ସ୍କୁଲରୁ ସାଇକେଲ୍‌ରେ ଘରକୁ ଫେରୁଥିଲେ ଛାତ୍ର, ଧକ୍କାଦେଲା ପୋଲିସ ଗାଡ଼ି, ଆଉ ତା’ ପରେ…

କେନ୍ଦୁଝର,୧୬ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଜେଲରୋଡ୍‌ ରାସ୍ତାରେ ଶନିବାର ଅପରାହ୍ନରେ ଏକ ପୋଲିସ ଗାଡ଼ି ଧକ୍କାରେ ଜଣେ ଛାତ୍ର ଗୁରୁତର ହୋଇଛନ୍ତି। ତାଙ୍କ ନାମ ଶୁଭମ ଖାଡ଼ଙ୍ଗା ଏବଂ ସେ ସ୍ଥାନୀୟ ସ୍ବରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ନବମ ଶ୍ରେଣୀରେ ପାଠ ପଢୁଛନ୍ତି। ସ୍କୁଲ ଛୁଟି ପରେ ସାଇକେଲରେ ନୂଆସାହିରେ ତାଙ୍କ ଘରକୁ ଫେରୁଥିବାବେଳେ ସମ୍ମୁଖ ପଟୁ ଆସୁଥିବା ଏକ ପୋଲିସ ପାଟ୍ରୋଲିଂ ବୋଲେରୋ (ଓଡି ୦୫ ବିଏମ୍‌ ୫୮୪୫) ଧକ୍କା ଦେଇଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ଗାଡ଼ି ଧକ୍କାରେ ତାଙ୍କ ସାଇକେଲ ଭାଙ୍ଗିଯାଇଛି। ପୋଲିସ ଗାଡ଼ିରେ ଥିବା କର୍ମଚାରୀମାନେ ଆହତ ଛାତ୍ରଙ୍କୁ ଉଦ୍ଧାର କରି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଛାତ୍ରଙ୍କ ଗୋଡ଼ ଭାଙ୍ଗି ଯାଇଥିବାବେଳେ ମୁହଁରେ ମାଡ଼ ହୋଇଥିବା ଜଣାପଡ଼ିଛି।

ଉକ୍ତ ରାସ୍ତାରେ ପରିବା ମାର୍କେଟଠାରୁ ଆରମ୍ଭ କରି ମାଛ ଦୋକାନୀ ବର୍ଷ ତମାମ ବସୁଥିବାରୁ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଥିବାବେଳେ ଏବେ ଚାଲିଥିବା ହସ୍ତତନ୍ତ ମେଳା ଯୋଗୁ ରାସ୍ତାରେ ବେଆଇନ ଗାଡ଼ି ପାର୍କିଂ ହେଉଛି। ଫଳରେ ଉକ୍ତ ରାସ୍ତା ଅସୁରକ୍ଷିତ ହୋଇପଡ଼ିଛି। ଉକ୍ତ ସ୍ଥାନରେ ମେଳା ଏବଂ ପରିବା ମାର୍କେଟ ଯୋଗୁ ଲୋକମାନେ ରାସ୍ତା ଉପରେ ଗାଡ଼ି ରଖୁଥିବାରୁ ରାସ୍ତା ସଙ୍କୁଚିତ ହୋଇ ବାରମ୍ବାର ଦୁର୍ଘଟଣା ଘଟୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ ଦୁର୍ଘଟଣାରେ ଯୁବକ ମୃତ, କାରଣ ଅସ୍ପଷ୍ଟ

କୋକସରା,୨୦।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଜାତୀୟ ରାଜପଥ ୨୬ କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ କାଉଡୋଳା ଧାନ ମଣ୍ଡି ନିକଟରେ ଶୁକ୍ରବାର ସନ୍ଧ୍ୟାରେ ବାଇକ ଦୁର୍ଘଟଣାରେ...

କେସିଙ୍ଗାରେ ବାଏପାସ ନିର୍ମାଣ ପାଇଁ ସହରର ଜନସାଧାରଣଙ୍କ ପକ୍ଷରୁ ଜିଲାପାଳଙ୍କ ନିକଟରେ ଦାବି

କେସିଙ୍ଗା,୨୦।୧୨(ତୁମେଶ୍ୱର ସାହୁ): କେସିଙ୍ଗା ସହରରେ ଏକ ନୂତନ ବାଏପାସ ରାସ୍ତା ନିର୍ମାଣ ପାଇଁ ସହରର ଅନେକ ସଂଗଠନର ମିଳିତ ଉଦ୍ୟମରେ ଜିଲାପାଳଙ୍କୁ ଶୁକ୍ରବାର ସାକ୍ଷାତ କରି...

ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର: ଜେଲ ଗଲେ ଅଭିଯୁକ୍ତ  

ଦିଗପହଣ୍ଡି,୨୦।୧୨(ଅଶେଷ ନାଥ ମିଶ୍ର): ବିବାହର ପ୍ରତିଶ୍ରୁତି ଦେଇ ଜଣେ ଅନୁସୂଚିତ ଜାତିର ଜଣେ ଯୁବତୀଙ୍କୁ ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ମହୁଡ଼ା ନିକଟ ଏ.ରଘୁନାଥପୁର ଗ୍ରାମର...

ଥୁଆମୂଳ ରାମପୁର ବ୍ଲକ୍ ପ୍ରାଣୀ ଚିକିତ୍ସାଳୟରେ ପ୍ରାୟ ସମୟ ତାଲା, ପ୍ରଭାବିତ ହେଉଛି ପ୍ରାଣୀଧନ ଚିକିତ୍ସା

ଥୁଆମୂଳ ରାମପୁର,୨୦।୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ସମ୍ପୂର୍ଣ୍ଣ ଅବହେଳାର ଚିତ୍ର ଦେଖିବାକୁ ମିଳିଛି। ଥୁଆମୂଳ ରାମପୁର ଗୋଷ୍ଠୀ...

ଆଶାକର୍ମୀଙ୍କୁ ଅସଦାଚରଣ: ଦଣ୍ଡିତ ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୨୦ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି କୋର୍ଟ ମାଜିଷ୍ଟ୍ରେଟ ନିଳୀମା ଷଡ଼ଙ୍ଗୀ ଶୁକ୍ରବାର ଜଣେ ଆଶାକର୍ମୀଙ୍କୁ ରାଜରାସ୍ତାରେ ଅସଦାଚରଣ ମାମଲାର ଶୁଣାଣି କରି ଅଭିଯୁକ୍ତଙ୍କୁ ଅର୍ଥ ଦଣ୍ଡରେ...

ନୂଆବର୍ଷ ପାଳନ ବେଳେ ଅବକାରୀ ନିୟମ ଉଲଂଘନ କଲେ କାର୍ଯ୍ୟାନୁଷ୍ଠାନ: ସତର୍କ କରାଇଲେ ମନ୍ତ୍ରୀ 

ଭୁବନେଶ୍ୱର,୨୦।୧୨: ନୂଆ ବର୍ଷ ପାଳନ ସମୟରେ ଅବକାରୀ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଶୁକ୍ରବାର ମନ୍ତ୍ରୀ ମନ୍ତ୍ରୀ ପୃଥ୍ୱୀରାଜ...

ଭଙ୍ଗା ଦଦରା ଅବସ୍ଥାରେ ସେବା ଯୋଗାଉଛି ଆମ୍ବୁଲାନ୍ସ: ରୋଗୀଙ୍କ ଜୀବନ ସହ ଖେଳୁଛି ବିଭାଗ

ଫିରିଙ୍ଗିଆ,୨୦ା୧୨(ବିମଳ ଦିଗାଲ): କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ମେଡିକାଲ ସମ୍ମୁଖରେ ଏକ ୧୦୮ ଆମ୍ବୁଲାନ୍ସ ଅଚଳ ହୋଇ ପଡିଛି। ଫଳରେ ରୋଗୀ ଆମ୍ବୁଲାନ୍ସ ସେବା...

Featured Video Play Icon

ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଇଡି ରେଡ୍

ଭୁବନେଶ୍ୱର,୨୦।୧୨: ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଇଡି ରେଡ୍ । ଭୁବନେଶ୍ବର ନୟାପଲ୍ଲୀ ସ୍ଥିତ ବାସଭବନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri