ଶିବମୋଗା ,୧୬ା୨: କର୍ନାଟକ ଶିକ୍ଷାନୁଷ୍ଠାନରେ ହିଜାବ ବାରଣକୁ ନେଇ ବିବାଦ ଲାଗି ରହିଥିବାବେଳେ ମଙ୍ଗଳବାର ଉଡୁପି ଏବଂ ଶିବମୋଗା ଜିଲାରେ ହିଜାବ ପିନ୍ଧିଥିବା ଛାତ୍ରୀମାନଙ୍କୁ ସ୍କୁଲ୍ରେ ପ୍ରବେଶ ଅନୁମତି ଦିଆ ନ ଯିବାରୁ କେତେଜଣ ପିଲା ପରୀକ୍ଷା ବର୍ଜନ କରିଛନ୍ତି। ହିଜାବ ପିନ୍ଧି ଆସିଥିବା ଉଡୁପି ସରକାରୀ ସ୍କୁଲ୍ର ଅନ୍ୟ ଛାତ୍ରୀଙ୍କୁ ଅଲଗା ବସିବାକୁ କୁହାଯାଇଥିଲା ବୋଲି ଜଣେ ଅଭିଭାବକ କହିଛନ୍ତି। ହିଜାବ ଓହ୍ଲାଇବା ପାଇଁ ସ୍କୁଲ୍ କର୍ତ୍ତୃପକ୍ଷ ପିଲାଙ୍କୁ ପୋଲିସ ଭୟ ଦେଖାଇଥିଲେ ବୋଲି ଅନ୍ୟଜଣେ ଅଭିଭାବକ ଅଭିଯୋଗ କରିଛନ୍ତି।
ଆମ ପିଲା ହିଜାବ ପିନ୍ଧି ପାଠ ପଢ଼ିବାକୁ ଚାହାନ୍ତି। ହିନ୍ଦୁ ଛାତ୍ରୀ ସିନ୍ଦୂର ପିନ୍ଧୁଛନ୍ତି, ଖ୍ରୀଷ୍ଟିଆନ୍ ପିଲା ମାଳି ପିନ୍ଧୁଛନ୍ତି, ଆମ ପିଲା ହିଜାବ ପିନ୍ଧିବାରେ ଭୁଲ୍ କେଉଁଠି ବୋଲି ଜଣେ ଅଭିଭାବକ ପ୍ରଶ୍ନ କରିଛନ୍ତି।