Categories: ଜାତୀୟ

ସ୍ପୁଲ୍‌ ଯାଇ ନ ପାରିବାରୁ ୯ମ ଶ୍ରେଣୀ ଛାତ୍ର ନେଲେ ଏମିତି ପଦକ୍ଷେପ

ଭୋପାଳ,୨୩।୧୧: ମଧ୍ୟପ୍ରଦେଶର ବୈତୁଲରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍କୁଲ ଯାଇ ନ ପାରିବା କାରଣରୁ ଜଣେ ୯ମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଛନ୍ତି। ପୋଲିସ ଘଟଣାର ଯାଞ୍ଚ୍‌ ଆରମ୍ଭ କରିଛି। ମୃତ ଛାତ୍ର ଜଣଙ୍କ ହେଲେ ରାହୁଲ ସରଦାର। ସେ ଚୋପନା ସରକାରୀ ସ୍କୁଲରେ ପଢୁଥିଲେ। ସେ ଗ୍ରାମର ଅନ୍ୟ ଛାତ୍ରୀଛାତ୍ରଙ୍କୁ ସହ ଯାତ୍ରୀବାହୀ ବସ୍‌ରେ ସ୍କୁଲ ଯିବା ଆସିବା କରୁଥିଲେ। ସୋମବାର ସକାଳ ୯ଟାରେ ସେ ସ୍କୁଲ ଯିବା ପାଇଁ ଘରୁ ବାହାରିଥିଲେ। କିନ୍ତୁ ବସ୍‌ ଷ୍ଟାଣ୍ଡ୍‌ରେ ପହଞ୍ଚିବା କ୍ଷଣି ବସ୍‌ ଆସିଥିଲା କିନ୍ତୁ ଭିଡ ଯୋଗୁ କଣ୍ଡକ୍ଟର ସ୍କୁଲ ପିଲାଙ୍କୁ ଆଉ ଉଠାଇ ନ ଥିଲେ। ଏହା ପରେ ରାହୁଲ ସମେତ ସବୁ ପିଲା ଘରକୁ ଫେରି ଆସିଥିଲେ। କିନ୍ତୁ ରାହୁଲ ସ୍କୁଲ ଯିବାକୁ ଚାହୁଁଥିଲେ। ସେ କେବେ ସ୍କୁଲ ବିସ୍‌ କରିବାକୁ ପସନ୍ଦ କରୁ ନ ଥିଲେ। ସେଦିନ ସ୍କୁଲ ଯାଇ ନ ପାରିବାରୁ ସେ ଘର ପଛରେ ଥିବାର ଏକ ଗଛରେ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ। ପରିବାର ଲୋକେ ଏହା ଦେଖି ଭୟଭୀତ ହୋଇଯାଇଥିଲେ। ସେ ତୁରନ୍ତ ତାଙ୍କୁ ଉଦ୍ଧାର କରିଥିଲେ। ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲେ। ଏନେଇ ରାହୁଲଙ୍କ ଦାଦା ଏବଂ ଖୁଡୀ କହିଛନ୍ତି, ପୁଅ ସ୍କୁଲ ଯାଇ ନ ପାରିବା ଦୁଃଖରେ ଏମିତି ପଦକ୍ଷେପ ନେଇଛି। ତେବେ ଆତ୍ମହତ୍ୟାର ପ୍ରକୃତ କାରଣ ତଦନ୍ତ ପରେ ହିଁ ଜଣାପଡିବ ବୋଲି ପୋଲିସ କହିଛି।

Share