ଆଇଆଇଟିକୁ ଛାତ୍ରୀଛାତ୍ରଙ୍କ ପ୍ରବେଶ ସ୍ଥଗିତ

ଜଟଣୀ,୨୯।୩(ଡି.ଏନ୍‌.ଏ.): ଖୋର୍ଦ୍ଧା ଅରଗୁଳସ୍ଥିତ ଆଇଆଇଟି, ଭୁବନେଶ୍ୱର କ୍ୟାମ୍ପସରେ ୧୦ ଜଣ ଶିକ୍ଷାର୍ଥୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ପରେ ନିୟମକୁ କଡ଼ାକଡ଼ି କରାଯାଇଛି। ଏହି ପରିପ୍ରେକ୍ଷିରେ ଆସନ୍ତା ୪ ତାରିଖରେ ଆଇଆଇଟିକୁ ପ୍ରତ୍ୟାବତ୍ତର୍ର୍ନ କରିବାକୁ ଥିବା ଛାତ୍ରୀଛାତ୍ରଙ୍କ ପ୍ରବେଶକୁ ସ୍ଥଗିତ କରିଦିଆଯାଇଛି। ଆଇଆଇଟି ପକ୍ଷରୁ ବିଜ୍ଞପ୍ତି ଜରିଆରେ ଏହି ସୂଚନା ଦିଆଯାଇଛି।

Share