ଛାତ୍ରୀ ମୃତ୍ୟୁ ଘଟଣା: ହଷ୍ଟେଲ ଛାଡିଲେ ୧୭୦ ଅନ୍ତେବାସୀ

ଉଦଳା,୨୭।୩(ସନ୍ତୋଷ କୁମାର ବାଛିନି): ହଷ୍ଟେଲରେ ଛାତ୍ରୀଙ୍କ ମୃତ୍ୟୁ ପରେ ଚିନ୍ତାରେ ଅଭିଭାବକ। ବିଳମ୍ବିତ ରାତିରେ ହଷ୍ଟେଲ ଛାଡିଲେ ଅନ୍ତେବାସିନୀ। ଅନଷୋ ହଷ୍ଟେଲରେ ନବମ ଶ୍ରେଣୀ ଛାତ୍ରୀ ମୃତ୍ୟୁ ପରେ ହଷ୍ଟେଲରେ ପହଁଚିଲେ ଅଭିଭାବକ। ଆଉ ବିଳମ୍ବିତ ରାତିରେ ସାଙ୍ଗରେ ନେଇ ଗଲେ ନିଜ ପିଲାଙ୍କୁ।

ସୂଚନାଥାଉ କି, ଗତକାଲି ଉଦଳା ଅନଷୋ ହଷ୍ଟେଲରେ ରହୁଥିବା ମର୍ଣ୍ଣିଙ୍ଗ ଷ୍ଟାର ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ହଷ୍ଟେଲର ତୃତୀୟ ମହଲା ବାଲକୋନୀରୁ ମିଳିଥିଲା। ଯାହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିବା ସହିତ ସ୍ଥାନୀୟ ପ୍ରଶାସନ ମଧ୍ୟ ଘଟଣାର ତଦନ୍ତ କରିଥିଲା। ଛାତ୍ରୀ ତନ୍ମୟୀ ମୁର୍ମୁଙ୍କ ମୃତ୍ୟୁର କାରଣ ଖୋଜା ଚାଲିଥିବାବେଳେ ଛାତ୍ରୀ ମୃତ୍ୟୁ ଖବର ପାଇ ଅନ୍ୟ ଛାତ୍ରୀଙ୍କ ଅଭିଭାବକ ହଷ୍ଟେଲରେ ଆସି ପହଞ୍ଚିଥିଲେ । ବିଳମ୍ବିତ ରାତିରେ ହଷ୍ଟେଲରେ ପହଞ୍ଚି ନିଜ ପିଲାଙ୍କୁ ସାଙ୍ଗରେ ନେଇ ଯାଇଥିଲେ ଅଭିଭାବକ। ହଷ୍ଟେଲରେ ଛାତ୍ରୀଙ୍କ ମୃତ୍ୟୁ ହେବା ପରେ ନିଜ ପିଲାଙ୍କ ଭବିଷ୍ୟତ ସୁରକ୍ଷିତ ମଣୁ ନ ଥିବା କହିବା ସହିତ ହଷ୍ଟେଲରେ ସୁରକ୍ଷା ବ୍ୟବସ୍ଥା ଢିଲାର ଅଭିଯୋଗ ଆଣିଛନ୍ତି ଅଭିଭାବକ। ହଷ୍ଟେଲରେ ୧୭୦ ଛାତ୍ରୀ ରହୁଥିବାବେଳେ ଅର୍ଦ୍ଧାଧିକ ଛାତ୍ରୀ ବିଳମ୍ବିତ ରାତିରେ ହଷ୍ଟେଲ ଛାଡିଛନ୍ତି। ତେବେ ଏବେ ବି ଛାତ୍ରୀଙ୍କ ମୃତ୍ୟୁ ସନ୍ଦେହ ଘେରରେ ରହିଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି। ଅନ୍ୟପଟେ ଘଟଣା ଖବର ପାଇ ଉଦଳା ବିଧାୟକ ଭାସ୍କର ମଢେଇ ଆସି ଘଟଣାସ୍ଥଳରେ ପହଞ୍ଚିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ୍‌ ୧ରୁ ୧୪ଯାଏ ପାଳନ ହେବ ‘ଓଡ଼ିଆ ପକ୍ଷ’

ଭୁବନେଶ୍ୱର,୩୧ା୩: ଏପ୍ରିଲ ୧ ଓଡ଼ିଶା ଦିବସଠାରୁ ୧୪ ତାରିଖ ପଣା ସଂକ୍ରାନ୍ତି ପର୍ଯ୍ୟନ୍ତ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ‘ଓଡ଼ିଆ ପକ୍ଷ’ ପାଳନ କରାଯିବ।...

ମହାପ୍ରଭୁଙ୍କ ଦୈନନ୍ଦିନ ସେବାରେ ନିୟୋଜିତ ସେବକ ନେବେ ପ୍ରଶିକ୍ଷଣ

ପୁରୀ,୩୧।୩: ମହାପ୍ରଭୁଙ୍କ ଦୈନନ୍ଦିନ ସେବାକୁ ଆହୁରି ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସୋମବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ମହାପ୍ରଭୁଙ୍କ ସେବାରେ ନିୟୋଜିତ...

କାଳବୈଶାଖୀ: କାଲିଠୁ ୫ ପର୍ଯ୍ୟନ୍ତ ଝଡ଼ବର୍ଷା, ତାତିରୁ ମିଳିବ ଆଶ୍ବସ୍ତି

ଭୁବନେଶ୍ୱର,୩୧ା୩: ରାଜ୍ୟରେ ଜାରି ରହିଛି ହିଟଓ୍ବେଭ। ହେଲେ କାଲିଠୁ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଥିବା ନେଇ ସୋମବାର...

ଲୋ-ଭୋଲଟେଜ, ବିଦ୍ୟୁତ୍‌ କାଟ ପ୍ରତିବାଦରେ ୨୭ ଘଣ୍ଟା ହେଲା ଧାରଣାରେ ଚାଷୀ

ନବରଙ୍ଗପୁର,୩୧।୩(ସଦାଶିବ ପ୍ରହରାଜ): ରାଜ୍ୟରେ ଜାରି ରହିଛି ହିଟଓ୍ବେଭ। କିଛି ଦିନ ହେଲା ତାପମାତ୍ରା ୪୨ ଡିଗ୍ରୀ ଉପରେ ରହୁଛି। ଅସମ୍ଭାଳ ତାତି ସାଙ୍ଗକୁ ଗୁଳୁଗୁଳିରେ ଲୋକେ...

ଛତ୍ରପୁରରେ ଧୂମଧାମରେ ପାଳିତ ହେଲା ‘ଇଦ୍‌’: ପରସ୍ପରକୁ ଆଲିଙ୍ଗନ କରି ଅଭିବାଦନ ଜଣାଇଲେ…

ଛତ୍ରପୁର,୩୧।୩(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ ): ଆଜି ମୁସଲମାନ ଭାଇମାନଙ୍କ ପବିତ୍ର ରମ୍‌ଜାନ ମାସର ଶେଷ ଦିନ। ଏହି ଦିନକୁ ଇଦ୍‌ ରୁପେ ପାଳନ କରନ୍ତି, ଯାହା...

ଯୁବ ଗବେଷକଙ୍କୁ ଉତ୍ସାହିତ କରିବା ଲାଗି ପ୍ରୟାସ

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ)-ଘୁମୁସର ଗବେଷଣା ପ୍ରତିଷ୍ଠାନ (ଜିଜିପି) ତାର ୫ମ ବାର୍ଷିକ ଅଧିବେଶନ ମେ’ ଶେଷ ସପ୍ତାହରେ ପାଳନ କରିବ । ତେଣୁ ଏନେଇ ସୋମବାର ଏକ...

ଉଠାଜଳସେଚନ ପ୍ରକଳ୍ପ ଉଦ୍‌ଘାଟିତ

ପୁରୁଷୋତ୍ତମପୁର,୩୧।୩ (ସିମାଞ୍ଚଳ ମିଶ୍ର): ଚାଷୀକୂଳଙ୍କ ସୁବିଧା ସହ କ୍ଷେତକୁ ଜଳଯୋଗାଣ ଲାଗି ରାଜ୍ୟ ସରକାରଙ୍କ ଅନୁଦାନ ୧୩ ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ପୁରୁଷୋତ୍ତମପୁର ବ୍ଲକ...

ମରାମତି କାମ ଶେଷ: ଟ୍ରାକ୍‌ରେ ଗଡ଼ିଲା ଟ୍ରେନ୍‌

କଟକ,୩୧।୩: ବେଙ୍ଗାଲୁରୁରୁ କାମାକ୍ଷା ଅଭିମୁଖେ ଯାଉଥିବା କାମାକ୍ଷା ଏକ୍ସପ୍ରେସ୍‌ କଟକ ଜିଲା ମଙ୍ଗୁଳି-ଚୌଦ୍ୱାର ପାସେଞ୍ଜର ହଲ୍ଟ ନିକଟରେ ରବିବାର ଲାଇନ୍‌ଚ୍ୟୁତ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଟ୍ରେନ୍‌ର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image