Categories: ଜାତୀୟ

ରାଜଧାନୀରେ ଛାତ୍ରଙ୍କୁ ପିଟି ପିଟି ହତ୍ୟା : ୫ ଗିରଫ

ନୂଆଦିଲ୍ଲୀ,୧୦।୧୦-ରାଜଧାନୀ ଦିଲ୍ଲୀ ଆଦର୍ଶନଗରରେ ଜଣେ ୧୮ ବର୍ଷୀୟ ଛାତ୍ରଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଯୁବତୀଙ୍କ ସହ ସମ୍ପର୍କ ରଖିବା ଯୋଗୁ ଏପରି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି। ମୃତକ ହେଲେ ପଶ୍ଚିମ ଦିଲ୍ଲୀର ଆଦର୍ଶ ନଗର ରାହୁଲ। ସେ ଦିଲ୍ଲୀ ୟୁନିଭରସିଟିର ସ୍କୁଲ ଅଫ ଓପନ ଲର୍ଣ୍ଣିଂର କଳା ବିଭାଗର ଦ୍ୱିତୀୟ ବର୍ଷର ଛାତ୍ର । ପୋଲିସ ଏହି ଘଟଣାରେ ୫ଜଣଙ୍କୁ ହତ୍ୟା ଅଭିଯୋଗରେ ଗିରଫ କରିଛି। ଆକ୍ରମଣର ଭିଡିଓ ସିସିଟିଭି ଫୁଟେଜରେ କଏଦ ହୋଇଛି।
ଭିଡିଓରେ ଦେଖାଯାଇଛି, ରାହୁଲ ଅକ୍ଟୋବର ୭ରେ ଜଣେ ଯୁବତୀଙ୍କ ସହ ଯାଉଥିବା ଦେଖାଯାଇଛି। ଉଭୟେ ରାସ୍ତାରେ ଯିବାବେଳେ ହଠାତ୍‌ କିଛି ଲୋକ ରାହୁଲଙ୍କୁ ଆକ୍ରମଣ କରିଥିଲେ। ପରେ ସେଠାରୁ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକ ରାହୁଲଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

ଏ ନେଇ ଶନିବାର ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି, ରାହୁଲଙ୍କ ପରିବାର ଏକ ଗ୍ରାମରୁ ଆସି ଏଠାରେ ବସବାସ କରୁଥିଲେ। ରାହୁଲ ଛାତ୍ରୀଛାତ୍ରଙ୍କୁ ମଧ୍ୟ ଶିକ୍ଷାଦାନ କରୁଥିଲେ। ଖୁବଶିଘ୍ର ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ।

Share