନେଇ ଭିଡିଓ ଭାଇରାଲ ହୋଇଛି। ୟୁନିଫର୍ମ ପିନ୍ଧିଥିବା ସମ୍ପୃକ୍ତ ଛାତ୍ରୀ ଓ ଛାତ୍ରଙ୍କୁ ଜଙ୍ଗଲ ରାସ୍ତାରେ ଅଟକାଇ କେତେଜଣ ଯୁବକ ଦୁର୍ବ୍ୟବହାର କରିବା ସହ ମୋବାଇଲରେ ଫଟୋ ଉଠାଉଥିବା ଦେଖିବାକୁ ମିଳିଛି। ଯୁବତୀ ଜଣଙ୍କ ଫଟୋ ଉଠାଇବାକୁ ବାରଣ କରିବା ସହ ସେମାନଙ୍କୁ ଛାଡି ଦେବାପାଇଁ ନେହୁରା ହେଉଛନ୍ତି। ଏ ସମ୍ପର୍କରେ ଥାନାରେ କୌଣସି ଅଭିଯୋଗ ହୋଇନାହିଁ।