କରୋନା ଯୋଗୁ ଜାରି ରହିଥିବା ଲକ୍ଡାଉନ୍ ପାଇଁ ସମସ୍ତ ସ୍କୁଲ, କଲେଜ ବନ୍ଦ ରହିଛି। କେତେକ ସ୍କୁଲରେ ଅନ୍ଲାଇନ୍ କ୍ଲାସ ଜାରି ରହିଛି। ମାତ୍ର ଅନେକ ଛାତ୍ରଙ୍କୁ ଏହି ଅନ୍ଲାଇନ୍ କ୍ଲାସ୍ କରିବା ପାଇଁ ସଂଘର୍ଷ କରିବାକୁ ପଡ଼ୁଛି। କାରଣ ଶହରଠାରୁ ଦୂର ତଥା ଗ୍ରାମାଞ୍ଚଳଗୁଡିକରେ ଇଣ୍ଟରନେଟ୍ର ସୁବିଧା ସେତେଟା ନାହିଁ। ଇଣ୍ଟରନେଟ୍ ପାଇଁ ଗଛ, ଛାତ ଅବା ପାହାଡ଼ ଉପରକୁ ଚଢ଼ିବାକୁ ପଡ଼ିଥାଏ।
ରାଜସ୍ଥାନର ଦରୁଡ଼ା ଗାଁର ଭିଲୋ ବସ୍ତିର ଏକ ଘଟଣା ଏବେ ସମ୍ମୁଖକୁ ଆସିଛି। ଜବାହାର ନବୋଦୟ ବିଦ୍ୟାଳୟର ଛାତ୍ର ହରିଶଙ୍କୁ ଅନ୍ଲାଇନ୍ କ୍ଲାସ୍ ପାଇଁ ପ୍ରତିଦିନ ପାହାଡ଼ ଉପରକୁ ଚଢ଼ିବାକୁ ପଡ଼ୁଛି। ସେ ପାହାଡ଼ ଉପରେ ଏକ ଟେବୁଲ, ଚେୟାର ମଧ୍ୟ ପକାଇ ଦେଇଛନ୍ତି। ଗତ ଦେଢ଼ ମାସ ହେଲା ହରିଶ ଅନ୍ଲାଇନ୍ କ୍ଲାସ୍ ପାଇଁ ସକାଳ ୮ଟାରୁ ପାହାଡ଼ ଉପରକୁ ଯାଉଥିବା ବେଳେ କ୍ଲାସ୍ ସରିବା ୨ଟାରେ ପରେ ଘରକୁ ଫେରୁଛନ୍ତି। ଏହି ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।