Categories: ଜାତୀୟ

‘ନାଲାୟକ’ କହିବାରୁ ଛାତ୍ରଙ୍କ ଆତ୍ମହତ୍ୟା

ମୁମ୍ବାଇ,୧୮।୫: ମହାରାଷ୍ଟ୍ର କୋହ୍ଲପୁରର ଜନୈକ ସ୍କୁଲ୍‌ ଚେୟାରମ୍ୟାନ୍‌ଙ୍କ ଆଗୁଆ ଜାମିନ ଆବେଦନକୁ ବମ୍ବେ ହାଇକୋର୍ଟ ଖାରଜ କରିଦେଇଛନ୍ତି। ସିମ୍ବଲିକ୍‌ ଇଣ୍ଟରନ୍ୟାଶନାଲ ସ୍କୁଲ୍‌ର ଚେୟାରମ୍ୟାନ୍‌ ଗଣପତରାଓ ପାଟିଲ ଗତ ମାସରେ ଦଶମ ଶ୍ରେଣୀର ଜଣେ ଛାତ୍ରଙ୍କୁ ନାଲାୟକ (ଅଯୋଗ୍ୟ) ଏବଂ ବସ୍ତୀ ପିଲା କହି ଗାଳି ଦେଇଥିଲେ। ଏହାର କିଛି ସମୟ ପରେ ଛାତ୍ର ଜଣଙ୍କ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା ପାଇଁ ବାଧ୍ୟ କରିବା ଅଭିଯୋଗରେ କୋହ୍ଲପୁର ପୋଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଗିରଫରୁ ବର୍ତ୍ତିବା ଲାଗି ପାଟିଲ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ଜଷ୍ଟିସ୍‌ ବିନୟ ଜୋଷୀ ତାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ଅଭିଯୁକ୍ତ ଜଣଙ୍କ ଛାତ୍ରଙ୍କୁ ଅତ୍ୟନ୍ତ କଟୁ ଶବ୍ଦରେ ଗାଳିଦେବାରୁ ସେ ନିରାଶ ହୋଇ ଚରମ ପଦକ୍ଷେପ ନେଇଥିବା ପ୍ରାଥମିକ ଅନୁଧ୍ୟାନରୁ ସ୍ପଷ୍ଟ ହେଉଛି ବୋଲି ଅଦାଲତ କହିଛନ୍ତି।

Share