ଆର.ଉଦୟଗିରି,୨୬ା୮(ଡି.ଏନ.ଏ.): ଗଜପତି ଜିଲା ମୋହନା ବ୍ଲକ ଡେଙ୍ଗାସଖାଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଅନ୍ୟ ବିଦ୍ୟାଳୟର ଜଣେ ଶିକ୍ଷକ ନିଶାସକ୍ତ ହୋଇ ଛାତ୍ରୀଛାତ୍ରୀଙ୍କୁ ମାଡ଼ମାରି କ୍ଷତାକ୍ତ କରିଦେଇଥିଲେ। ସଂପୃକ୍ତ ଶିକ୍ଷକଙ୍କୁ ଶୁକ୍ରବାର ଅଡ଼ବା ପୋଲିସ ଗିରଫ କରିଥିଲା। ତେବେ ଥାନାରେ ଶିକ୍ଷକଙ୍କୁ ସିଆରପିସିର ୪୧ ନୋଟିସ୍ ବଳରେ ଛଡ଼ାଯାଇଥିତ୍ବା ଥାନାଧିକାରୀ ଆନନ୍ଦ ପାତ୍ର କହିଛନ୍ତି।
ସୂଚନାଯୋଗ୍ୟ, ଗୁଲୁବା ପଞ୍ଚାୟତ ଲୁଦିଗୁଡା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଜଗଦିଶ୍ୱର ବେହେରା ଗୁରୁବାର ଡେଙ୍ଗେସଖାଲ ବିଦ୍ୟାଳୟରେ ଅନୁପ୍ରବେଶ କରି ନିଶାସକ୍ତ ହୋଇ ଛାତ୍ରୀଛାତ୍ରଙ୍କୁ ମାଡ଼ ମାରିଥିଲେ। ଫଳରେ ୧୭ଜଣ ଆହତ ହୋଇଥିଲେ।